Advertisment

New Year Horror: ସୈତାନ ସ୍ବାମୀ, ନୂଆବର୍ଷରେ ସ୍ତ୍ରୀକୁ ଗିଫ୍ଟ ଦେଲା ଗର୍ଲଫ୍ରେଣ୍ଡ ଡେଡବଡି

ଦୁଇ ଦୁଇଟା ବାହା ହୋଇଥିଲା । ସନ୍ତାନମାନଙ୍କ ବାପା ବି ହୋଇଥିଲା । ହେଲେ ଆଉ ଏକେ ଝିଅକୁ ଲିଭ୍-ଇନ-ପର୍ଟନର ସଜାଇଥିଲା । ପରେ ସେହି ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି ।

author-image
Tanmay Kumar Mahalik
Man Kills Live In Partner

Man Kills Live In Partner Photograph: (OTV)

ସୈତାନ ସ୍ବାମୀର ଖତରନାକ ଦିମାଗ । ସ୍ତ୍ରୀକୁ ପଠାଇଲା ପ୍ରେମିକାର ମୃତଦେହ । ସେକେଣ୍ଡ ୱାଇଫକୁ ନୂଆବର୍ଷ ସରପ୍ରାଇଜ୍ ଦେଲା ସ୍ବାମୀ । ବାକ୍ସରୁ ବାହାରିଲା ଗର୍ଲଫ୍ରେଣ୍ଡ ଅଧାପୋଡ଼ା ଡେଡବଡି । ଏ ପୁରୁଷ ରୂପି ରାକ୍ଷସର ଚରିତ୍ରକୁ ଯେତେ ଚିତ୍ରଣ କରିବ ଶେଷ ହେବନି ।

Advertisment

ଦୁଇ ଦୁଇଟା ବାହା ହୋଇଥିଲା । ସନ୍ତାନମାନଙ୍କ ବାପା ବି ହୋଇଥିଲା । ହେଲେ ଆଉ ଏକେ ଝିଅକୁ ଲିଭ୍-ଇନ-ପର୍ଟନର ସଜାଇଥିଲା । ପରେ ସେହି ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି । 

ଉତ୍ତର ପ୍ରଦେଶର ଝାନ୍ସୀରେ ଏହି ଘଟଣା ଘଟିଛି । ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀ ତାଙ୍କ ୩୫ ବର୍ଷୀୟ ଲିଭ୍-ଇନ୍ ପାର୍ଟନରଙ୍କୁ ହତ୍ୟା କରିଛି । ହତ୍ୟାପରେ ପ୍ରେମିକାର ମୃତଦେହକୁ ଏକ ଲୁହା ଟ୍ରଙ୍କରେ ଭର୍ତ୍ତି କରି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ତା’ ଛଡ଼ା ଅଭିଯୁକ୍ତ ଅପରାଧର ପ୍ରମାଣ ନଷ୍ଟ କରିବାକୁ ତା’ ଦ୍ୱିତୀୟ ସ୍ତ୍ରୀଙ୍କ ଘରକୁ ଟ୍ରାଙ୍କ ପଠାଇଥିଲା । ଆଉ କିଛି ମଣିଷପୋଡ଼ା ପାଉଁଶକୁ ନଦୀରେ ଭସାଇଦେଇଥିବା ଜଣାପଡ଼ିଛି ।

Advertisment

ପୋଲିସ ଏନେଇ ତଦନ୍ତ କରିବା ପରେ ଜାଣିବାକୁ ପାଇଛି, ଅଭିଯୁକ୍ତ ରାମ ସିଂହ ପରିହାର ଜଣେ ଖଳ ପ୍ରକୃତିର ଲୋକ ଥିଲା । ଦୁଇ ଦୁଇଥର ବାହା ହୋଇଥିଲା । ଦୁଇ ଜଣ ପତ୍ନୀଙ୍କ ଠାରୁ ଅଲଗା ରହୁଥିଲା । ଆଉ ଲିଭ୍-ଇନ୍ ପାର୍ଟନ ଭାବେ ଜଣେ ଯୁବତୀ ପ୍ରୀତିଙ୍କୁ ସାଥୀରେ ରଖୁଥିଲେ । ହେଲେ ପ୍ରିତୀ, ରାମ ସିଂହ ପରିହାରଙ୍କୁ ବାରମ୍ବାର ଟଙ୍କା ମାଗୁଥିଲେ । ଏମିତି କି ଲକ୍ଷ ଲକ୍ଷ ଟଙ୍କା ପରିହାରଙ୍କ ପାଖରୁ ନେଇସାରିଥିଲେ । ତେଣୁ ପୁଣି ଟଙ୍କା ମାଗିବାରୁ ପ୍ରୀତିଙ୍କୁ ରାମ ସିଂହ ପରିହାର ହତ୍ୟା କରି ଲୁହା ବାକ୍ସ ଭିତରେ ପୋଡ଼ି ଦେଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି ।

ପୋଲିସ କହିଛି ଏହି ହତ୍ୟାକାଣ୍ଡ ଜାନୁୟାରେ ୮ ତାରିଖରେ ଘଟିଛି । ପ୍ରୀତିଙ୍କୁ ମାରିବା ପରେ ଲୁହା ବାକ୍ସରେ ପୂରାଇ ପୋଡ଼ି ଦିଆଯାଇଥିଲା । ମୃତଦେହ ପାଉଁଶ ହୋଇଯିବା ପରେ, କିଛି ପାଉଁଶ ନଦୀରେ ଭସାଇ ଦେଇଥିଲା । ଆଉ ଯାହା ବାକିଥିଲା ଟ୍ରଭ୍କରେ ପୂରାଇ ଦ୍ବିତୀୟ ସ୍ତ୍ରୀ ନକଟକୁ ପଠାଇଦେଇଥିଲା । ଏବଂ ପୁଅକୁ କହିଥିଲା ଟ୍ରଙ୍କ ଘରକୁ ନେଇଯିବାକୁ । ହେଲେ ସେମାନଙ୍କ ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସି ଟ୍ରଙ୍କ ଖୋଲିବା ପରେ ସବୁ ଘଟଣା ଧୀରେ ଧୀରେ ପଦାକୁ ଆସିଛି । 

New Year Man Live-in Partner Half-burnt Body Second Wife On Remand
Advertisment
Related Articles
Advertisment