Advertisment

Nagavali Express arrives without BE-2 coach: ଏକ୍ସପ୍ରେସ ଟ୍ରେନ୍ ଆସିଲା, ହେଲେ ଯାତ୍ରୀଙ୍କ ପାଇଁ ନଥିଲା କୋଚ୍

ଏକ୍ସପ୍ରେସ ଟ୍ରେନ୍ ଆସିଲା, ହେଲେ ଯାତ୍ରୀଙ୍କ ପାଇଁ ନଥିଲା କୋଚ୍। ନିର୍ଦ୍ଦିଷ୍ଟ କୋଚ୍ ବିନା ଆସିଲା ନାଗାବଳୀ ଏକ୍ସପ୍ରେସ। 20809 ନମ୍ବର ଥିବା ନାଗାବଳୀ ଏକ୍ସପ୍ରେସ । BE-2 କୋଚରେ ଯାତ୍ରୀ ଟିକେଟ ସଂରକ୍ଷଣ କରିଥିଲେ।

author-image
Pramod Behera
Nagavali Express arrives without BE-2 coach

ଏକ୍ସପ୍ରେସ ଟ୍ରେନ୍ ଆସିଲା, ହେଲେ ଯାତ୍ରୀଙ୍କ ପାଇଁ ନଥିଲା କୋଚ୍ Photograph: (OTV)

ଏକ୍ସପ୍ରେସ ଟ୍ରେନ ଆସିଲା, ହେଲେ ନଥିଲା ଯାତ୍ରୀଙ୍କ ପାଇଁ କୋଚ। ଗୋଟିଏ ନିର୍ଦ୍ଧିଷ୍ଟ କୋଚ ନ ଥାଇ ଟ୍ରେନ ଆସି ପହଞ୍ଚିଥିଲା। ଲୋକେ ସେହି ନିର୍ଦ୍ଦିଷ୍ଟ କୋଚରେ ଚଢିବାକୁ ଅପେକ୍ଷା କରିଥିବାବେଳେ ପାଇନଥିଲ। ଶେଷରେ ଟ୍ରେନର ଅନ୍ୟ କୋଚରେ ଚଢିଯାଇଥିଲେ। ଟ୍ରେନରୁ ଥାଇ ଯାତ୍ରୀମାନେ ଏଭଳି ଅଭିଯୋଗ କରିଛନ୍ତି। ସାହାଯ୍ୟ ପାଇଁ ଭିଡ଼ିଓ ବାର୍ତ୍ତା ପଠାଇଛନ୍ତି। 

Advertisment

20809 ନମ୍ବର ଥିବା ନାଗାବଳୀ ଏକ୍ସପ୍ରେସ ଟ୍ରେନରେ BE-2 କୋଚରେ ଯାତ୍ରୀ ଟିକେଟ ସଂରକ୍ଷଣ କରିଥିଲେ। କିନ୍ତୁ ସମ୍ବଲପୁର ଷ୍ଟେସନରୁ ଟ୍ରେନ ଛାଡିବା ବେଳକୁ BE-1 ଥିଲା। କିନ୍ତୁ BE-2 କୋଚ ନଥିଲା। ଫଳରେ ସେମାନେ TTEଙ୍କ ସହାୟତା ମାଗିଥିଲେ। ତେବେ TTE ସେମାନଙ୍କୁ ଅନ୍ୟ ଏକ କୋଚରେ ବସିବାକୁ କହି ନେଇଥିଲେ। ହେଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନାହିଁ ବୋଲି ଯାତ୍ରୀମାନେ କହିଛନ୍ତି। ଯଦି ଯାତ୍ରୀମାନଙ୍କ ଅଭିଯୋଗ ସତ୍ୟ ତେବେ ଏଭଳି ସାଙ୍ଘାତିକ ଭୁଲ କିପରି ହେଲା ତାହାକୁ ନେଇ ପ୍ରଶ୍ନ ଉଠିଛି। 

ଅନ୍ୟପଟେ ସମ୍ବଲପୁର ଡିଭିଜନର ରେଳ ଅଧିକାରୀଙ୍କ ଯୋଗାଯୋଗ କରାଯାଇଥିବା ବେଳେ ସେ ଏ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଟ୍ରେନଟି ସମ୍ବଲପୁର ରେଳ ଷ୍ଟେସନରୁ ମହାରାଷ୍ଟ୍ରର ନାନଦେଡ ଷ୍ଟେସନ ଯାଏ ଯାତ୍ରା କରୁଛି।

Advertisment
  • ଏକ୍ସପ୍ରେସ ଟ୍ରେନ୍ ଆସିଲା, ହେଲେ ଯାତ୍ରୀଙ୍କ ପାଇଁ ନଥିଲା କୋଚ୍
  • ନିର୍ଦ୍ଦିଷ୍ଟ କୋଚ୍ ବିନା ଆସିଲା ନାଗାବଳୀ ଏକ୍ସପ୍ରେସ
  • 20809 ନମ୍ବର ଥିବା ନାଗାବଳୀ ଏକ୍ସପ୍ରେସ
  • BE-2 କୋଚରେ ଯାତ୍ରୀ ଟିକେଟ ସଂରକ୍ଷଣ କରିଥିଲେ
  • BE-1 କୋଚ ଥିଲା, ହେଲେ ନଥିଲା BE-2 କୋଚ
  • ଟ୍ରେନରେ ଚଢ଼ିଗଲେ ଟିକେଟ ସଂରକ୍ଷଣ କରିଥିବା ଯାତ୍ରୀ
  • ନିର୍ଦ୍ଦିଷ୍ଟ କୋଚ୍ ନଥିବାରୁ ଯାତ୍ରୀ ହନ୍ତସନ୍ତ 
  • ରେଳ ଅଧିକାରୀଙ୍କ ପାଖରେ ନାହିଁ ସ୍ପଷ୍ଟ ସୂଚନା
Railway Special Train Coaches Express Train
Advertisment
Advertisment