Road Accident
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ-ବାଲିଆପାଳ ମୁଖ୍ୟ ରାସ୍ତାର ପେଜଗଳା ବ୍ରିଜ ନିକଟରେ ସିରିଜ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୧୦ଜଣ ଗୁରୁତର ହୋଇଛନ୍ତି । ସୌଭାଗ୍ୟ ବସତଃ ଏଥିରେ କାହାର ଜୀବନ ଯାଇନାହିଁ ।
ସୂଚନା ଅନୁଯାୟୀ ବାଲିଆପାଳ ଅଞ୍ଚଳର ୨ ଜଣ ବ୍ୟକ୍ତି ରୋଗୀ ନେଇ କଟକ ଡାକ୍ତରଖାନାରୁ ଏକ କାର୍ ଯୋଗେ ଫେରୁଥିଲେ । ସେହି ସମୟରେ ପେଜଗଳା ବ୍ରିଜ ନିକଟରେ ବିପରୀତ ଦିଗର ବସ୍ତା ଷ୍ଟେସନକୁ ଯାତ୍ରୀ ନେଇ ଯାଉଥିବା ଏକ ଅଟୋ ସହ ମୁହାଁମୁହିଁ ଧକ୍କା ହୋଇଥିଲା ।
ଅନ୍ୟପଟେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ କାର୍କୁ ଜୋରରେ ଧକ୍କା ଦେଇଥିଲା । ଫଳରେ ରାସ୍ତାର ତଳକୁ ବାଇକ୍ଟି ଖସିପଡିଥିଲା । ଯାହାଦ୍ୱାରା ଅଟୋ, କାର ଏବଂ ବାଇକ୍ ଦୁର୍ଘଟଣାରେ ୧୦ଜଣ ଗୁରୁତର ହୋଇଥିଲେ । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଟାକ୍ତରଖାନାରେ ଭର୍ତ୍ତି କରିଥିଲେ ।
୪ଜଣକୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଅନ୍ୟ ୬ଜଣଙ୍କୁ ବସ୍ତା ହସପିଟାଲକୁ ପଠାଯାଇଥିଲା । ସେଠାରେ ସେମାନଙ୍କ ଚିକିତ୍ସା କରାଯାଉଛି । ଏନେଇ ଖବର ପାଇବା ପରେ ବସ୍ତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1688797147.jpg)