ସାଇକେଲ ଆରୋହୀଙ୍କ ଉପରେ ଓଲଟିଲା ‘ଚନ୍ଦନ’ ବସ୍‌

କଟକରୁ ଭୁବନେଶ୍ୱର ଗଲା ବେଳେ ଓଲଟିଲା ‘ଚନ୍ଦନ’ ବସ୍‌ ।

Cuttack Bus Accident

କଟକ ଗୋପାଳପୁର ଛକରେ ଓଲଟି ପଡ଼ିଲା ବସ୍‌ । ଏନଏଚ୍‌-୧୬ରେ ଓଲଟି ପଡ଼ିଲା ଏବଂ ଏଥିରେ ଥିବା ଅନେକ ଯାତ୍ରୀ ଗୁରୁତର ହୋଇଛନ୍ତି । କଟକରୁ ଭୁବନେଶ୍ୱର ଗଲା ବେଳେ ଓଲଟି ପଡ଼ିଛି ‘ଚନ୍ଦନ’ ବସ୍‌ । ସ୍ଥାନୀୟ ଲୋକଙ୍କ ଦ୍ୱାରା ବସ୍‌ରୁ ଯାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉଦ୍ଧାର ଯାତ୍ରୀଙ୍କୁ ତୁରନ୍ତ କଟକ ବଡ଼ ମେଡିକାଲ ପଠାଯାଉଛି । ଜଣେ ସାଇକେଲ ଆରୋହୀଙ୍କ ଉପରେ ଓଲଟି ପଡ଼ିଲା ବସ୍ । ସାଇକେଲ ଆରୋହୀଙ୍କ ଉପରେ ଓଲଟି ଡିଭାଇଡରରେ ପଡ଼ିଗଲା । ଅନେକଙ୍କ ମୁଣ୍ଡ ଏବଂ କାନ୍ଧରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି ।