କାରକୁ ଧକ୍କା ଦେଇ ବ୍ରିଜରୁ ତଳକୁ ଖସିଲା ଟ୍ରକ୍, ଜଣେ ମହିଳା ମୃତ

ବିଳମ୍ବିତ ରାତିରେ ସିରିଏଲ୍ ସୁଟିଂ ସାରି କାରରେ କିଛି ଲୋକ ଫେରୁଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ କାର୍‌ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଟ୍ରକଟି ବ୍ରିଜ୍‌ର ବାଡ଼ା ଭାଙ୍ଗି ପୋଲରୁ ନଦୀ ଭିତରକୁ ଖସି ପଡ଼ିଛି ।

Accident

କଟକ ତ୍ରିଶୁଳିଆ କୁଆଖାଇ ନଦୀ ପୋଲ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଳମ୍ବିତ ରାତିରେ ସିମେଣ୍ଟ ବୋଝେଇ ଟ୍ରକ୍ ସହ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ, ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଏଥିରେ କାର୍ ଓ ଟ୍ରକ୍ ଡ୍ରାଇଭର ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ସମସ୍ତଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ବିଳମ୍ବିତ ରାତିରେ ସିରିଏଲ୍ ସୁଟିଂ ସାରି କାରରେ କିଛି ଲୋକ ଫେରୁଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ କାର୍‌ଟି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଟ୍ରକଟି ବ୍ରିଜ୍‌ର ବାଡ଼ା ଭାଙ୍ଗି ପୋଲରୁ ନଦୀ ଭିତରକୁ ଖସି ପଡ଼ିଛି । ଘଟଣା ସ୍ଥଳରେ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିଲା ।