/odishatv-khabar/media/media_files/2026/01/26/operation-sindoor-roars-across-skies-2026-01-26-19-56-27.jpg)
ଦୁନିଆ ଦେଖିଲା ଭାରତର ଦମ୍ Photograph: (OTV)
ଦୁନିଆ ଦେଖିଲା ଭାରତର ଦମ୍। ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସହ ପାରମ୍ପରିକ କୌଶଳ...ଆକାଶରେ ଉଡ଼ିଛି ଅପରେସନ୍ ସିନ୍ଦୂରର ଅଦମ୍ୟ ବୀରତ୍ୱ। ରାଫେଲରୁ ଜାଗୁଆର୍ ଦେଖାଇଛନ୍ତି ନିଜ ଦୁଃସାହସ। ଶତ୍ରୁର ଛାତିକୁ ଥରାଉଥିବା ଆକାଶ ଡିଫେନ୍ସ ସିଷ୍ଟମ ହେଉ କିମ୍ବା କଥା ନକହି ବି ଶତ୍ରୁକୁ ମାତ୍ ଦେଉଥିବା ଯୋଦ୍ଧା... ୭୭ତମ ଗଣତନ୍ତ୍ର ଦିବସ ପରେଡ୍ ରେ ଏଥର ଏମିତି ଅନେକ କିଛି ଦେଖିବାକୁ ମିଳିଛି। ତାସହ ଏଥର ଅତିଥି ଭାବେ ସାମିଲ ହୋଇଥିବା ୟୁରୋପ କମିଶନ ଅଧ୍ୟକ୍ଷ ଭାରତ ସହ ଯୋଡ଼ିଛନ୍ତି ବନ୍ଧୁତ୍ବର ନୂଆ ପରିଭାଷା।
ଆକାଶରୁ ଗର୍ଜିଲା... ମାଟିରେ କମ୍ପାଇଲା... ଗଗନ ପବନରେ ଖେଳିଗଲା ବୀରତ୍ୱର ଗାଥା। ନୀଳ ଆକାଶରେ ଫର ଫର ହେଇ ଉଡ଼ିଲା ଭାରତୀୟ ତ୍ରିରଙ୍ଗା। ବିଶ୍ବ ଦେଖିଲା ଦୁନିଆର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ରର ପରାକ୍ରମ। ୭୭ତମ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ କର୍ତ୍ତବ୍ୟପଥ ସାଜିଛି ସେନାର ସୌର୍ଯ୍ୟ, ଅଦମ୍ୟ ସାହସର ସାକ୍ଷୀ।
ଏଥରର ସବୁଠୁ ଅଧିକ ଆକର୍ଷଣରେ ଥିଲା ବାୟୁ ସେନାର ‘ଅପରେସନ୍ ସିନ୍ଦୂର’। ପାକିସ୍ତାନରେ ଆଶ୍ରୟ ନେଇଥବା ବିଶ୍ବର ଟପ୍ ମୋଷ୍ଟ ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିଥିବା ବାୟୁ ଓ ସ୍ଥଳ ସେନା ଦେଖାଇଥିଲା ନିଜ ପରାକ୍ରମର ଝଲକ।... ଏ ଦୃଶ୍ୟ ସେଇ ସମୟର... ଦୁଇଟି ରାଫେଲ, ଦୁଇଟି ମିଗ୍-୨୯, ସୁଖୋଇ-୩୦ର ଦୁଇଟି ଲଢ଼ୁଆ ବିମାନ ଏବଂ ଜାଗୁଆର୍ ବିମାନ ଦର୍ଶାଇଥିଲେ ଅପରେସନ୍ ସିନ୍ଦୁର ଫର୍ମେସନ୍। ଧ୍ରୁବ ଆଡଭାନ୍ସ ଲାଇଟ୍ ହେଲିକପ୍ଟର ସାଙ୍ଗରେ ଧରିଥିଲା ଅପରେସନ୍ ସିନ୍ଦୂର ସଫଳତାର ପ୍ରତୀକ ପତାକା।
୬ଟି ରାଫେଲ୍ ପ୍ରଦର୍ଶନ କରିଥିଲା ବାହୁବଳୀ ବଜରଙ୍ଗ ଫର୍ମେସନ୍, ୪ଟି ମିଗ୍-17 ହେଲିକପ୍ଟର ଧ୍ୱଜା ଫର୍ମେସନରେ ଉଡ଼ି ଅତିଥିଙ୍କ ଉପରେ କରିଛି ଫୁଲ ବର୍ଷା। ଏଥର ବାୟୁସେନାର ସର୍ବାଧିକ ୨୯ଟି ବିମାନ କର୍ତ୍ତବ୍ୟପଥ ପରେଡରେ ନିଜ ଦୁଃସାହାସ କଳା ପ୍ରଦର୍ଶନ କରିଛନ୍ତି।
ଏୟାର ଡିଫେନ୍ସ ସିଷ୍ଟମ୍, କଥା ଶୁଣିଲେ ଶତ୍ରୁର ଛାତି ଧଡ଼ ଧଡ଼ ହୁଏ। ଆର୍ଗତଃ ଅର୍ଭ, ବିଜୟ ସର୍ବତ... ଶତ୍ରୁ ଯେଉଁଠି ଥାଉ ନା କାହିଁ ଖୋଜି ଖୋଜି ମାରିବା ହେଉଛି ଏହାର ଲକ୍ଷ୍ୟ। ଆକାଶ ଏୟାର ଡିଫେନ୍ସ ସିଷ୍ଟମ୍ ପ୍ରଦର୍ଶନ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବି ନିଜ ଆସନ ଛାଡ଼ି ବିଦେଶୀ ଅତିଥିଙ୍କୁ ଏକଥା ବୁଝାଇଥିଲେ। ଅପରେସନ୍ ସିନ୍ଦୂର ଥିଲା ଆଧୁନିକ ଯୁଦ୍ଧର ପ୍ରତୀକ। ଗୁଳି ନୁହେଁ ଡ୍ରୋନ୍ ଉଡ଼ାଇଥିଲା ଶତ୍ରୁର ଆଡ୍ଡା। ନିଜ ଭୁଇଁରେ ରହି ଖସାଇଥିଲା ଶତ୍ରୁ ପାଦ ତଳୁ ମାଟି, ମୁଣ୍ଡ ଉପରୁ ଛାତ। ସେଇ ଶକ୍ତିଶାଳୀ ଡ୍ରୋନ୍ ର ଗନ୍ତାଗାର ଓ ସେନାର ନୂଆ ରେଜିମେଣ୍ଟ ଶକ୍ତିବାନ ବି ପ୍ରଦର୍ଶିତ ହୋଇଛି।
ମରୁଭୂମି ହେଉ କି ହିମାଳୟ... ସବୁଠି ଆମ ସେନା ତତ୍ପର। ଭାରତୀୟ ସେନା ସହ ବର୍ଷ ବର୍ଷ ଧରି କଥା ନକହି ବି ସବୁ କମାଣ୍ଡ ମାନିଥିବା ଏମିତି କିଛି ଯବାନ ବି ଆଜି କର୍ତ୍ତବ୍ୟପଥରେ ସମସ୍ତଙ୍କୁ ଆଚମ୍ବିତ କରିଛି। ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ପରେଡ୍ ରେ ସେନାର ରିମାଉଣ୍ଟ ଆଣ୍ଡ ଭେଟେନାରୀ କୋର୍ ପକ୍ଷରୁ ସାମିଲ ହୋଇଥିଲା ପଶୁ ପକ୍ଷୀଙ୍କ ବାହାଦୂର ଟିମ୍। ଏମାନେ ସବୁ ହେଲେ ଗୋଟେ ଗୋଟେ ହିମ ଯୋଦ୍ଧା। ସ୍ଥଳ ସେନାର ହୀମ ଯୋଦ୍ଧା ଭାବେ ପରିଚିତ ଦୁଇ କୁଜ ଥିବା ଓଟ, ଗୁପ୍ତଚରୀରେ ଧୂରନ୍ଦର କଳା ଚୀଲ, ତଟୁ ଘୋଡ଼ା ଏବଂ ସନ୍ଧାନୀ ମଢ଼ୁଲ ହାଉଣ୍ଟ, ରାମପୁର ହାଉଣ୍ଟ ଓ ଦେଶୀ କୁକୁର।
୭୭ତମ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଥିଲେ ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲିୟେନ୍ ଓ ୟୁରୋପୀୟ କାଉନସିଲ ସଭାପତି ଆଣ୍ଟୋନିଓ କୋଷ୍ଟା। ୟୁରୋପୀୟ କମିଶନ ଅଧ୍ୟକ୍ଷ ଉର୍ସୁଲା ଭାରତ ଓ ୟୁରୋପ ମଧ୍ୟରେ ସୁଦୃଢ଼ ସମ୍ପର୍କର ପ୍ରତୀକ ଭାବେ କପଡ଼ା ବି ପିନ୍ଧିଥିଲେ। ସୁନେଲୀ ରଙ୍ଗର ବନାରସୀ ବନ୍ଦ୍ ଗଲା ଦେଇଥିଲା ଭାରତ ସହ ଦୃଢ଼ ସମ୍ପର୍କର ପ୍ରତିଶ୍ରୁତି।
ଦେଶ ପାଇଁ ଜୀବନକୁ ବାଜି ଲଗାଇଥିବା ପ୍ରତିଟି ଯବାନ ନିଜ ଶେଷ ରକ୍ତ ବିନ୍ଦୁ ଯାଏଁ ମାଟି ମାଆ ପାଇଁ ଲଢ଼ିଥାଏ। ଏହାର ପ୍ରତୀକ ଭାବେ ସଶସ୍ତ୍ର ସୀମା ସୁରକ୍ଷାବଳ ଓ CRPF ପକ୍ଷରୁ କର୍ତ୍ତବ୍ୟପଥରେ ଆଖି ଖୋସିଲା ଭଳି ଦୁଃସାହସିକ ଡେୟାର ଡେଭିଲ୍ ଶୋ ପ୍ରଦର୍ଶିତ ହୋଇଛି। ଜଙ୍ଗଲରେ କମ୍ବିଂ ଅପରେସନ୍, କେବେ ବି ଫେଲ୍ ହେଇନଥିବା ନିଶାନା ଏବଂ ଯୋଗର ବିଭିନ୍ନ ମୁଦ୍ରାକୁ ବାଇକ୍ ଉପରେ ଗୋଟି ଗୋଟି କରି ଦେଖାଇଥିଲେ ବାହାଦୂର ଯବାନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)