Advertisment

Government Increases LPG Cylinder Booking Gap: ବଢିଲା LPG ସିଲିଣ୍ଡର୍ ବୁକିଂ ଅବଧି; ୨୫ ଦିନ ପରେ ଆଉ ଗୋଟିଏ ବୁକିଂ

ବଢିଲା LPG ସିଲିଣ୍ଡର୍ ବୁକିଂ ଅବଧି। ଗୋଟିଏ ସିଲିଣ୍ଡର ପାଇବାର ୨୫ ଦିନ ପରେ ଆଉ ଗୋଟିଏ ବୁକିଂ। ପୂର୍ବରୁ ୧୫ରୁ ୨୧ ଦିନ ମଧ୍ୟରେ ଆଉ ଗୋଟିଏ ବୁକିଂ ହେଉଥିଲା। ବୁକିଂ ଅବଧି ୨୧ରୁ ୨୫ ଦିନକୁ ବୃଦ୍ଧି କରାଯାଇଥିବା ସୂଚନା।

author-image
Pramod Behera
Government Increases LPG Cylinder Booking Gap

ବଢିଲା LPG ସିଲିଣ୍ଡର୍ ବୁକିଂ ଅବଧି; ୨୫ ଦିନ ପରେ ଆଉ ଗୋଟିଏ ବୁକିଂ Photograph: (OTV)

ବଢିଲା LPG ସିଲିଣ୍ଡର୍ ବୁକିଂ ଅବଧି। ଏଣିକି ଗୋଟିଏ ସିଲିଣ୍ଡର ପାଇବାର ୨୫ ଦିନ ପରେ ଆଉ ଗୋଟିଏ ବୁକିଂ କରିପାରିବେ। ପୂର୍ବରୁ ୧୫ରୁ ୨୧ ଦିନ ମଧ୍ୟରେ ଆଉ ଗୋଟିଏ ବୁକିଂ ହେଉଥିଲା। ବୁକିଂ ଅବଧିକୁ ୨୧ରୁ ୨୫ ଦିନକୁ ବୃଦ୍ଧି କରାଯାଇଛି। କଳାବଜାରୀ ରୋକିବାକୁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। 

Advertisment

ଗ୍ରାହକ କମ୍ ଦିନରେ ସିଲିଣ୍ଡର୍ ବୁକ୍ କରୁଥିବା ସୂଚନା ମିଳିଛି। ଲୋକଙ୍କ ପାଖରେ LPG ଅଭାବ ନ ହେବାକୁ ଗୁରୁତ୍ୱ ଦିଆଯାଇଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ LPG ଆମଦାନୀ ପ୍ରଭାବିତ ହୋଇଥିବା ବେଳେ LPG ଉତ୍ପାଦନ ବୃଦ୍ଧି ପାଇଁ ରିଫାଇନାରୀଗୁଡ଼ିକୁ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। 

ସେହିପରି ବର୍ତ୍ତମାନ ସ୍ଥିତିରେ ପେଟ୍ରୋଲ, ଡିଜେଲ୍ ଦର ବୃଦ୍ଧି ହେବାର ନାହିଁ। କିନ୍ତୁ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୩୦ ଡଲାର ଟପିଲେ ବିଚାର କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଦେଶର କୌଣସି ପେଟ୍ରୋଲ ପମ୍ପରେ ପେଟ୍ରୋଲ, ଡିଜେଲ୍ ଅଭାବ ନାହିଁ। ହର୍ମୁଜ ଜଳପଥ ବ୍ୟତୀତ ଅନ୍ୟ ରୁଟ୍ ଦେଇ ତେଲ ଆଣିବାକୁ ଉଦ୍ୟମ ଚାଲିଛି। ବିମାନ ଇନ୍ଧନ (ATF)କୁ ନେଇ କୌଣସି ସମସ୍ୟା ନଥିବା ସୂଚନା ଦିଆଯାଇଛି।

Advertisment

  • LPG ବୁକିଂ ଅବଧି ୨୫ ଦିନକୁ ବୃଦ୍ଧି !
  • ବଢିଲା LPG ସିଲିଣ୍ଡର୍ ବୁକିଂ ଅବଧି
  • ଗୋଟିଏ ସିଲିଣ୍ଡର ପାଇବାର ୨୫ ଦିନ ପରେ ଆଉ ଗୋଟିଏ ବୁକିଂ
  • ପୂର୍ବରୁ ୧୫ରୁ ୨୧ ଦିନ ମଧ୍ୟରେ ଆଉ ଗୋଟିଏ ବୁକିଂ ହେଉଥିଲା
  • ବୁକିଂ ଅବଧି ୨୧ରୁ ୨୫ ଦିନକୁ ବୃଦ୍ଧି କରାଯାଇଥିବା ସୂଚନା
  • କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ
  • ଗ୍ରାହକ କମ୍ ଦିନରେ ସିଲିଣ୍ଡର୍ ବୁକ୍ କରୁଥିବା ସୂଚନା
  • ଲୋକଙ୍କ ପାଖରେ LPG ଅଭାବ ନହେବାକୁ ଗୁରୁତ୍ବ
  • ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ LPG ଆମଦାନୀ ହୋଇଛି ପ୍ରଭାବିତ
Petrol-Diesel Price India Energy Forum LPG Cylinder
Advertisment
Advertisment