Advertisment

Budget Hits Alcohol: ବଢ଼ିଲା ମଦ ଦାମ୍, ନିର୍ମଳା ଭାଙ୍ଗିଲେ ମଦ୍ୟପଙ୍କ ଅଣ୍ଟା

ସବୁବର୍ଷ ଭଳି ଏବର୍ଷ ମଧ୍ୟ ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଥିଲା । ଆଉ ସବୁ ଦିଗକୁ ଦୃଷ୍ଟିରେ ରଖି ତମାଖୁ ଉପରେ ମହଙ୍ଗା ଶୁକ୍ଳ ବୃଦ୍ଧି କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ।

author-image
Tanmay Kumar Mahalik
Union Budget 2026 Hits liquor

Union Budget 2026 Hits liquor Photograph: (OTV)

ବଜେଟ୍ ଭାଙ୍ଗିଲା ମଦ୍ୟପଙ୍କ ଅଣ୍ଟା । ମଦ କିଣିବାକୁ ଏବେ ଦରକାର ଅଧିକ ଟଙ୍କା  । ବଢ଼ିଲା ଗୁଟକା, ସିଗାରେଟ, ପାନ ମସଲା ଓ ତମାଖୁ ସାମଗ୍ରୀ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତୀରମଣ ସଂସଦରେ ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି ।

Advertisment

ସବୁବର୍ଷ ଭଳି ଏବର୍ଷ ମଧ୍ୟ ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଥିଲା । ଆଉ ସବୁ ଦିଗକୁ ଦୃଷ୍ଟିରେ ରଖି ତମାଖୁ ଉପରେ ମହଙ୍ଗା ଶୁକ୍ଳ ବୃଦ୍ଧି କରିଛନ୍ତି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । 

ମଦକୁ ନେଇ ବାରମ୍ବାର ବହୁ ଦୁର୍ଘଟଣା ସାମ୍ନାକୁ ଆସୁଛି । ପାରିବାରିକ କହଳ ମଧ୍ୟ ମଦ ପାଇଁ ଲାଗି ରହୁଛି । ଖାଲି ଏତିକି ନୁହେଁ, ମଦ ପିଇ ହତ୍ୟା, ଦୁଷ୍କର୍ମ ଓ ଲୁଟ୍ ଭଳି ଅନେକ ଅପରାଧିକ ମାମଲା ସାମ୍ନାକୁ ଆସୁଛି । ମଦ ଓ ଗୁଟକାକୁ ନେଇ ସରକାର ଏଇ ନିକଟରେ କଟକଣା ଲଗାଇଥିଲେ । ଆଉ ଏବେ କେନ୍ଦ୍ର ସରକାର ଲିକରର ଦାମ୍ ବୃଦ୍ଧି କରିଛନ୍ତି ।

Advertisment

ଅନ୍ୟପଟେ ସାଧାରଣ ଲୋକଟିଏ ପାଇଁ ବଜେଟରେ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର । କ୍ୟାନସର ଓ ମଧୁମେହ ଭଳି ୭ ଗମ୍ଭୀର ରୋଗର ଔଷଧ ଶସ୍ତା କରିଛନ୍ତି । କେବଳ କ୍ୟାନସରର ୧୭ଟି ମେଡିସିନ୍ ଦାମ୍ ହ୍ରାସ ହେବ। ସେହିପରି ବାୟୋ – ସିଏନଜି ଗ୍ୟାସ, ସୌର ଚାଳିତ ବସ୍ତୁ, ଚମଡା ଜୋତା, ଓ ସି-ଫୁଡ ଶସ୍ତା ହେବ । 

ବଜେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଉପସ୍ଥାପନା କରିଥିଲେ ନିର୍ମଳା ସୀତାରମଣ । ଏହାରି ଭିତରେ ସାଧାରଣ ଲୋକଙ୍କ ପାଇଁ ସବୁଠାରୁ ବଡ ଆଶ୍ୱସ୍ତିକର ଖବର ଆସିଛି । ଅନେକ ନିତ୍ୟ ବ୍ୟବହାର ଜିନିଷ ସନ୍ତା ହୋଇଥିବା ବେଳେ କିଛି ଜିନିଷ ମଧ୍ୟ ମହଙ୍ଗା ହୋଇଛି । 

Nirmala Sitharaman Budget Tobacco Alcohol Finance Mininstry
Advertisment
Related Articles
Advertisment