Advertisment

Supreme Court Summons WhatsApp: ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା; ‘ହ୍ୱାଟ୍ସଆପର ଗୋପନୀୟତା ନୀତି ଶୋଷଣକାରୀ’

ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା। ହ୍ୱାଟ୍ସଆପ୍ ଓ ଏହାର ମୂଳ କମ୍ପାନୀ ‘ମେଟା’କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା। ହ୍ୱାଟସଆପ୍ ର ୨୦୨୧ ଗୋପନୀୟତା ନୀତି ଶୁଣାଣି ପ୍ରସଙ୍ଗରେ ଶୁଣାଣି। ଆରମ୍ଭରେ ସଲିସିଟର ଜେନେରାଲ ତୁଷାର ମେହେଟା ଯୁକ୍ତି ଦର୍ଶାଇଥିଲେ।

author-image
Pramod Behera
Supreme Court Summons WhatsApp

ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା Photograph: (OTV)

ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଓ ଏହାର ମୂଳ କମ୍ପାନୀ ‘ମେଟା’କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା। ସୁପ୍ରିମକୋର୍ଟରେ ହ୍ୱାଟସଆପ୍ ର ୨୦୨୧ ଗୋପନୀୟତା ନୀତି ନେଇ ଏକ ଶୁଣାଣି ହୋଇଥିଲା। ଆରମ୍ଭରେ କେନ୍ଦ୍ର ସରକାରଙ୍କ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟା ଯୁକ୍ତି ଦେଇଥିଲେ ଯେ ହ୍ୱାଟ୍ସଆପର ଗୋପନୀୟତା ନୀତି “ଶୋଷଣକାରୀ। ଏହା କେବଳ ବ୍ୟବହାରକାରୀଙ୍କ ତଥ୍ୟ ସେୟାର କରେ ନାହିଁ ବରଂ ଏହାକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରେ ବୋଲି ଯୁକ୍ତିରେ ଦର୍ଶାଇଥିଲେ। 

Advertisment

ଶୁଣାଣି ବେଳେ ତୀବ୍ର ପ୍ରତିକ୍ରିୟା ଦେଇ ପ୍ରଧାନ ବିଚାରପତି କମ୍ପାନୀକୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ “ଯଦି ଆପଣ ଆମର ସମ୍ବିଧାନକୁ ପାଳନ କରିପାରିବେ ନାହିଁ, ତେବେ ଭାରତ ଛାଡିଦିଅନ୍ତୁ । ଆମେ କୌଣସି ନାଗରିକଙ୍କ ଗୋପନୀୟତାକୁ ବିପଦରେ ପକାଇବାକୁ ଦେବୁ ନାହିଁ ବୋଲି କହିଥିଲେ ସିଜେଆଇ। 

ତେବେ ହ୍ୱାଟସଆପ ପକ୍ଷରୁ ଓକିଲ କୋର୍ଟକୁ କହିଥିଲେ ଯେ କମ୍ପାନୀ ଏହାର ଗୋପନୀୟତା ନୀତିକୁ ଅନ୍ୟ ଦେଶ ସହିତ ସମାନ କରିଛି। ଏହା ସତ୍ତ୍ୱେ, ସୁପ୍ରିମକୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ ଏବଂ ମାମଲାର ଶୁଣାଣି ତିନି ଜଣିଆ ଖଣ୍ଡପୀଠ ସମ୍ମୁଖରେ ଶୁଣାଣି କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

  • ହ୍ୱାଟ୍ସଆପକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
  • ହ୍ୱାଟ୍ସଆପ୍ ଓ ଏହାର ମୂଳ କମ୍ପାନୀ ‘ମେଟା’କୁ ସୁପ୍ରିମକୋର୍ଟଙ୍କ କଡା ଭର୍ତ୍ସନା
  • ହ୍ୱାଟସଆପ୍ ର ୨୦୨୧ ଗୋପନୀୟତା ନୀତି ଶୁଣାଣି ପ୍ରସଙ୍ଗରେ ଶୁଣାଣି
  • ଆରମ୍ଭରେ ସଲିସିଟର ଜେନେରାଲ ତୁଷାର ମେହେଟା ଯୁକ୍ତି ଦର୍ଶାଇଥିଲେ
  • ‘ହ୍ୱାଟ୍ସଆପର ଗୋପନୀୟତା ନୀତି ଶୋଷଣକାରୀ’
  • ‘ଏହା କେବଳ ବ୍ୟବହାରକାରୀଙ୍କ ତଥ୍ୟ ସେୟାର କରେ ନାହିଁ ...
  • ବରଂ ଏହାକୁ ବାଣିଜ୍ୟିକ ଉଦ୍ଦେଶ୍ୟରେ ମଧ୍ୟ ବ୍ୟବହାର କରେ’
  • ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କମ୍ପାନୀକୁ ତୀବ୍ର ସମାଲୋଚନା କରିଥିଲେ CJI
  • ‘ଯଦି ସମ୍ବିଧାନକୁ ପାଳନ କରିପାରିବେନି ନାହିଁ, ତେବେ ଭାରତ ଛାଡିଦିଅନ୍ତୁ’
  • ‘ଆମେ କୌଣସି ନାଗରିକଙ୍କ ଗୋପନୀୟତାକୁ ବିପଦରେ ପକାଇବାକୁ ଦେବୁ ନାହିଁ ’
Meta WhatsApp Supreme Court
Advertisment
Advertisment