Advertisment

End of President’s Rule in Manipur: ହଟିଲା ରାଷ୍ଟ୍ରପତି ଶାସନ, ନୂଆ ମୁଖ୍ୟମନ୍ତ୍ରୀ ପାଇବ ମଣିପୁର

ପ୍ରାୟ ଏକ ବର୍ଷ ପରେ ରାଷ୍ଟ୍ରପତି ଶାସନ ରାଜ୍ୟରୁ ହଟିଛି। ଅନ୍ୟପଟେ ରାଜ୍ୟରେ ନୂଆ ସରକାର ଗଠନ ହେବ। ୟୁମନମ ଖେମଚନ୍ଦ ସିଂ ହେବେ ନୂଆ ମୁଖ୍ୟମନ୍ତ୍ରୀ। କାଲି ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ ୟୁମନମ।

author-image
Tapan Swain
MANIPUR

MANIPUR Photograph: (OTV)

ପ୍ରାୟ ଗୋଟିଏ ବର୍ଷ ପରେ ମଣିପୁରରେ ହଟିଲା ରାଷ୍ଟ୍ରପତି ଶାସନ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୫ ଫେବ୍ରୁଆରୀ ୧୩ରେ ମଣିପୁରରେ ଜାରି ହୋଇଥିଲା ରାଷ୍ଟ୍ରପତି ଶାସନ। ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ବୃଦ୍ଧି ପାଇବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହ ଗତ ବର୍ଷ ଫେବୃଆରୀ ମାସରେ ଇସ୍ତଫା ଦେଇଥିଲେ।

Advertisment

ପରେ ପରେ ଲାଗୁ ହୋଇଥିଲା ରାଷ୍ଟ୍ରପତି ଶାସନ। ପ୍ରାୟ ଏକ ବର୍ଷ ପରେ ରାଷ୍ଟ୍ରପତି ଶାସନ ରାଜ୍ୟରୁ ହଟିଛି। ଅନ୍ୟପଟେ ରାଜ୍ୟରେ ନୂଆ ସରକାର ଗଠନ ହେବ। ୟୁମନମ ଖେମଚନ୍ଦ ସିଂ ହେବେ ନୂଆ ମୁଖ୍ୟମନ୍ତ୍ରୀ। କାଲି ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ ୟୁମନମ। 

ଖୁବ୍ ଶୀଘ୍ର ନୂଆ ସରକାର

ୟୁମନାମ ଖେମଚନ୍ଦ ସିଂହଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ମନୋନୀତ କରାଯାଇଛି। ତାଙ୍କ ନେତୃତ୍ୱରେ ମଣିପୁରରେ ଖୁବ୍ ଶୀଘ୍ର ଏକ ନୂତନ ସରକାର ଗଠନ ହେବ। 

Advertisment

ମଣିପୁରରେ ହିଂସା ପରେ ଏକ ବର୍ଷ ପାଇଁ ଜାରି ହୋଇଥିବା ରାଷ୍ଟ୍ରପତି ଶାସନ ଏବେ ଶେଷ ହୋଇଛି। ଗତ ବର୍ଷ ଫେବୃଆରୀରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ ଇସ୍ତଫା ପରେ ହିଂସା ପ୍ରଭାବିତ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା।

ଏବେ ମଣିପୁରରେ ଏକ ନୂତନ ସରକାର ଗଠନ ହେବାକୁ ଯାଉଛି। ୟୁମନମ ଖେମଚାନ୍ଦ ସିଂହ ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ୟୁମନମ ଖେମଚାନ୍ଦ ସିଂହ ଏନ. ବୀରେନ ସିଂହଙ୍କ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ। ସେ ୨୦୧୭ ଏବଂ ୨୦୨୨ ମସିହାରେ ମଣିପୁରର ସିଂଜାମେଇ ଆସନରୁ ବିଧାୟକ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ ୟୁମନାମ ଖେମଚାନ୍ଦ ସିଂହ ମଣିପୁର ବିଧାନସଭାର ବାଚସ୍ପତି ମଧ୍ୟ ରହି ସାରିଛନ୍ତି।

Manipur Politics Manipur
Advertisment
Related Articles
Advertisment