/odishatv-khabar/media/media_files/2026/01/09/teen-dies-watching-mobile-reels-2026-01-09-18-19-21.jpg)
ରିଲ୍ସ ଦେଖୁ ଦେଖୁ ଟଳିପଡିଲା ନାବାଳକ Photograph: (OTV)
ରିଲ୍ସ ଦେଖୁ ଦେଖୁ ଟଳିପଡିଲା କୁନି ପୁଅ। ଫୋନ୍ ଦେଖିଲା ବେଳେ ହେଲା ହାର୍ଟଆଟାକ୍। ଚାଲିଗଲା ୧୦ ବର୍ଷ ପୁଅର ଜୀବନ।
ଯଦି ଆପଣଙ୍କ ପିଲା ବି ଅଧିକ ସମୟ ମୋବାଇଲ୍ ଦେଖୁଛି ତେବେ ଭଲ ଭାବେ ପଢିନିଅନ୍ତୁ ଏହି ଖବର। ଫୋନ୍ରେ ରିଲ୍ସ ଦେଖିବା ବେଳେ ଜଣେ ୧୦ ବର୍ଷର ବାଳକର ମୃତ୍ୟୁ ହୋଇଛି । ପିଲାଟି ଚତୁର୍ଥ ଶ୍ରେଣୀରେ ପଢୁଥିଲା।
ଗତ ରବିବାର ସନ୍ଧ୍ୟା ବେଳର ଘଟଣା । ମାଆ ରୋଷେଇ କରୁଥାଏ । ବାପା ଅଗଣାରେ କିଛି କାମରେ ବ୍ୟସ୍ତ ଥାଆନ୍ତି । ୧୦ ବର୍ଷର ପିଲାଟି ଖଟ ଉପରେ ଶୋଇ ରିଲ୍ସ ଦେଖୁଥାଏ । ରିଲ୍ସ ଦେଖୁ ଦେଖୁ ହଠାତ୍ ସେଇଠି ଟଳି ପଡିଥିଲା ପିଲାଟି । ପ୍ରଥମେ ପରିବାର ଲୋକଙ୍କୁ ଲାଗିଲା ପୁଅ କୌଣସି କାରଣରୁ ଅଚେତ ହୋଇଯାଇଥିବ । ହେଲେ ଶରୀରରେ କିଛି ହଲଚଲ୍ ନ ହେବାରୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେଇ ଯାଇଥିଲେ । କିନ୍ତୁ ସେତେବେଳକୁ ସବୁଦିନ ପାଇଁ ଆଖି ବୁଜିସାରିଥିଲା ପୁଅ । ପଲସ୍, ବ୍ଲଡପ୍ରେସର ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ମୃତ ଘୋଷଣା କରିଥିଲେ।
ଏହି ଖବରର ଭିଡିଓ ଦେଖିବା ପାଇଁ ତଳେ କ୍ଲିକ୍ କରନ୍ତୁ:
ଫୋନ୍ ଦେଖିବା ବେଳେ ହାର୍ଟ ଆଟାକ୍ ଯୋଗୁଁ ପିଲାଟିର ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ହେଲେ ବିନା ପୋଷ୍ଟମର୍ଟମରେ ଅନ୍ତିମ ସଂସ୍କାର କରାଯିବାରୁ ଏତେ କମ୍ ବୟସରୁ କାହିଁକି ପିଲାଟିର ହୃଦଘାତ୍ ଘଟିଲା ତାହା ସ୍ପଷ୍ଟ ହୋଇପାରିନି । ଉତ୍ତରପ୍ରଦେଶ ଅମରୋହ ଜିଲ୍ଲା ମଣ୍ଡି ଧନୋରା ଅଞ୍ଚଳରେ ଘଟିଛି ଏହି ହୃଦୟ ବିଦାରକ ଘଟଣା । ଦୀପକ କୁମାର ନାମକ ଜଣେ ଚାଷୀ ନିଜ ୧୦ ବର୍ଷର ପୁଅକୁ ଏମିତି ହରାଇଛନ୍ତି । ପୂର୍ବରୁ ପୁଅର କୌଣସି ପ୍ରକାର ରୋଗ କିମ୍ବା ସ୍ୱାସ୍ଥ୍ୟ ସମସ୍ୟା ନଥିବା କହିଛନ୍ତି ବାପା।
ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଓ ଖାଦ୍ୟପେୟ ଯୋଗୁଁ ଆଜିର ଦିନରେ ହାର୍ଟଆଟାକ୍ ଏକ ସାଇଲେଣ୍ଟ କିଲର୍ ଭାବେ ଉଭା ହୋଇଛି । କିଏ ନାଚୁଥିବା ବେଳେ ତ ଆଉ କିଏ ଜିମ୍ରେ ବ୍ୟାୟାମ କରୁଥିବା ବେଳେ ହାର୍ଟଆଟାକ୍ରେ ପ୍ରାଣ ହରାଇବାର ଅନେକ ଘଟଣା ଆମେ ଦେଖିଛେ, ଶୁଣିଛେ । ହେଲେ ମାତ୍ର ୧୦ ବର୍ଷର ସୁସ୍ଥ ପିଲାଟିଏ ଫୋନରେ ରିଲ୍ସ ଦେଖିଲା ବେଳେ ହୃଦଘାତରେ ଆଖି ବୁଜିବା ନିହାତି ଭାବେ ଅତ୍ୟନ୍ତ ଚିନ୍ତାଜନକ ଓ ଉଦବେଗ୍ର ବିଷୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)