Advertisment

Delhi Air Quality: ଲାଗୁ ହେଲା ଗ୍ରାପ୍-୨ କଟକଣା , ବିଷାକ୍ତ ହେଲା ରାଜଧାନୀ ଦିଲ୍ଲୀର ବାୟୁ

ଧୂଆଁ ଧୂଆଁ ରାଜଧାନୀ ଦିଲ୍ଲୀ । ଦୀପାବଳିରେ ଦିଲ୍ଲୀରେ ବିଷାକ୍ତ ହେଲା ବାୟୁ। ପ୍ରଦୂଷଣ ଯୋଗୁ ଦିଲ୍ଲୀ-ଏନସିଆରରେ ଲାଗୁ ହେଲା ଗ୍ରାପ୍-୨ କଟକଣା । NCRର ବିଭିନ୍ନ ସ୍ଥାନରେ AQI ୫୦୦ ପାର୍ କରିଛି।

author-image
Manas Ranjan Mohanty
DELHI AIR

DELHI AIR Photograph: (OTV)

ଧୂଆଁ ଧୂଆଁ ରାଜଧାନୀ ଦିଲ୍ଲୀ । ଦୀପାବଳିରେ ଦିଲ୍ଲୀରେ ବିଷାକ୍ତ ହେଲା ବାୟୁ। ପ୍ରଦୂଷଣ ଯୋଗୁ ଦିଲ୍ଲୀ-ଏନସିଆରରେ ଲାଗୁ ହେଲା ଗ୍ରାପ୍-୨ କଟକଣା । NCRର ବିଭିନ୍ନ ସ୍ଥାନରେ AQI ୫୦୦ ପାର୍ କରିଛି। ନରେଲା ଅଞ୍ଚଳରେ AQI ୫୫୧ ଛୁଇଁଛି । ସେହିପରି ଅଶୋକବିହାର AQI ୪୯୩, ଗାଜିଆବାଦରେ ୪୦୨, ଆନନ୍ଦବିହାରରେ ୩୯୪ ଓ ନୋଏଡାରେ AQI ୩୬୯ରେ ପହଞ୍ଚିଛି।

Advertisment

ଧୂଆଁର ଚାଦର ପୂରା ଦିଲ୍ଲୀକୁ ଘୋଡ଼ାଇ ରଖିଛି। ଫଳରେ ଲୋକେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। କେବଳ ଦିଲ୍ଲୀ-NCRରେ ନୁହେଁ, ପାହାଡିଆ ଅଞ୍ଚଳରେ ବାୟୁ ଗୁଣବତ୍ତା ମଧ୍ୟ ବିଷାକ୍ତ ହେବାରେ ଲାଗିଛି। ଆଗାମୀ ଦିନରେ AQI ସ୍ତର ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ୩୮ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୩୬ଟିରେ ଏକ୍ୟୁଆଇ ଅତି ଖରାପ ସ୍ତରରେ ରେକର୍ଡ ହୋଇଛି।

ଦୀପାବଳି ବାଣ ଯୋଗୁ ବାଣ ପ୍ରଦୂଷଣ ବୃଦ୍ଧି ପାଇଛି । ସହରରେ ଏବେ ଶ୍ବାସକ୍ରିୟାଜନିତ ରୋଗ ବୃଦ୍ଧି ପାଉଥିବାରୁ ନାଗରିକମାନଙ୍କୁ ମାସ୍କ ବ୍ୟବହାର ଓ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ପୁରୁଣା ଓ ଅଧିକ ପ୍ରଦୂଷଣକାରୀ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ ହୋଇଛି। କୋଇଲା ଓ କାଠ ଜାଳିବା ଉପରେ କଡା ନିଷେଧାଦେଶ ଜାରି ହୋଇଛି।

Advertisment

ଧୂଆଁ ଧୂଆଁ ରାଜଧାନୀ ଦିଲ୍ଲୀ 
ବିଷାକ୍ତ ହେଲା ରାଜଧାନୀ ଦିଲ୍ଲୀର ବାୟୁ
ଦିଲ୍ଲୀ-ଏନସିଆରରେ ଲାଗୁ ହେଲା ଗ୍ରାପ୍-୨ କଟକଣା
NCRର ବିଭିନ୍ନ ସ୍ଥାନରେ ୫୦୦ ପାର୍ କଲା ଏୟାର କ୍ବାଲିଟି ଇଣ୍ଡେକ୍ସ

Advertisment
Related Articles
Advertisment