Advertisment

Surajkund Mela Accident: ମେଳାରେ ଅଘଟଣ; ଛିଡ଼ିପଡ଼ିଲା ଦୋଳି, ଇନ୍ସପେକ୍ଟରଙ୍କ ମୃତ୍ୟୁ

ହରିୟାଣା ସୂରଜକୁଣ୍ଡ ମେଳାରେ ଅଘଟଣ। ହଠାତ ଛିଡ଼ିପଡ଼ିଲା ମେଳାରେ ଲାଗିଥିବା ଦୋଳି। ଦୋଳି ଅଘଟଣରେ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ। ଦୋଳି ଛିଡ଼ିବା ପରେ ଲୋକଙ୍କୁ ଉଦ୍ଧାର କରୁଥିଲେ ଇନ୍ସପେକ୍ଟର। ଦୋଳିର ଏକ ଅଂଶ ଇନ୍ସପେକ୍ଟରଙ୍କ ଉପରେ ପଡ଼ିଥିଲା।

author-image
Pramod Behera
Surajkund Mela Accident

ମେଳାରେ ଅଘଟଣ; ଛିଡ଼ିପଡ଼ିଲା ଦୋଳି, ଇନ୍ସପେକ୍ଟରଙ୍କ ମୃତ୍ୟୁ Photograph: (OTV)

ହରିୟାଣା ସୂରଜକୁଣ୍ଡ ମେଳାରେ ଭୟାନକ ଦୋଳି ଅଘଟଣ। ଦୋଳି ଛିଣ୍ଡି ଯିବାର ଲାଇଭ ଭିଡିଓ ମୋବାଇଲରେ କଏଦ। ହଠାତ ଛିଡ଼ିପଡ଼ିଲା ଦୋଳି। ଦୁର୍ଘଟଣାରେ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

Advertisment

ଗତକାଲି ସନ୍ଧ୍ୟାରେ ସୂରଜକୁଣ୍ଡ ହସ୍ତଶିଳ୍ପ ମେଳାର ମନୋରଞ୍ଜନ ପାର୍କରେ ଘଟିଥିଲା ଏ ଅଘଟଣ। ପୋଲିସ ଇନ୍ସପେକ୍ଟର ଜଗଦୀଶ ସେଠାରେ ଡ୍ୟୁଟିରେ ଥିଲେ। ଯେତେବେଳେ ଦୋଳି ଭାଙ୍ଗିଗଲା ଜଗଦୀଶ ପ୍ରଥମେ ଦୋଳି ତଳେ ଫସି ରହିଥିବା ଲୋକମାନଙ୍କୁ ବାହାର କରିବା ଆରମ୍ଭ କରିଥିଲେ। କିଛି ଲୋକଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ସେମାନେ ଖସିଯିବାକୁ ଚେଷ୍ଟା କରୁଥିଲେ। 

ତେବେ ହଠାତ ତାଙ୍କ ଉପରେ ଦୋଳିର ଏକ ଅଂଶ ପଡିଯିବାରୁ ସେ ଗୁରୁତର ଆହତ ହୋଇଥିଲେ। ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣାରେ ୧୩ ଜଣ ଆହତ ହୋଇଥିବା ଜଣାପଡିଛି। ତେବେ କେମିତି ଛିଡ଼ିପଡ଼ିଲା ଦୋଳି ଏହାକୁ ନେଇ ପ୍ରଶ୍ନ ଉଠିଛି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।

Advertisment

  • ହରିୟାଣା ସୂରଜକୁଣ୍ଡ ମେଳାରେ ଅଘଟଣ
  • ହଠାତ ଛିଡ଼ିପଡ଼ିଲା ମେଳାରେ ଲାଗିଥିବା ଦୋଳି
  • ଦୋଳି ଅଘଟଣରେ ଜଣେ ଇନ୍ସପେକ୍ଟରଙ୍କ ମୃତ୍ୟୁ
  • ଦୋଳି ଛିଡ଼ିବା ପରେ ଲୋକଙ୍କୁ ଉଦ୍ଧାର କରୁଥିଲେ ଇନ୍ସପେକ୍ଟର
  • ଦୋଳିର ଏକ ଅଂଶ ଇନ୍ସପେକ୍ଟରଙ୍କ ଉପରେ ପଡ଼ିଥିଲା
Death Haryana Accident
Advertisment
Advertisment