Advertisment

High Alert in Bhubaneswar: ରାଜଧାନୀ ଭୁବନେଶ୍ବରରେ ବି ହାଇଆଲର୍ଟ , ସବୁ ପ୍ରବେଶ ଓ ପ୍ରସ୍ଥାନ ପଥରେ କଡ଼ା ଯାଞ୍ଚ

ରାଜଧାନୀ ଭୁବନେଶ୍ବରରେ ବି ହାଇଆଲର୍ଟ । ଦିଲ୍ଲୀ ବିସ୍ଫୋରଣ ପରେ ଭୁବନେଶ୍ବରରେ ହାଇଆଲର୍ଟ ଜାରି କରାଯାଇଛି । ହାଇଆଲର୍ଟ ନେଇ ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି । ସବୁ ପ୍ରବେଶ ଓ ପ୍ରସ୍ଥାନ ପଥରେ କଡ଼ା ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି ।

author-image
Manas Ranjan Mohanty
MODI

MODI Photograph: (OTV)

ରାଜଧାନୀ ଭୁବନେଶ୍ବରରେ ବି ହାଇଆଲର୍ଟ । ଦିଲ୍ଲୀ ବିସ୍ଫୋରଣ ପରେ ଭୁବନେଶ୍ବରରେ ହାଇଆଲର୍ଟ ଜାରି କରାଯାଇଛି । ହାଇଆଲର୍ଟ ନେଇ ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି । ସବୁ ପ୍ରବେଶ ଓ ପ୍ରସ୍ଥାନ ପଥରେ କଡ଼ା ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ରେଲୱେ ଷ୍ଟେସନ ଓ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି । ସମସ୍ତ ହୋଟେଲ୍‌ରେ ସର୍ଚ୍ଚ କରିବାକୁ ଆଇଆଇସିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

Advertisment

ହାଇଆଲର୍ଟରେ ପୁରୀ । ହାଇଆଲର୍ଟ ନେଇ ପୁରୀ ଏସ୍‌ପିଙ୍କ ସୂଚନା । ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲୱେ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ ହାଇଆଲର୍ଟ ଜାରି । ପାଟ୍ରୋଲିଂ ବୃଦ୍ଧି ସହ ସମସ୍ତ ଆଇଆଇସିଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିସ୍ଫୋରଣ ପରେ ଦିଲ୍ଲୀ ଓ ମୁମ୍ବାଇରେ ହାଇଆଲର୍ଟ । ବିସ୍ଫୋରଣ ସ୍ଥଳରେ NIA  ଓ NSG ଟିମର ତନାଘନା । ଦିଲ୍ଲୀ ଲାଲକିଲ୍ଲା ନିକଟରେ ଏକ କାରରେ ବିସ୍ଫୋରଣ ଘଟିଛି । ଏଥିରେ ୧୦ଜଣଙ୍କ  ମୃତ୍ୟୁ ହୋଇଛି । ୩୦ଜଣ ବିସ୍ଫୋରଣରେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲ ସ୍ଥାନାନ୍ତର କରାଯାଇଛି ।

Advertisment

ମେଟ୍ରୋ ଷ୍ଟେସନ ଗେଟ୍ ୧ ନିକଟ ପାର୍କିଂରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଲା କାର୍ । ଆଉ ୮ଟି ଗାଡ଼ି ମଧ୍ୟ ବିସ୍ଫୋରଣରେ ଜଳିଗଲା । ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ ଟିମ୍ । ବିସ୍ଫୋରଣ ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି । ନିଆଁ ଲିଭାଇବାକୁ ୭ଟି ଦମକଳ ଗାଡ଼ି ପହଞ୍ଚିଛି । କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ତାର ତଦନ୍ତ ଚାଲିଛି । 

ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ସ୍ଥିତି ବାବଦରେ ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ ମୋଦି । ସେପଟେ IB ମୁଖ୍ୟଙ୍କ ସହ କଥା ହେଲେ ଗୃହ ମନ୍ତ୍ରୀ ଅମିତ ଶାହ । ଦିଲ୍ଲୀ ପୋଲିସ ସହ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି । 

Advertisment
Related Articles
Advertisment