Advertisment

Cheap Electronics and Smart Devices: ନିର୍ମଳାଙ୍କ ବଜେଟରେ ଶସ୍ତା ଅଧିକ ମହଙ୍ଗା କମ୍; କଣ ଶସ୍ତା, କଣ ମହଙ୍ଗା ଜାଣିବା ପାଇଁ ପଢନ୍ତୁ

ନିର୍ମଳାଙ୍କ ବଜେଟରେ ଶସ୍ତା ଅଧିକ ମହଙ୍ଗା କମ୍। ୭ଟି ଦୁଃସାଧ୍ୟ ରୋଗ ନିରାକରଣ ଔଷଧ ବି ଶସ୍ତା ହେବ। କ୍ୟାନସର୍ ଚିକିତ୍ସା ଲାଗି ୧୭ଟି ଔଷଧର ଦାମ୍ ଶସ୍ତା ହେବ। ଶସ୍ତା ହେବ ସ୍ମାର୍ଟ ଫୋନ୍, ସୋଲାର୍ ପ୍ୟାନେଲ୍। ଜୋତା, ଚମଡା, EV ବ୍ୟାଟେରୀ, ମାଇକ୍ରୋ ଓଭେନ୍ ଶସ୍ତା ହେବ।

author-image
Pramod Behera
Cheap Electronics and Smart Devices

ନିର୍ମଳାଙ୍କ ବଜେଟରେ ଶସ୍ତା ଅଧିକ ମହଙ୍ଗା କମ୍ Photograph: (OTV)

ନିର୍ମଳାଙ୍କ ବଜେଟରେ ଶସ୍ତା ଅଧିକ ମହଙ୍ଗା କମ୍। 2026-27 ଆର୍ଥିକ ବର୍ଷ ବଜେଟରେ କଣ ଶସ୍ତା ହେବ ଏବଂ କେଉଁ ଜିନିଷ ହେବାକୁ ଯାଉଛି ମହଙ୍ଗା। କେଉଁ ଜିନିଷର ଦାମକୁ ଖାଉଟୀ ଖୁସ୍ ଆଉ କେଉଁ ସାମଗ୍ରୀ ପାଇଁ ଗଣିବାକୁ ପଡ଼ିବ ଅଧିକ ଟଙ୍କା, ଆସନ୍ତୁ ଜାଣିବା...

Advertisment

ଇଭି କିଣିବାକୁ ଇଛା କରିଥିବା ଏବଂ ସ୍ମାର୍ଟ ଫୋନ୍ କିଣିବାକୁ ଯୋଜନା କରିଥିବା ଗ୍ରାହକଙ୍କ ପାଇଁ ଖୁସି ଖବର। ବିଦେଶ ଯାତ୍ରା ପାଇଁ ଚିନ୍ତା କରୁଥିବା ଏବଂ ସୌରଶକ୍ତି ୟୁନିଟ ବସାଇବାକୁ ଆଗ୍ରହୀ ଥିବା ଲୋକଙ୍କ ପାଇଁ ବି ଭଲ ଖବର। କାରଣ ଆଗକୁ ଶସ୍ତା ହେବାକୁ ଯାଉଛି ଏ ସବୁ ସାମଗ୍ରୀ ଓ କ୍ଷେତ୍ର। ୨୦୨୬-୨୭ ଆର୍ଥିକ ବର୍ଷ ବଜେଟରେ ଏସବୁ ସେକ୍ଟର ଉପରେ ଟିକସ ହାର ପରିବର୍ତ୍ତନ ଯୋଗୁଁ କମିବାକୁ ଯାଉଛି ଦର। 

ନିର୍ମଳାଙ୍କ ନବମ ବଜେଟରେ ଶସ୍ତା ହେବାକୁ ଯାଉଛି ୭ଟି ଦୁଃସାଧ୍ୟ ରୋଗ ସହ କ୍ୟାନସରର ଚିକିତ୍ସା ଲାଗି ୧୭ଟି ଔଷଧର ଦାମ୍। ଦେଶର କ୍ରୀଡ଼ା ଭିତ୍ତିଭୂମକୁ ମଜବୁତ କରିବାକୁ କେନ୍ଦ୍ର ସରକାରଙ୍କ ଖେଲୋ ଇଣ୍ଡିଆ ଅଭିଯାନକୁ ଆଗକୁ ନେବାକୁ ଆଗକୁ ଶସ୍ତା ହେବାକୁ ଯାଉଛି ଖେଳ ଉପକରଣ। ସେହିଭିଳି ଟ୍ରମ୍ପଙ୍କ ତାରିଫ୍ ମାଡ଼ ପରେ ଦେଶର ଚମଡ଼ା ଶିଳ୍ପକୁ ସମୃଦ୍ଧ କରିବାକୁ ଚମଡ଼ା ଉପରେ ଆମଦାନୀକୁ ଶୁଳ୍କ ମୁକ୍ତ କରାଯାଇଥିବାରୁ ଆଗକୁ ଚମଡ଼ା ଜାତ ସାମଗ୍ରୀ ଶସ୍ତା ହେବ। 

Advertisment

ସି ଫୁଡ୍ସ ପ୍ରସେସିଂ ୟୁନିଟ୍ ଉପରେ ଆମଦାନୀ ଶୁଳ୍କ ଛାଡ଼ ପରେ ଶସ୍ତା ହେବାକୁ ଯାଉଛି କଙ୍କଡ଼ା ଓ ଚିଙ୍ଗୁଡ଼ି ଭଳି ଅନ୍ୟ ସି ଫୁଡ୍ସ। ସେହିଭଳି ମାଇକ୍ରୋ ଓଭନ, ବିମାନ ଯନ୍ତ୍ରାଂଶ, ସିଏନଜି ଆଦି ଉତ୍ପାଦ ଉପରୁ ବେସିକ୍ କଷ୍ଟମ ଡ୍ୟୁଟି ଏବଂ ଅନ୍ୟ ଶୁଳ୍କ ହ୍ରାସ କାରଣରୁ ଏସବୁ ସାମଗ୍ରୀର ଦାମ ମଧ୍ୟ କମିବାକୁ ଯାଉଛି।

ଏବେ ନଜର ପକାନ୍ତୁ ଏଥର ବଜେଟରେ କେଉଁ ସାମଗ୍ରୀ କିଣିବାକୁ ପକେଟରୁ ଯିବ ଅଧିକ ଅର୍ଥ। ସ୍ୱାସ୍ଥ୍ୟ ଟିକସ ଓ ଅବକାରୀ ଶୁଳ୍କ ବୃଦ୍ଧି କାରଣରୁ ଆଗକୁ ମହଙ୍ଗା ହେବାକୁ ଯାଉଛି ନିକୋଟିନ୍ ଓ ତମାଖୁ ଜାତ ଦ୍ରବ୍ୟ। ଅର୍ଥାତ ସିଗାରେଟ୍, ବିଡ଼ି, ଗୁଟଖା ଓ ପାନ ମସଲା ଆଦି ମହଙ୍ଗା ହେବ। 

ସେହିଭଳି ଟିସିଏସ୍ ଫ୍ଲାଟ୍ ୨ପ୍ରତିଶତକୁ ଆସିଥିବାରୁ ବିଦେଶୀ ମଦର ଦାମ ବଢ଼ିବ। ବିଳାସ ପୂର୍ଣ୍ଣ ଘଂଣ୍ଟା ପିନ୍ଧିବାକୁ ପସନ୍ଦ କରୁଥିବା ଲୋକଙ୍କୁ ଏଥିପାଇଁ ଅଧିକ ଟଙ୍କା ଗଣିବାକୁ ପଡ଼ିବ। ଶୁଳ୍କ ଛାଡ଼ ନିଷ୍ପତ୍ତି ପ୍ରତ୍ୟାହାର ପରେ କଫି ଭେଣ୍ଡିଂ ସେମିନ ପାଇଁ ଦେବାକୁ ପଡ଼ିବ ଅଧିକ ଦାମ୍। ବିଦେଶରୁ ଆମୋନିୟମ୍ ଫସଫେଟ୍ ଓ ଆମେନିୟମ ନାଇଟ୍ରୋ ଫସଫେଟ୍ ଉପରୁ ଆମଦାନୀ ଶୁଳ୍କ ଛାଡ଼ ନିଷ୍ପତ୍ତି ପ୍ରତ୍ୟାହର ପରେ କିଛି ସାରର ରେଟ୍ ବଢ଼ିପାରେ। 

ସେହିଭଳି ବିଦେଶରୁ ଆମଦାନୀ ହେଉଥିବା ଟେଲିଭିଜନ ଯନ୍ତ୍ରାଂଶ, ଫିଲ୍ମ ସୁଟ୍ ହେଉଥିବା କ୍ୟାମେରା ଓ ସାଉଣ୍ଡ ରେକର୍ଡିଂ ଯନ୍ତ୍ରାଂଶର ମଧ୍ୟ ମୂଲ୍ୟରେ ବୃଦ୍ଧି ଘଟିବ।

Union Budget Budget Finance Minister Nirmala Sitaraman
Advertisment
Advertisment