/odishatv-khabar/media/media_files/2026/02/13/nipa-virus-claims-life-of-25-year-old-nurse-2026-02-13-17-10-00.jpg)
ଜୀବନ ନେଲା ‘ନିପା’ ଭାଇରସ୍! Photograph: (OTV)
ଜୀବନ ନେଲା ନିପା ଭାଇରସ। ପଶ୍ଚିମବଙ୍ଗର ବାରାସତରେ ନିପା ଭାଇରସରେ ଆକ୍ରାନ୍ତ ହୋଇ ଜଣେ ନର୍ସଙ୍କର ମୃତ୍ୟୁ ହୋଇଛି। ରଥ୍ତଳା ଅଞ୍ଚଳର ଏକ ବେସରକାରି ହସ୍ପିଟାଲରେ ଦୀର୍ଘଦିନ ଚିକିତ୍ସାଧୀନ ଥିବା ୨୫ ବର୍ଷିୟା ନର୍ସ ସୌମି ରାୟ ଚୌଧୁରୀଙ୍କ ମୃତ୍ୟୁ ଘଟିଛି। ସେ ପୂର୍ବ ବର୍ଦ୍ଧମାନର କଟୁଆ ଅଞ୍ଚଳର ନିବାସୀ ହୋଇଥିବା ବେଳେ ନୂଆବର୍ଷ ଛୁଟିରେ ଘରକୁ ଯାଇଥିଲେ। କିନ୍ତୁ ଜାନୁଆରୀ ୫ତାରିଖରେ ଅସୁସ୍ଥ ହୋଇପଡ଼ିଥିଲେ।
ପ୍ରଥମେ ବର୍ଦ୍ଧମାନ ମେଡିକାଲ କଲେଜ୍ ହସ୍ପିଟାଲରେ ଓ ପରେ ବାରାସତର ବେସରକାରି ହସ୍ପିଟାଲରେ ତାଙ୍କ ଚିକିତ୍ସା ହୋଇଥିଲା। ପରୀକ୍ଷାରେ ତାଙ୍କ ଶରୀରରେ ନିପା ଭାଇରସ୍ ସଂକ୍ରମଣ ହୋଇଥିବା ଜଣାପଡିଥିଲା। ଦୀର୍ଘ ସମୟ ଭେଣ୍ଟିଲେଟର୍ ରେ ରଖାଯାଇଥିବା ବେଳେ ସେ କୋମାରେ ମଧ୍ୟ ଥିଲେ। ପରେ ଫୁସଫୁସରେ ଦ୍ୱିତୀୟ ସଂକ୍ରମଣ ହେବାରୁ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା। ପରେ ତାଙ୍କର ମୃତ୍ୟୁ ଘଟିଛି।
ତେବେ ଚିକିତ୍ସା ସମୟରେ ସମସ୍ତ ପ୍ରଟୋକଲ୍ ମାନାଯାଇଥିବା ହସ୍ପିଟାଲ ପକ୍ଷରୁ ଦାବି କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ। ଘଟଣାକୁ ନେଇ ବାରାସତ ଓ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।
- ପଶ୍ଚିମବଙ୍ଗରେ ‘ନିପା’ ଭାଇରସ୍ ଆତଙ୍କ
- ଜୀବନ ନେଲା ‘ନିପା’ ଭାଇରସ୍!
- ବାରାସତରେ ଜଣେ ନର୍ସଙ୍କର ମୃତ୍ୟୁ
- କୋମାକୁ ଚାଲିଯାଇଥିଲେ ଯୁବତୀ
- ଫୁସଫୁସରେ ଦ୍ୱିତୀୟ ସଂକ୍ରମଣପରେ ଜଟିଳ ଥିଲା ସ୍ୱାସ୍ଥ୍ୟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)