Advertisment

Plane Crash Claims Life of Veteran Leader: ବାରାମତୀରେ ନିଆଁହୁଳା ପାଲଟିଲା ବିମାନ, ଭିଜିବିଲିଟ୍ କମ୍ ଯୋଗୁଁ ପ୍ଲେନ୍ କ୍ରାସ୍

ମହାରାଷ୍ଟ୍ର ପାଇଁ କଳା ଦିନ। ଅଜିତ୍ ପାୱାରଙ୍କ ପ୍ଲେନ୍ କ୍ରାସରେ ନିଧନ। ବାରାମତୀରେ ନିଆଁହୁଳା ପାଲଟିଲା ବିମାନ। ଭୟାବହ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ। ଭିଜିବିଲିଟ୍ କମ୍ ଯୋଗୁଁ ପ୍ଲେନ୍ କ୍ରାସ୍। ପିଏମ୍ ମୋଦିଙ୍କଠୁ ବିଶିଷ୍ଟ ରାଜନେତାଙ୍କ ଶୋକ। କାଲି ଅଜିତ ପାୱାରଙ୍କର ଶେଷକୃତ୍ୟ।

author-image
Pramod Behera
Plane Crash Claims Life of Veteran Leader

ବାରାମତୀରେ ନିଆଁହୁଳା ପାଲଟିଲା ବିମାନ Photograph: (OTV)

ମହାରାଷ୍ଟ୍ର ରାଜନୀତିରେ ବିରାଟ ଶୂନ୍ୟସ୍ଥାନ। ଉପ-ମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ୍ ପାୱାରଙ୍କ ୬୬ ବର୍ଷରେ ପ୍ଲେନ୍ କ୍ରାସରେ ନିଧନ। ଅଜିତ୍ ବୁଧବାର ସକାଳେ ମୁମ୍ବାଇରୁ ବାରାମତୀକୁ ଦଳୀୟ ସଭାରେ ଯୋଗଦେବାକୁ ଯିବାବେଳେ ତାଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ପାଇଲଟଙ୍କୁ ମିଶାଇ ୫ଜଣଙ୍କ ମୃତ୍ୟୁ ଘଟିଛି। ଭିଜିବିଲିଟ୍ କମ୍ ଯୋଗୁଁ ପ୍ଲାନ୍ କ୍ରାସ୍ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ରାଜନେତା ଅଜିତ୍ ଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। କାଲି ସକାଳ ୧୧ଟାରେ ବାରାମତୀରେ ଦିବଂଗତ ନେତାଙ୍କ ଶେଷକୃତ୍ୟ ସଂପନ୍ନ ହେବ।

Advertisment

ରାଜ୍ୟର ଅନ୍ୟତମ ଲୋକପ୍ରିୟ ନେତା ତଥା ଡେପୁଟି ସିଏମ୍ ଅଜିତ୍ ପାୱାର ବସିଥିବା ବିମାନଟି ବାରାମତୀ ଏୟାରପୋର୍ଟରେ ଅବତରଣର ମାତ୍ର କିଛି କ୍ଷଣ ପୂର୍ବରୁ କ୍ରାସ୍ ହୋଇଥିଲା। VT-SSK ପ୍ଲେନଟି ସକାଳ ୮ଟା ୧୦ ମିନିଟ୍ ରେ ମୁମ୍ବାଇ ବିମାନବନ୍ଦର ଛାଡ଼ି ବାରାମତୀ ଅଭିମୁଖେ ଉଡ଼ାଣ ଭରିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ରନ ୱେ ପାଖରେ ପ୍ଲେନ୍ଟି ଖଣ୍ଡ ଖଣ୍ଡ ହୋଇ ନିଆଁ ପିଣ୍ଡୁଳାରେ ପରିଣତ ହୋଇଥିଲା। 

ଦୁର୍ଘଟଣାରେ ଅଜିତ୍ ପାୱାରଙ୍କ ସହ ବିମାନରେ ଥିବା ସମସ୍ତ ୫ ଜଣଙ୍କ ମୃତ୍ୟୁ ଘଟିଛି। ଯାହାଙ୍କ ଭିତରେ ୨ ଜଣ ପାଇଲଟ, ଜଣେ ପିଏସଓ ଏବଂ ମହିଳା ଫ୍ଲାଇଟ୍ ଆଟେଣ୍ଡାଣ୍ଟ ପିଙ୍କି ମାଳି ଅଛନ୍ତି। ପ୍ରଶ୍ନ-କାହିଁକି ହେଲା ଅଜିତ୍ ଙ୍କ ପ୍ଲେନ୍ କ୍ରାସ୍ ? ବେସମାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ତଥ୍ୟ ଅନୁସାରେ-ବିମାନଟି ସକାଳ ୮ଟା ୧୮ରେ ପ୍ରଥମେ ବାରାମତୀ ଏୟାରପୋର୍ଟ ସହ ସଂପର୍କ ସ୍ଥାପନ କରିଥିଲା। 

Advertisment

ପାଇଲଟଙ୍କୁ ସେଠିକାର ପାଗ ସମ୍ପର୍କରେ ଅବଗତ କରାଯିବା ସହ ଭିଜିବିଲିଟି ୩ ହଜାର ମିଟର ଥିବା କୁହାଯାଇଥିଲା। ପାଇଲଟ୍ ୧୧ ନମ୍ବର ରନ ୱେ ରେ ଅବତରଣ ପାଇଁ ଅନୁମତି ମାଗିଥିଲେ। କିନ୍ତୁ ତାଙ୍କୁ ରନ ୱେ ଦୃଶ୍ୟମାନ ନହେବାରୁ ବିମାନଟି ଚକ୍କର କାଟିଥିଲା। ୮ଟା ୪୩ ମିନିଟ୍ ରେ ରନ୍ ୱେ ମିଳିଗଲା ବୋଲି ପାଇଲଟ୍ କହିବାର କିଛି ସେକେଣ୍ଡ ପର ଅର୍ଥାତ୍ ୮ଟା ୪୪ ମିନିଟ୍ ରେ ହଠାତ୍ ଏକ ନିଆଁ ହୁଳା ଦେଖିଥିଲେ ଏଟିସି କର୍ତ୍ତୃପକ୍ଷ। କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ କହିଛନ୍ତି- ପ୍ରାଥମିକ ତଦନ୍ତରୁ କମ୍ ଭିଜିବିଲିଟି ଦୁର୍ଘଟଣାର କାରଣ ହୋଇଥାଇ ପାରେ।

ମହାରାଷ୍ଟ୍ର ରାଜନୀତିର ଅନ୍ୟତମ ଦିଗଜ୍ ନେତା ଅଜିତ ପାୱାରଙ୍କ ନିଧନ ଖବର ପ୍ରଚାର ହେବା ମାତ୍ରେ ହତବାକ୍ ହୋଇ ଯାଇଥିଲେ ମହାରାଷ୍ଟ୍ରର ନେତା- ଜନତା ଓ ଏନସିପିର ଲକ୍ଷ ଲକ୍ଷ କର୍ମୀ। ତାଙ୍କ ଅକାଳ ବିୟୋଗରେ ମହାରାଷ୍ଟ୍ରରେ ୩ ଦିନିଆ ଶୋକ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମହାରାଷ୍ଟ୍ର ଗ୍ରାମୀଣ ବିକାଶରେ ଅଜିତ୍ ଙ୍କ ଯୋଗଦାନ ଅତୁଳନୀୟ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିବାବେଳେ ମହାରାଷ୍ଟ୍ର ପାଇଁ ଆଜି ଏକ କଳାଦିନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍।

ମହାରାଷ୍ଟ୍ର ରାଜନୀତିରେ ଦୀର୍ଘ ୪ ଦଶନ୍ଧୀ ଧରି ଚର୍ଚ୍ଚିତ ଥିଲେ ଅଜିତ୍ ପାୱାର। ୧୯୯୫ରେ ପ୍ରଥମ ଥର ବାରାମତୀରୁ ବିଧାୟକ ହୋଇ ଲଗାତର ୭ ଥର ଜିତି ଥିଲେ। ଥରେ ସାଂସଦ ବି ଥିଲେ। ସର୍ବାଧିକ ୬ ଥର ଉପ-ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ରହିଛି ଅଜିତ୍ଙ୍କ ନାଁରେ। ପୃଥ୍ୱୀରାଜ ଚୌହ୍ବାନ, ଉଦ୍ଧବ ଠାକରେ ଏକନାଥ ସିନ୍ଦେ ଓ ଦେବେନ୍ଦ୍ର ଫଡନବିସଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଡେପୁଟି ସିଏମ୍ ରହି ଆସିଥିବା ଅଜିତ୍- ଅର୍ଥ, କୃଷି, ଶକ୍ତି ଓ ଜଳସେଚନ ସହ ଗ୍ରାମୀଣ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାରଙ୍କର ସେ ପୁତୁରା। ଆସନ୍ତାକାଲି ଦିନ ୧୧ଟାରେ କର୍ମଭୂମୀ ବାରାମତୀରେ ସ୍ୱର୍ଗତ ଅଜିତ୍ ପାୱାରଙ୍କ ହେବ ଶେଷକୃତ୍ୟ।

Plane Crash ajit pawar plane crash ajit pawar plane crash news
Advertisment
Advertisment