/odishatv-khabar/media/media_files/2026/02/27/today-gold-price-2026-02-27-17-42-08.jpg)
Today Gold Price Photograph: (OTV)
ଟେନସନ୍ ବଢ଼ାଇଲା ସୁନା-ରୁପା । ରୁପା କେଜିକୁ ୩ ଲକ୍ଷ ! ସୁନା ବି ଛୁଇଁବ ଦେଢ଼ ଲକ୍ଷ । ବଜାରରେ ସୁନା-ରୁପା ଦର ଗ୍ରାହକଙ୍କ ସହ ଲୁଚକାଳି ଖେଳୁଛି । କେତେବେଳେ ଧାଏଁକିଣା ବଢୁଛି ତ ପୁଣି କେତେବେଳେ ସାଏଁକିଣା ଖସୁଛି ।
ବିବାହ ଋତୁ ଚାଲୁଥିବାରୁ ସୁନା-ରୁପା ଦରକୁ ନେଇ ଗରିବ-ମଧ୍ୟବିତ୍ତ ପରିବାର ଚିନ୍ତାରେ ଥିବାବେଳେ ଏବେ ପୁଣି ରୁପା ଦର ୩ ଲକ୍ଷ ମୁହାଁ ହୋଇଛି । ଆଉ ସୁନା ବି ପୁଣି ଥରେ ଦେଢ଼ ଲକ୍ଷ ଛୁଇଁବାକୁ ଯାଉଛି ।
ଆଜି ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ଲକ୍ଷେ ୬୧ ହଜାର ୫୭୦ ଟଙ୍କା ରହିଛି । ଗତକାଲି ଲକ୍ଷେ ୨୧ ହଜାର ୨୦ ଟଙ୍କା ରହିଥିବାବେଳେ ଆଜି ୨୪ କ୍ୟାରେଟ୍ ସୁନା ଦର ୫୫୦ ଟଙ୍କା ବୃଦ୍ଧି ପାଇଛି ।
ସେହିପରି ୨୨ କ୍ୟାରେଟ୍ ସୁନା ଦର ଆଜି ୫ ଶହ ଟଙ୍କା ବଢ଼ି ୧୦ ଗ୍ରାମ ପିଛା ଲକ୍ଷେ ୪୮ ହଜାର ୧୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଲକ୍ଷେ ୪୭ ହଜାର ୬୦୦ ଟଙ୍କା ରହିଥିଲା ।
ଖାଲି ମାୋର୍କଟରେ ୨୨ କି ୨୪ କ୍ୟାରେଟ୍ ସୁନା ଦର ନୁହେଁ ୧୮ କ୍ୟାରେଟ୍ ସୁନା ବି ଏବେ ଚାହିଦା ବଢ଼ିଛି । ଆଜି ୧୮ କ୍ୟାରେଟ୍ ସୁନା ମଧ୍ୟ ୧୦ ଗ୍ରାମ ପିଛା ୪ ଶହ ୧୦ ଟଙ୍କା ବଢ଼ିଛି । ଗତକାଲି ୧୮ କ୍ୟାରେଟ୍ ସୁନା ଭରି ଲକ୍ଷେ ୨୦ ହଜାର ୭୭୦ ଟଙ୍କା ରହିଥିବାବେଳେ ଆଜି ଲକ୍ଷେ ୨୧ ହଜାର ୧୮୦ ଟଙ୍କାକୁ ବୃଦ୍ଧି ପାଇଛି ।
ବଜାରରେ ରୁପା ଦର ବି ବେଶ୍ ଝଲସୁଛି । ଆଜି ରୁପା ଦର ବୃଦ୍ଧି ନଘଟିଥିଲେ ବି ରୁପା କେଜି ପିଛା ୨ ଲକ୍ଷ ୯୫ ହଜାର ରହିଛି । ଗତକାଲି ମଧ୍ୟ ଏହି ଦର ରହିଥିବାବେଳେ ସେହି ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ ।
ପ୍ରତ୍ୟେକ ଦିନ ଗୋଲ୍ଟ-ସିଲଭର ପ୍ରାଇସ୍ ବଢ଼ୁଛି ଖସୁଛି । ଏବେ ପୁଣି ସୁନା ଦର ବୃଦ୍ଧି ପାଇଥିବାରୁ ଗ୍ରାହକ ନିରାଶ ହୋଇଛନ୍ତି । ଲଗାତର ୩ରୁ ୪ ମାସ ହେଲା ସୁନା ଦରରେ ଲଗାମ ଲାଗୁନାହିଁ । କେତେବଳେ ବଢ଼ୁଛି ତ ପୁଣି କେତେବେଳେ ଖସୁଛି ।
ଏଇ କିଛି ଦିନ ତଳେ ଲକ୍ଷେ ୪୦ ତଳକୁ ସୁନା ଖସିଥିବାବେଳେ ଏବେ ପୁଣି ବଢ଼ି ୨୨ କ୍ୟାରେକ୍ଟ ସୁନା ଦର ଦେଢ଼ ଲକ୍ଷ ମୁହାଁ ହୋଇଛି ।
Car Driver Hits Security Guard: ସିକ୍ୟୁରିଟି ଗାର୍ଡଙ୍କୁ କାରରେ ଉଡାଇଦେବାକୁ ଉଦ୍ୟମ, କାର୍ ଚାଳକ ଗିରଫ

Tension Escalates at Public Hearing: ଜନଶୁଣାଣି ବେଳେ ହାତାହାତି; ଲାଠି ଚାଳନା କଲା ପୋଲିସ

President Boards ‘Prachand’: `ପ୍ରଚଣ୍ଡ'ରେ ଉଡ଼ିଲେ ପ୍ରେସିଡେଣ୍ଟ, ରାଜସ୍ଥାନ ଜୈସଲମେରରେ ଉଡ଼ାଣ ଭରିଲେ ରାଷ୍ଟ୍ରପତି

Key Political Meet: ନିତିନ ନବୀନଙ୍କୁ ଭେଟିଲେ ସିଏମ ମୋହନ, ଦଳର ସାଂଗଠନିକ ସ୍ଥିତି ଓ ସମନ୍ବୟ ଉପରେ ଆଲୋଚନା

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)