Accident
ଆସିଲା ପାର୍ବଣ, ବଢିଲା ଅଘଟଣ । ଅସାବଧାନତା ଯୋଗୁଁ ଗଲାଣି ଏକାଧିକ ଜୀବନ। କେତେ ବିସର୍ଜନ, ତ କେତେବେଳେ ଅନ୍ୟାନ ଅଘଟଣ ମୁଣ୍ଡ ନେଇଛି । ନରାଜ ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଗଣେଶ ପୂଜା ପାଇଁ ମୂର୍ତ୍ତି ଆଣିବା ବେଳେ, ୧୧ କେଭି ବିଦ୍ୟୁତ ତାର ଲାଗି ଜଣେ ଛାତ୍ରଙ୍କ ଜୀବନ ଯାଇଛି । ଘଟଣାରେ ଜଣେ ଛାତ୍ର ଓ ଛାତ୍ରୀ ଗୁରୁତର ହୋଇଛନ୍ତି ।
ସେପଟେ ଯାଜପୁର ବରୀ ବ୍ଲକ ବାଲିବିଲରେ ମଧ୍ୟ ଗଣେଶ ପୂଜା ପାଇଁ ଟ୍ରାକଟରରେ ମେଢ ଆଣିବା ବେଳେ, ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ୩ ଆହତ ହୋଇଛନ୍ତି । ଏପଟେ ଭୁବନେଶ୍ୱରରେ ବିଶ୍ୱକର୍ମା ଭସାଣ ବେଳେ କୁଆଖାଇ ନଦୀରେ ଭାସିଯାଇ ନିଖୋଜ ଅଛନ୍ତି ସହଦନଗର ଶାନ୍ତିପଲ୍ଲୀ ବସ୍ତିର ଜଣେ ଯୁବକ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Accident_1695132555.jpg)