Advertisment

Union Budget 2026–27: ବଜେଟରେ ମିଳିଲା ଓଡ଼ିଶାକୁ ଏହି ସବୁ, ଜାଣନ୍ତୁ…

ସଂସଦରେ ଶୁଭିଲା ତାଳଚେର-ଅନୁଗୁଳ ଓ କଳିଙ୍ଗନଗରର ନାଁ । ପାରାଦୀପ ଓ ଧାମରା କଥା ବି ଉଠାଇଲେ ନିର୍ମଳା । ୨୦୨୬-୨୭ ପାଇଁ ବଜେଟ୍ ଘୋଷଣା ହୋଇଛି । ସଂସଦରେ ବଜେଟ୍ ଫାଇଲରୁ ଓଡ଼ିଶାର ନାଁ ନେଇ ତାଳଚେର-ଅନୁଗୁଳ ଓ କଳିଙ୍ଗନଗରରେ ବିରଳ ମୁର୍ତ୍ତିକା କରିଡ଼ର ହେବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

author-image
Tanmay Kumar Mahalik
Niramala Announce Odisha Budget

Niramala Announce Odisha Budget Photograph: (OTV)

ଓଡ଼ିଶା ବିକାଶରେ ଯୋଡ଼ି ହେଲା ସ୍ବତନ୍ତ୍ର କରିଡ଼ର । ବିକାଶର ରାସ୍ତାରେ ବଢ଼ିବେ ରାଜ୍ୟର ଅନେକ ଜିଲ୍ଳା । ସଂସଦରେ ଶୁଭିଲା ତାଳଚେର-ଅନୁଗୁଳ ଓ କଳିଙ୍ଗନଗରର ନାଁ । ପାରାଦୀପ ଓ ଧାମରା କଥା ବି ଉଠାଇଲେ ନିର୍ମଳା । ୨୦୨୬-୨୭ ପାଇଁ ବଜେଟ୍ ଘୋଷଣା ହୋଇଛି । ସଂସଦରେ ବଜେଟ୍ ଫାଇଲରୁ ଓଡ଼ିଶାର ନାଁ ନେଇ ତାଳଚେର-ଅନୁଗୁଳ ଓ କଳିଙ୍ଗନଗରରେ ବିରଳ ମୁର୍ତ୍ତିକା କରିଡ଼ର ହେବା ନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।

Advertisment

ତାଳଚେର-ଅନୁଗୁଳ-କଳିଙ୍ଗନଗରକୁ ପାରାଦୀପ ଓ ଧାମରା ସହ ଯୋଡ଼ାଯିବ । କେବଳ ଏତିକି ନୁହେଁ, ଆସନ୍ତା ୫ ବର୍ଷରେ ୨୦ ନୂଆ ଜଳମାର୍ଗ ଆରମ୍ଭ ହେବ । ଓଡ଼ିଶାରେ ନ୍ୟାସନାଲ୍ ୱାଟର ୱେ-୫ ଆରମ୍ଭ କରାଯିବ ବୋଲି ବଜେଟ୍ ଉପସ୍ଥାପନ ବେଳେ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 

ନିର୍ମଳାଙ୍କ ବଜେଟ୍ ପେଡିରେ ଓଡ଼ିଶାର ପୂର୍ବରୁ ପଶ୍ଚିମ ପ୍ରାନ୍ତ ପର୍ଯ୍ୟନ୍ତ ୨୦ଟି ନୂଆ ଜଳପଥ ପ୍ରସ୍ତାବ ରହିଛି । ଖଣିଜ ସଂପଦରେ ଭରପୂର ସୁନାର ଓଡ଼ିଶା ପାଇଁ ୫ଟି ଜାତୀୟ ଜଳପଥ ଯୋଡ଼ାଯିବ । ସେହିପରି ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ମଧ୍ୟ କିଛିଟା ହାତ ଖୋଲିଛନ୍ତି ନିର୍ମଳା । ପରିବେଶ ସଂରକ୍ଷଣ ଓ ଇକୋ-ଟୁରିଜିମ୍‌କୁ ପ୍ରୋତ୍ସାହିତ କରିବା ଲାଗି ଗହିରମଥା ଓ ଋଷିକୂଲ୍ୟା ନଦୀ ମୁହାଣ ପାଇଁ ପଦକ୍ଷେପ ନିଆଯାଇଛି ।

Advertisment

କଇଁଛମାନଙ୍କ ସମୂହ ଅଣ୍ଡାଦାନ ସ୍ଥଳୀର ଉନ୍ନତୀକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ।  ସବୁଠାରୁ ବଡ଼ କଥା ହେଉଛି, ଓଡ଼ିଶାରେ ବିରଳ ମୃର୍ତ୍ତିକା କରିଡର ହେବା ପରେ ବିଭିନ୍ନ ଦ୍ରବ୍ୟର ଆମଦାନୀ ରପ୍ତାନି ସହଜ ହେବ । ଯାହାଫଳରେ ଉତ୍ପାଦନ ବୃଦ୍ଧି ଓ ଆମଦାନୀ କମ୍‌ ହେବାର ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ସେପଟେ ଓଡ଼ିଶା ପାଇଁ ଏହି ଘୋଷଣା ପରେ ଟ୍ବିଟ୍ କରି ନିର୍ମଳାଙ୍କୁ ବଧାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ବଜେଟ୍ ଆଗତକୁ ନେଇ ଓଡ଼ିଶା ସମେତ ସାରା ଦେଶ ଅନାଇ ବସିଥିଲା । ଶେଷରେ କାଞ୍ଜିବରମ ପାଟ ଶାଢ଼ି ପିନ୍ଧି ସଂସଦ ଗୃହକୁ ପ୍ରବେଶ କରିଥିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଉ ବଜେଟ୍ ଉପସ୍ଥାପନ କରି ଓଡ଼ିଶା ପାଇଁ ବିରଳ ମୃର୍ତ୍ତିକା କରିଡର, ୨୦ ନୂଆ ଜଳମାର୍ଗ ଏବଂ ପରିବେଶ ସଂରକ୍ଷଣ ଓ ଇକୋ-ଟୁରିଜିମ୍‌କୁ ପ୍ରୋତ୍ସାହିତ ପାଇଁ ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 

Odisha Union Budget Finance Minister Nirmala Defence Minister Nirmala Sitharaman
Advertisment
Related Articles
Advertisment