/odishatv-khabar/media/media_files/2026/02/13/elderly-woman-stops-reckless-scooter-rider-2026-02-13-17-34-26.jpg)
ସଡ଼କ ସୁରକ୍ଷା ପାଇଁ ରାସ୍ତାରେ ଲଢିଲେ ବୃଦ୍ଧା Photograph: (OTV)
ସଡ଼କ ସୁରକ୍ଷା ପାଇଁ ରାସ୍ତାରେ ଲଢିଲେ ବୃଦ୍ଧା। ଅମାନିଆ ସ୍କୁଟି ଚାଳକଙ୍କୁ ଅଟକାଇ ମୋବାଇଲରେ ଫଟୋ ଉଠାଇଲେ । ଏଭଳି ଘଟଣା ଦେଖିବାକୁ ମିଳିଛି କେରଳ କୋଝିକୋଡ୍ ଅଞ୍ଚଳରେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।
Advertisment
ସୂଚନା ଅନୁସାରେ, ଜଣେ ସ୍କୁଟି ଚାଳକ ରାସ୍ତା ଛାଡ଼ି ଫୁଟପାଥରେ ସ୍କୁଟି ନେଇ ଯାଉଥିଲେ । ବିପରୀତ ଦିଗରୁ ଚାଲିଚାଲି ଆସୁଥିବା ସଂପୃକ୍ତ ବୃଦ୍ଧା ଜଣଙ୍କ ସ୍କୁଟିକୁ ଅଟକାଇବା ସହିତ ଫୁଟପାଥ ବଦଳରେ ରାସ୍ତାରେ ଗାଡ଼ି ଚଳାଇବାକୁ ଅନୁରୋଧ କରିଥିଲେ । ତଥାପି ଅମାନିଆ ସ୍କୁଟି ଚାଳକ ନଶୁଣିବାରୁ ଗାଡ଼ିଟିର ଫଟୋ ଉଠାଇଥିଲେ ବୃଦ୍ଧା ।
ଶେଷରେ ସ୍କୁଟି ଚାଳକ ଫୁଟପାଥରୁ ଫେରିଯିବାକୁ ବାଧ୍ୟ ହୋଇଥିଲେ। ସଡ଼କ ସୁରକ୍ଷା ନିୟମ ପାଳନ ପାଇଁ ବୃଦ୍ଧାଙ୍କର ଏଭଳି ସାହସିକତା ମନୋଭାବକୁ ସବୁଆଡ଼େ ପ୍ରଶଂସା କରାଯାଉଛି ।
Advertisment
- ସଡ଼କ ସୁରକ୍ଷା ପାଇଁ ଲଢିଲେ ମାଆ
- ସଡ଼କ ସୁରକ୍ଷା ପାଇଁ ରାସ୍ତାରେ ଲଢିଲେ ବୃଦ୍ଧା
- ଅମାନିଆ ସ୍କୁଟି ଚାଳକଙ୍କୁ ସଡ଼କ ସୁରକ୍ଷା ପାଠ ପଢାଇଲେ
- କେରଳ କୋଝିକୋଡ୍ ଅଞ୍ଚଳର ଘଟଣା
- ଫୁଟପାଥରେ ଯାଉଥିବା ସ୍କୁଟିକୁ ଅଟକାଇଲେ ବୃଦ୍ଧା
- ଫୁଟପାଥ ଛାଡ଼ି ରାସ୍ତାରେ ଗାଡ଼ି ଚଳାଇବାକୁ ବାଧ୍ୟକଲେ
- ଅମାନିଆ ସ୍କୁଟି ଚାଳକଙ୍କ ଫଟୋ ଉଠାଇଲେ ବୃଦ୍ଧା
- ବୃଦ୍ଧାଙ୍କର ସାହସିକତା ପଦକ୍ଷେପରକୁ ସବୁଆଡ଼େ ପ୍ରଶଂସା
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)