Advertisment

Indians Evacuate Safely as Middle East Conflict: ପ୍ରବାସୀ ଫେରିଆସୁଛନ୍ତି ମରଣମୁହଁରୁ, ଯୁଦ୍ଧ ଆଁରୁ ଜୀବନ ଧରି ସ୍ୱଦେଶ ଫେରିବାର ଆନନ୍ଦ

ପ୍ରବାସୀ ଫେରିଆସୁଛନ୍ତି ମରଣମୁହଁରୁ। ଯୁଦ୍ଧ ଆଁରୁ ଜୀବନ ଧରି ସ୍ବଦେଶ ଫେରିବାର ଆନନ୍ଦ। ଗଲ୍ଫ ଦେଶରୁ ଫେରି ବିଭୀଷିକାର କାହାଣୀ କହିଲେ। ଦୁବାଇରୁ ଆସି ଦିଲ୍ଲୀରେ ପହଞ୍ଚିଲେ ପ୍ରବାସୀ । ୮ଟି ଦେଶର ନେତାଙ୍କ କଥା ହେଲେ ପିଏମ୍ ମୋଦି। ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଓଡ଼ିଶା ସରକାରଙ୍କ ତତ୍ପରତା।

author-image
Pramod Behera
Indians Evacuate Safely as Middle East Conflict

ପ୍ରବାସୀ ଫେରିଆସୁଛନ୍ତି ମରଣମୁହଁରୁ Photograph: (OTV)

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବିଭୀଷିକା ଭିତରେ ଜୀବନ ଧରି ସ୍ବଦେଶ ବାହୁଡୁଛନ୍ତି ଭାରତୀୟ। କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ଦୁବାଇରୁ ପ୍ରଥମ ବିମାନ ଆଜି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଛି। ଏହାପରେ ପରେ ଦୁବାଇ ସମେତ ଇରାନରୁ ଭାରତୀୟଙ୍କୁ ଧରି ଚେନ୍ନାଇ, ବେଙ୍ଗାଳୁରୁ ଓ ମୁମ୍ବାଇରେ ଅବତରଣ କରିଛି ବିମାନ। 

Advertisment

ଏସବୁ ଭିତରେ ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ଏବଂ ସେମାନଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିବା ସହ ୨୪ ଘଣ୍ଟିଆ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି। ସେପଟେ ଯୁଦ୍ଧର ବିଭୀଷିକା ଭିତରେ ପିଏମ୍ ମୋଦି ୪୮ ଘଣ୍ଟା ଭିତରେ ୮ଟି ଦେଶର ନେତାଙ୍କ କଥା ହୋଇସାରିଲେଣି।

ମଧ୍ୟପ୍ରାଚ୍ୟରେ ଯୁଦ୍ଧର ବିଭୀଷିକା ଭିତରୁ ଜୀବନକୁ ଧରି ସ୍ବଦେଶ ବାହୁଡ଼ିଛନ୍ତି। କାହା ଫ୍ଲାଇଟ୍ ଦିଲ୍ଲୀ ତ ଆଉ କାହା ଫ୍ଲାଇଟ୍ ମୁମ୍ବାଇ, କୋଚି ଏବଂ ବେଙ୍ଗାଳୁରୁରେ ଲ୍ୟାଣ୍ଡ କରିଛି। ଘମାଘୋଟ ଯୁଦ୍ଧ ଯୋଗୁଁ ଗତ ପ୍ରାୟ ୩ ଦିନ ଧରି ଭୟ ଆଉ ଆତଙ୍କ ଭିତରେ ଜୀବନ କାଟିବା ପରେ ଶେଷରେ ନିଜ ଦେଶ ଭାରତକୁ ଫେରିଆସି ବେଶ୍ ଆଶ୍ବସ୍ତ ଲାଭ କରିଛନ୍ତି ପ୍ରବାସୀ ଭାରତୀୟ। କାହା ଆଖିରେ ଖୁସିର ଲୁହ ତ ଆଉ କାହା ଆଖିରେ ଏବେ ବି ନାଚି ଯାଉଛି ମିଜାଇଲ୍ ମାଡ଼ର ଦୃଶ୍ୟ। ହେଲେ ସ୍ବଦେଶ ଫେରିବା ପରେ ଉଭେଇ ଯାଇଛି ଭୟ ଆଉ ଆଶଙ୍କା। 

Advertisment

ଭାରତ ଏବଂ ୟୁଏଇ ସରକାରଙ୍କ ଉଦ୍ୟମରେ ଦୁବାଇ ଏବଂ ଆବୁଧାବିରୁ ୪ଟି ସ୍ବତନ୍ତ୍ର ବିମାନରେ ଫେରିଛନ୍ତି ପ୍ରବାସୀ ଭାରତୀୟ। ଇଣ୍ଡିଗୋର ୧୦ଟି ବିମାନ ଜିଦାହରୁ ଭାରତ ଅଭିମୁଖେ ବାହାରିଛି। ତେବେ ହୋଲି ପୂର୍ବରୁ ନିଜ ମାଟିରେ ପାଦ ରଖି ଆଜି ବେଶ ଆଶ୍ବସ୍ତ ଅନୁଭବ କରିଛନ୍ତି ଅନ୍ୟ ପ୍ରବାସୀ ଭାରତୀୟ। 

ଯୁଦ୍ଧ ମାଡ଼ରେ ଭାରତୀୟ ଏୟାରପୋର୍ଟରେ ବିମାନ ସେବା ସାଂଘାତିକ ପ୍ରଭାବିତ ହୋଇଥିଲା। ବନ୍ଦ ରହିଥିଲା ୪ଶହ ବିମାନର ଉଡ଼ାଣ। ଇସ୍ରାଏଲ-ଇରାନ ବିବାଦ ଏବଂ ବାୟୁସୀମା ବନ୍ଦ ଯୋଗୁ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଭୁବନେଶ୍ବରର ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ବି ସ୍ବାଭାବିକ ହୋଇପାରିନି ବିମାନ ସେବା। ଫଳରେ କ୍ରୀଡ଼ାବିତଠୁ ସେଲିବ୍ରିଟିଙ୍କ ଯାଏଁ ଭୋଗିଥିଲେ ସଂଗୀନ ଦଶା। 

ସୁଖର କଥା ହେଉଛି, ବ୍ୟାଡମିଣ୍ଟନ୍ ଷ୍ଟାର୍ ପିଭି ସିନ୍ଧୁ ମଧ୍ୟ ଶେଷରେ ସୁରକ୍ଷିତ ଭାବେ ଦୁବାଇରୁ ବେଙ୍ଗାଳୁରୁ ପହଞ୍ଚିଥିବା ସୋସିଆଲ୍ ମିଡ଼ିଆ Xରେ ଉଲ୍ଲେଖ କରିଛନ୍ତି। ଇରାନରେ ସୁରକ୍ଷା ସ୍ଥିତି ବିଗିଡ଼ିବା ପରେ ସେଠାରୁ ମଧ୍ୟ ଭାରତୀୟଙ୍କୁ ଧରି ଦିଲ୍ଲୀ ପହଞ୍ଚିଛି ସ୍ବତନ୍ତ୍ର ଫ୍ଲାଇଟ୍। 

ଏସବୁ ଭିତରେ ଚିନ୍ତା ବଢ଼ିଛି ଓଡ଼ିଆଙ୍କ ସୁରକ୍ଷା ଏବଂ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର। ଏ ହେଉଛନ୍ତି, ଗଜପତି ମୋହନା ବ୍ଲକ ତଲାସିଂ ଗାଁର ସଞ୍ଜୟ ନାୟକ। ଦେଢ଼ବର୍ଷ ହେଲା ଦୁବାଇରେ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି। କିନ୍ତୁ ଜାରି ରହିଥିବା ଯୁଦ୍ଧ ଭିତରେ ପୁଅର ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ପରିବାର ଲୋକେ। ତେଣୁ ତାଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ନିବେଦନ କରିଛନ୍ତି। 

କେବଳ ସଞ୍ଜୟ ନୁହଁନ୍ତି, ଯେଉଁ ଓଡ଼ିଆ ବି ଦୁବାଇ, ୟୁଏଇ, କ୍ବାତାର, କୁଏତରେ ଫସିରହିଥିବେ ତାଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରବାସୀ ଓଡ଼ିଆଙ୍କ ସୁରକ୍ଷା ଓ ସେମାନଙ୍କ ସ୍ଥିତି ସମ୍ପର୍କରେ ଆଜି ସମୀକ୍ଷା ହୋଇଥିଲା। ତା’ସହ ୨୪ ଘଣ୍ଟିଆ ଟୋଲଫ୍ରି ନମ୍ବର ଜାରି କରାଯାଇଛି। ତା’ହେଉଛି 800-46342 ଏବଂ ହ୍ୱାଟ୍ସଆପ୍ ନମ୍ବର ହେଉଛି 971543090571 ଏବଂ 95833 21964। 

ଯୁଦ୍ଧ ବିଭୀଷିକା ଭିତରେ ପିଏମ୍ ମୋଦି ୪୮ ଘଣ୍ଟା ଭିତରେ ୮ଟି ଦେଶର ନେତାଙ୍କ ସହ କଥା ହୋଇସାରିଲେଣି। ଆଜି ଅପରାହ୍ନରେ ଗଲ୍ଫ ରିଜିୟନର ୨ ପ୍ରମୁଖ ନେତାଙ୍କ ସହ କଥା ହୋଇଛନ୍ତି। ଓମାନର ସୁଲତାନ ଏବଂ କୁଏତର ଯୁବରାଜଙ୍କ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ଆକ୍ରମଣକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଛନ୍ତି।

Middle East Tension In Middle East pm modi Evacuation
Advertisment
Advertisment