Advertisment

Leopard Attacks Farmer : ଜୀବନ ପାଇଁ ୩ ଘଣ୍ଟା ସଂଘର୍ଷ, ଛଟପଟ ହୋଇ ଅଖି ବୁଜିଲେ ବାଘ-ମଣିଷ

ମଣିଷ ମାଂସ ଖାଇବାକୁ ଆସିଥିଲା ଚିତା । ଜୀବନ ପାଇଁ କୂଅ ଭିତରେ ୩ ଘଣ୍ଟା ହେଲା ସଂଘର୍ଷ । ପାଣି ଭିତରେ ଛଟପଟ ହୋଇ ଆଖି ବୁଜିଲେ ବାଘ-ମଣିଷ । ରବିବାର ଦିନ ଏପରି ଏକ ଘଟଣା ସାମ୍ନାକୁ ଆସିଛି।

author-image
Pramod Behera
Leopard Attacks Farmer

ଜୀବନ ପାଇଁ ୩ ଘଣ୍ଟା ସଂଘର୍ଷ Photograph: (OTV)

ମଣିଷ ମାଂସ ଖାଇବାକୁ ଆସିଥିଲା ଚିତା । ଜୀବନ ପାଇଁ କୂଅ ଭିତରେ ୩ ଘଣ୍ଟା ହେଲା ସଂଘର୍ଷ । ପାଣି ଭିତରେ ଛଟପଟ ହୋଇ ଆଖି ବୁଜିଲେ ବାଘ-ମଣିଷ । ରବିବାର ଦିନ ଏପରି ଏକ ଘଟଣା ସାମ୍ନାକୁ ଆସିଛି। ମଣିଷ-ବାଘ ଲଢ଼େଇ ଭିତରେ ଦୁଇ ଜୀବନ ଶେଷ ହୋଇଯାଇଛି । ଜୀବନ ବଞ୍ଚାଇବାକୁ ଯାଇ ଜଣେ ଚାଷୀ ଅଖିବୁଜିଥିବା ବେଳେ ଚିତାବାଘଟିର ମଧ୍ୟ ମୃତ୍ୟୁ ହୋଇଛି । ମହାରାଷ୍ଟ୍ର ନାସିକର ସିନ୍ନାର ତାଲୁକାରେ ଏହି ଅଘଟଣ ଘଟିଛି। କୁହାଯାଉଛି, ଚାଷୀ ଜଣଙ୍କ ବିଲରେ କାମ କରୁଥିଲେ। ସେହି ସମୟରେ ଚିତାବାଘଟି ତାଙ୍କୁ ଆକ୍ରମଣ କରିବାରୁ ଭଉୟ ବାଘ ଓ ଚାଷୀଙ୍କ ମୃତ୍ୟୁ ହୋଇଥିବା ପୋଲିସ ଅଧିକାରୀ କହିଛନ୍ତି।

Advertisment

ମୃତ ବ୍ୟକ୍ତି ଜଣକଙ୍କ ନାଁ ଗୋରଖ ଯାଦବ ହୋଇଥିବା ବେଳେ ସେ ଅପରାହ୍ଣ ସମୟରେ ତାଙ୍କ ଗହମ ଫସଲରେ ପାଣି ଦେବାକୁ ଯାଇଥିଲେ । ଜମିରେ ପାଣି ଦେବା ପରେ ସେଠାରେ ଖାଇ ବସିଥିଲେ । ସେହି ସମୟରେ ତାଙ୍କୁ ଗୋଟିଏ ଚିତାବାଘ ଆକ୍ରମଣ କରିଥିଲା । ଗୋରଖ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ସେଠାରେ ଥିବା ଏକ କୂଅ ଭିତରେ ଉଭୟ ବାଘ ଓ ଗୋରଖ ପଡ଼ିଯାଇଥିଲେ । ଯାହାଫଳରେ ପ୍ରଥମେ ଚାଷୀ ଗୋରଖ ଯାଦବଙ୍କ ମୃତ୍ୟୁ ହୋଇଥିଲା । 

ଏହି ଖବରର ଭିଡିଓ ଦେଖିବା ପାଇଁ ତଳେ କ୍ଲିକ୍ କରନ୍ତୁ:

ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚି ଗୋରଖଙ୍କ ମୃତଦେହ ଉଦ୍ଧାର କରିଥିଲା । ପରେ ବାଘଟି ଗୁରୁତର ଅବସ୍ଥାରେ ପାଣିରେ ପଡ଼ି ରହିଥିଲା । ହେଲେ ସ୍ଥାନୀୟ ଲୋକଙ୍କ ଆକ୍ରୋଶ ଯୋଗୁଁ ବାଘଟିକୁ ପାଣିରୁ ଉଦ୍ଧାର କରିବାରେ ସଫଳ ହୋଇ ନଥିଲା ବନବିଭାଗ । ପୋଲିସ ଓ ବନ ବିଭାଗ ଟିମ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ । ସ୍ଥିତିକୁ ନିୟନ୍ତ୍ରଣକୁ ନେବାକୁ ପୋଲିସ ବାରମ୍ବାର ପ୍ରୟାସ କରିଥିଲା । ହେଲେ ତିନି ଘଣ୍ଟାରୁ ଅଧିକ ସମୟ ଧରି ଲୋକେମାନେ ନିଜ ଜିଦରେ ଅଟଳ ରହିବାରୁ ବନବିଭାଗ କୂଅ ଭିତରକୁ ଯନ୍ତା ପକାଇ ପାରି ନଥିଲା । ଯାହାଫଳରେ ଚିତାବାଘଟି ପାଣିରେ ପଡ଼ି ପଡ଼ି ମୃତ୍ୟୁବରଣ କରିଥିଲା । 

Advertisment

ପୋଲିସ ଯାଦବଙ୍କ ମୃତଦେହ ଉଦ୍ଦାର କରିବା ପରେ ପୋଷ୍ଟମର୍ଟମ ପାଇଁ ମେଡିକାଲକୁ ପଠାଇଛି । NTCA ନିର୍ଦ୍ଦେଶାବଳୀ ଅନୁସାରେ ଚିତାବାଘର ମୃତଦେହକୁ ବି ବନ ବିଭାଗ ଦ୍ୱାରା ନଷ୍ଟ କରାଯିବା ପାଇଁ ନିଆଯାଇଥିବା ଅଧିକାରୀ ସୂଚନା ଦେଇଛନ୍ତି ।

Human-Wildlife Conflict Leopard Attack Wildlife
Advertisment
Advertisment