/odishatv-khabar/media/media_files/2026/01/23/drdos-lrashm-hypersonic-missile-2026-01-23-18-48-10.jpg)
୭୭ତମ ପରେଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ମିସାଇଲ୍ Photograph: (OTV)
ଆସନ୍ତା ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ LRASHM। DRDO ଦ୍ୱାରା ବିକଶିତ ଏହା ଏକ ଦୂରଗାମୀ ହାଇପରସୋନିକ୍ ଗ୍ଲାଇଡ ମିସାଇଲ। ଜାନୁଆରୀ ୨୬ ତାରିଖରେ କାର୍ତ୍ତବ୍ୟ ପଥରେ ୭୭ତମ ପରେଡରେ ଏହା ଡେବ୍ୟୁ କରିବାକୁ ପ୍ରସ୍ତୁତ। ଭାରତର ପ୍ରତିରକ୍ଷା ଆତ୍ମନିର୍ଭରଶୀଳତାକୁ ପ୍ରତିପାଦନ କରିବା ଦିଗରେ ଏହା ଏକ ନୂତନ ପଦକ୍ଷେପ।
Advertisment
୧୫୦୦ କିଲୋମିଟର ଦୂରତା ବିଶିଷ୍ଟ ଏହି ଦୂରଗାମୀ ଆଣ୍ଟି-ସିପ ହାଇପରସୋନିକ୍ ଗ୍ଲାଇଡ୍ କ୍ଷେପଣାସ୍ତ୍ର ଶତ୍ରୁ ପକ୍ଷର ପ୍ରତିରକ୍ଷାକୁ ଭେଦ କରିବ। ଏଥି ସହିତ ସମୁଦ୍ରରେ ବିପଦକୁ ଶୀଘ୍ର ନିରୀକ୍ଷଣ କରି ଅସ୍ତ୍ର ମାଡ଼ କରିବାର କ୍ଷମତା ରଖିଛ। ଏହି କ୍ଷେପଣାସ୍ତ୍ର DRDO ଦ୍ୱାରା ଭାରତୀୟ ନୌସେନାର ଆବଶ୍ୟକତା ପାଇଁ ବିକଶିତ କରାଯାଇଛି। ଏହାର ବିଶେଷତ୍ୱ ହେଉଛି ଶତ୍ରୁ ପକ୍ଷର ରାଡାର ଏହାକୁ ଚିହ୍ନଟ କରିପାରିବ ନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)