Advertisment

ଭାରସାମ୍ୟ ହରାଇ ଖାଇକୁ ଖସିଲା ଟ୍ରାଭେଲର, ଚାଲିଗଲା ୧୦ ଯାତ୍ରୀଙ୍କ ଜୀବନ

ଦୁର୍ଘଟଣା ସଂପର୍କରେ ଖବର ପାଇଁ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟକୁ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

uttarakhand accident

uttarakhand accident

Advertisment

ଉତ୍ତରାଖଣ୍ଡ ବଦ୍ରିନାଥ ହାଇଓ୍ୱେରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ଖାଇକୁ ଖସିଲା ଟ୍ରାଭେଲର । ଏଥିରେ ଥିବା ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତାହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଯାତ୍ରୀଙ୍କୁ ଏମ୍ସ ରିଷିକେଶକୁ ଏୟାରଲିଫ୍ଟ କରାଯାଇଛି।

Advertisment

ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଟ୍ରାଭେଲରରେ ୨୬ଜଣ ଯାତ୍ରୀ ଥିଲେ । ଗନ୍ତବ୍ୟସ୍ଥଳ ଅଭିମୁଖେ ଯାଉଥିଲା ଗାଡି । ହେଲେ ଗାଡିଟି ରୁଦ୍ରପ୍ରୟାଗ ସହର ଠାରୁ ପାଞ୍ଚ କିଲୋମିଟର ଦୂରରେ ଥିବା ବଦ୍ରିନାଥ ହାଇଓ୍ୱେର ରତୋଲି ନିକଟରେ ଭାରସାମ୍ୟ ହରାଇ ପ୍ରଥମେ ଖାଇ ଓ ପରେ ଅଳକାନନ୍ଦା ନଦୀକୁ ଖସିପଡିଥିଲା । ଏଥିରେ ଗାଡିରେ ଥିବା ୧୦ଜଣଙ୍କର ମୃତ୍ୟୁ ହୋଇଯାଇଛି।

ଦୁର୍ଘଟଣା ନେଇ ଖବର ମିଳିବା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଏବଂ ଏସ୍‌ଡିଆର୍‌ଏଫ୍‌ ଟିମ୍‌ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରୁ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ବାକି ଅନ୍ୟ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନାରେ ଆଉ ୩ଜଣଙ୍କ ମୃତ୍ୟୁ ହୋଇଯାଇଛି।

Advertisment

ମୃତକଙ୍କ ମଦ୍ୟରେ ୬ଜଣ ମହିଳା ଥିବା ସୂଚନା ମିଳିଛି। ଗାଡିର ରେଜିଷ୍ଟ୍ରେସନ ନମ୍ୱର ହରିୟାଣାର। ଗାଡିରେ ଥିବା ଯାତ୍ରୀମାନେ ଗତକାଲି ଦିଲ୍ଲୀରୁ ବାହାରି ଛୋପତା ଓ ଉଖିମତ ଯିବାର ଯୋଜନା କରିଥିଲେ। ବିଳମ୍ୱିତ ରାତି ପ୍ରାୟ ୧୧ଟାରେ ସେମାନେ ଦିଲ୍ଲୀରୁ ବାହାରିଥିଲେ। ତେବେ ସେମାନେ ତୀର୍ଥଯାତ୍ରୀ ଅଥବା ଚାରିଧାମ ଯାତ୍ରାରେ ଯାଉଥିଲେ ତାହା ଅସ୍ପଷ୍ଟ ରହିଛି।

Advertisment

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇଁ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟକୁ ତ୍ୱରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଜିଲ୍ଲା ଅଧିକାରୀଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଘଟଣାରେ ଶୋକ ଦୁଃଖ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ସେ ମଧ୍ୟ ମୃତାହତଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ