/odishatv-khabar/media/media_files/2025/12/29/first-income-happiness-2025-12-29-17-56-31.jpg)
First Income Happiness: Photograph: (OTV)
ଇଣ୍ଟରନେଟ୍ ଦୁନିଆରେ ଏକ ଭିଡିଓ ଧୂମ୍ ମଚାଉଛି ଯେଉଁଥିରେ ୫୨ ବର୍ଷ ବୟସ୍କା ଜଣେ ମହିଳା ନିଜର ପ୍ରଥମ ଯୁଟ୍ୟୁବ୍ ଆୟର ସେଲିବ୍ରେସନ କରୁଛନ୍ତି । ଏହା କେବଳ ଏକ ଭିଡିଓ ନୁହେଁ, ବରଂ ଏହା ଏହି କଥାର ପ୍ରମାଣ ଯେ ସ୍ୱପ୍ନର କୌଣସି ବୟସ ନାହିଁ।
ଇନଷ୍ଟାଗ୍ରାମରେ ଅଂଶୁଲ ପାରିକ୍ ଦ୍ୱାରା ଶେୟାର କରାଯାଇଥିବା ଏହି ଭିଡିଓରେ ତାଙ୍କ ମା’ ମୋବାଇଲ୍ ହାତରେ ଧରି ବସିଥିବା ଦେଖାଯାଉଛି। ଭିଡିଓରେ ଅଂଶୁଲ ପଚାରୁଛନ୍ତି, “କ’ଣ ହେଲା ମମ୍ମି?” ଏବଂ ଉତ୍ତରରେ ତାଙ୍କ ମା’ ଗର୍ବର ସହିତ କହୁଛନ୍ତି ଯେ ସେ ୫୨ ବର୍ଷ ବୟସରେ ଯୁଟ୍ୟୁବ୍ ଠାରୁ ପ୍ରଥମ ଇନକମ କରିଛନ୍ତି, ତାହା ମଧ୍ୟ କେବଳ ୬ ମାସ ଭିତରେ।
ଭିଡିଓ ଉପରେ ଲେଖାଅଛି ଯେ କଠିନ ପରିଶ୍ରମ କହିଦିଏ ଯେ ସ୍ୱପ୍ନର କୌଣସି ବୟସ ନାହିଁ। ଅଂଶୁଲ କ୍ୟାପସନ୍ ଦେଇଛନ୍ତି, “I'm a proud daughter.” ଏହି ମୁହୂର୍ତ୍ତ କେବଳ ପ୍ରଥମ ଆୟର ନୁହେଁ, ବରଂ ଦୀର୍ଘ ସମୟ ଧରି ସଞ୍ଚୟ କରି ରଖିଥିବା ଏକ ସ୍ୱପ୍ନର।
ଏହି ଭିଡିଓ ଉପରେ ଲୋକମାନେ ସୋସିଆଲ୍ ମିଡିଆରେ ପ୍ରଚୁର ଭଲ ପାଇବା ଦେଉଛନ୍ତି । ଭିଡିଓକୁ YouTube Creators India ମଧ୍ୟ ନୋଟିସ୍ କରିଛନ୍ତି ଏବଂ କମେଣ୍ଟ କରି ଏହାକୁ “incredibly inspiring” କହିଛନ୍ତି।
ୟୁଜର୍ସ ମାନେ କମେଣ୍ଟ ସେକସନରେ ଲେଖିଛନ୍ତି ଯେ “ବୟସ କେବଳ ଏକ ସଂଖ୍ୟା!” “ମୋ ଦିନ ବନେଇଦେଲା !” “କିଛି ନୂଆ ଆରମ୍ଭ କରିବାକୁ କେବେ ବି ବିଳମ୍ବ ହୁଏ ନାହିଁ।” ଲୋକମାନେ ମହିଳାଙ୍କ ପରିଶ୍ରମ ଏବଂ ତାଙ୍କ ଉତ୍ସାହକୁ ସଲାମ୍ କରିଛନ୍ତି। ସୋସିଆଲ୍ ମିଡିଆରେ ଲୋକମାନେ ଏହି ଭିଡିଓକୁ ବହୁଳ ଭାବରେ ଶେୟାର ମଧ୍ୟ କରିଛନ୍ତି।
Italy Village Baby Birth: ଏହି ଗାଁରେ ୩୦ ବର୍ଷ ପରେ ଜନ୍ମ ହେଲା ଶିଶୁ , ଯେଉଁଠି ମଣିଷଙ୍କ ଅପେକ୍ଷା ବିଲେଇ ଅଧିକ

Tragic Incident at Nandankanan: ମା’ ହେଇଗଲା ପିଶାଚୀ; ଜନ୍ମଦେଇ ନିଜ ଛୁଆକୁ ଖାଇଦେଲା

Humane Sagar Death: ହ୍ୟୁମାନ ମୃତ୍ୟୁ: ‘ଏତଲାରେ ଥିବା ବ୍ୟକ୍ତି ତଦନ୍ତ ପରିସରଭୁକ୍ତ ହେବେ’

Husband-Wife Dies: ସ୍ୱାମୀ-ସ୍ତ୍ରୀ ଗଣ୍ଡଗୋଳର କରୁଣ ପରିଣତି; ବିଷ ପିଇଦେଲେ ଦମ୍ପତ୍ତି; ବିଚରା ଶିଶୁ ପୁତ୍ର…

/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)