Advertisment

Indian Railways Rules for Carrying Ghee: ଟ୍ରେନ୍‌ରେ ନେଉଛନ୍ତି କି ଘିଅ… ମିଳିପାରେ ଏହିସବୁ ଦଣ୍ଡ, ଜାଣନ୍ତୁ…

ଟ୍ରେନ୍‌ରେ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ରେଳୱେ ବହୁତ କିଛି ନିୟମ ଲାଗୁ କରିଛି। ଯେପରି କି ସିଲିଣ୍ଡର, ପେଟ୍ରୋଲ, ଡିଜେଲ, ବାଣ ପରି ବିପଜ୍ଜନକ ସାମଗ୍ରୀ ଟ୍ରେନ୍‌ରେ ନେବା ସଂପୂର୍ଣ୍ଣ ଭାବେ ନିଷିଦ୍ଧ। ଏହା ସହିତ ଘିଅ ନେବା ଉପରେ ମଧ୍ୟ ରେଳୱେ କିଛି ନିୟମ ନିର୍ଦ୍ଧାରଣ କରିଛି।

author-image
Pramod Behera
Indian Railways Rules for Carrying Ghee

ଟ୍ରେନ୍‌ରେ ନେଉଛନ୍ତି କି ଘିଅ… ମିଳିପାରେ ଏହିସବୁ ଦଣ୍ଡ Photograph: (OTV)

ଟ୍ରେନ୍‌ରେ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ରେଳୱେ ବହୁତ କିଛି ନିୟମ ଲାଗୁ କରିଛି। ଯେପରି କି ସିଲିଣ୍ଡର, ପେଟ୍ରୋଲ, ଡିଜେଲ, ବାଣ ପରି ବିପଜ୍ଜନକ ସାମଗ୍ରୀ ଟ୍ରେନ୍‌ରେ ନେବା ସଂପୂର୍ଣ୍ଣ ଭାବେ ନିଷିଦ୍ଧ। ଏହା ସହିତ ଘିଅ ନେବା ଉପରେ ମଧ୍ୟ ରେଳୱେ କିଛି ନିୟମ ନିର୍ଦ୍ଧାରଣ କରିଛି, ଯାହାକୁ ପାଳନ କରିବା ଅତ୍ୟନ୍ତ ଆବଶ୍ୟକ। ନିୟମ ଭଙ୍ଗ କଲେ ସାମଗ୍ରୀ ଜବତ ହେବା ସହ ଜରିମାନା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ।

Advertisment

ଭାରତରେ ପ୍ରତିଦିନ ଲକ୍ଷଲକ୍ଷ ଲୋକ ଟ୍ରେନ୍‌ରେ ଯାତ୍ରା କରନ୍ତି। ଏତେ ଅଧିକ ଯାତ୍ରୀ ଯାତାୟତ କରୁଥିବାରୁ ଯାତ୍ରା ସୁରକ୍ଷିତ ଓ ସୁବିଧାଜନକ ରଖିବା ପାଇଁ ରେଳୱେ କିଛି ନିୟମ ତିଆରି କରିଛି। ନିୟମ ମାନିଲେ ଯାତ୍ରା ସହଜ ହୁଏ, ନ ମାନିଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ରେଳୱେ ବାରୁଦ, ଅସ୍ତ୍ର ଓ ବିପଦଜନକ କେମିକାଲ ଆଦି ଟ୍ରେନ୍‌ରେ ନେବା ମନା। ଏହି ସାମଗ୍ରୀ ଯାତ୍ରୀଙ୍କ ଜୀବନ ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ ଭୟଙ୍କର ହୋଇପାରେ। କେବେ କେବେ ଲୋକେ ଅଜାଣତରେ କିମ୍ବା ସୂଚନା ନ ଥିବାରୁ ଏମିତି କିଛି ସାମଗ୍ରୀ ଟ୍ରେନ୍‌ରେ ନେଇ ଯାଇଥାଆନ୍ତି। ଧରାପଡ଼ିଲେ ସେମାନଙ୍କ ସାମଗ୍ରୀ ଜବତ ହୋଇପାରେ, ଜରିମାନା ଲାଗିପାରେ ଏବଂ ଗୁରୁତର ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇପାରେ। ତେଣୁ ସୁରକ୍ଷା ନିୟମ ବିଷୟରେ ଜାଣିବା ଅତ୍ୟନ୍ତ ଜରୁରୀ।

Advertisment

ଆମ ସମସ୍ତଙ୍କ ଦୈନିକ ବ୍ୟବହାରରେ ଘିଅ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ। କିନ୍ତୁ ଟ୍ରେନ୍‌ରେ ଘିଅ ନେବାକୁ ନେଇ ରେଳୱେର ଏକ ନିର୍ଦ୍ଦିଷ୍ଟ ନିୟମ ଅଛି। ରେଳୱେ ନିୟମ ଅନୁସାରେ, ଗୋଟିଏ ଯାତ୍ରୀ ସର୍ବାଧିକ ୨୦ କିଲୋଗ୍ରାମ୍ ଘିଅ ଟ୍ରେନ୍‌ରେ ନେଇ ଯାଇପାରିବେ। ଏହାଠାରୁ ଅଧିକ ନେବାକୁ ହେଲେ ବିଶେଷ ଅନୁମତି ନେବା ଆବଶ୍ୟକ। ଘିଅର ପ୍ୟାକିଂ ଉପରେ ମଧ୍ୟ ରେଳୱେ କଡା ନିୟମ ରଖିଛି। ଘିଅ କେବଳ ଭଲଭାବେ ସିଲ୍ ହୋଇଥିବା ଟିଣ ଡବା କିମ୍ବା କ୍ୟାନିଷ୍ଟର୍‌ରେ ରଖିବା ଦରକାର। ଖୋଲା ଘିଅ କିମ୍ବା ପ୍ଲାଷ୍ଟିକ୍ ବୋତଲରେ ରଖାଯାଇଥିବା ଘିଅ ନେବା ନିଷିଦ୍ଧ, କାରଣ ଏଥିରୁ ବୋହିଯିବାର ଆଶଙ୍କା ଥାଏ।

ଯଦି ଘିଅ ବୋହିଯାଏ, ତେବେ ଟ୍ରେନ୍‌ର ଚଟାଣ ତେଲିଆ ହୋଇଯାଏ ଏବଂ ଲୋକେ ପଡ଼ି ଆହତ ହୋଇପାରନ୍ତି। ଘିଅ ନିଆଁ ସ୍ପର୍ଶ କରୁଥିବାରୁ ଅଗ୍ନିକାଣ୍ଡର ଆଶଙ୍କା ମଧ୍ୟ ବଢ଼ିଯାଏ। ଏମିତି ଦୁର୍ଘଟଣାକୁ ରୋକିବା ପାଇଁ ରେଳୱେ ପ୍ୟାକିଂ ଉପରେ କଡା ନିୟମ ଲାଗୁ କରିଛି। ଯଦି କୌଣସି ଯାତ୍ରୀ ୨୦ କିଲୋଗ୍ରାମ୍‌ରୁ ଅଧିକ ଘିଅ ବିନା ଅନୁମତି ନେଇଯାଆନ୍ତି କିମ୍ବା ପ୍ୟାକିଂ ଭୁଲ ଥାଏ, ତେବେ ରେଳୱେ ଘିଅ ଜବତ କରିପାରେ, ଜରିମାନା ଲଗାଇପାରେ ଏବଂ ଆବଶ୍ୟକ ପଡ଼ିଲେ ମାମଲା ମଧ୍ୟ ରୁଜୁ କରିପାରେ। ଏନେଇ ଟ୍ରେନ୍‌ରେ ଯାତ୍ରା ସମୟରେ ସାବଧାନତା ଅତ୍ୟନ୍ତ ଜରୁରୀ।

Indian Railways Train Railway
Advertisment
Advertisment