Advertisment

କଶ୍ମୀରରେ ନିର୍ମାଣ ହେଲା ବିଶ୍ୱର ସବୁଠୁ ଉଚ୍ଚତମ ରେଲୱେ ବ୍ରିଜ

କଶ୍ନୀର: ଜମ୍ମୁ କାଶ୍ମୀରରେ ବିଶ୍ୱର ସବୁଠୁ ଉଚ୍ଚତମ ରେଲୱେ ବ୍ରିଜର ଅନ୍ତିମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଚେନାବ ନଦୀ ଉପରେ ନିର୍ମାଣ ହୋଇଛି ଏହି ଆର୍କ-ଟାଇପ୍ ବ୍ରିଜ୍। ଏହି ଆର୍କର ଲମ୍ବ ୪୬୭ ମିଟର। ଚେନାବ ନଦୀଶଯ୍ୟାଠାରୁ ଏହାର ଉଚ୍ଚତା ୩୫୯ ମିଟର। ପ୍ୟାରିସର ଏଫିଲ ଟାୱାର ଠାରୁ ଏହାର ଉଚ୍ଚତା ୩୫ ମିଟର ଅଧିକ ବୋଲି କୁହାଯାଉଛି। ଏହି ବ୍ରିଜ୍ […]

author-image
Chandan Shishu
କଶ୍ମୀରରେ ନିର୍ମାଣ ହେଲା ବିଶ୍ୱର ସବୁଠୁ ଉଚ୍ଚତମ ରେଲୱେ ବ୍ରିଜ

chenab-bridge-2

କଶ୍ନୀର: ଜମ୍ମୁ କାଶ୍ମୀରରେ ବିଶ୍ୱର ସବୁଠୁ ଉଚ୍ଚତମ ରେଲୱେ ବ୍ରିଜର ଅନ୍ତିମ ପର୍ଯ୍ୟାୟ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଚେନାବ ନଦୀ ଉପରେ ନିର୍ମାଣ ହୋଇଛି ଏହି ଆର୍କ-ଟାଇପ୍ ବ୍ରିଜ୍। ଏହି ଆର୍କର ଲମ୍ବ ୪୬୭ ମିଟର। ଚେନାବ ନଦୀଶଯ୍ୟାଠାରୁ ଏହାର ଉଚ୍ଚତା ୩୫୯ ମିଟର। ପ୍ୟାରିସର ଏଫିଲ ଟାୱାର ଠାରୁ ଏହାର ଉଚ୍ଚତା ୩୫ ମିଟର ଅଧିକ ବୋଲି କୁହାଯାଉଛି।

Advertisment

publive-imageଏହି ବ୍ରିଜ୍ ନର୍ଦ୍ଦର୍ଣ୍ଣ ରେଲୱେର ୨୭୨ କିଲୋମିଟର ଉଦ୍ଧାମପୁର-ଶ୍ରୀନଗର-ବାରମୂଳା ରେଳ ଲିଙ୍କ୍ ପ୍ରକଳ୍ପର ଏକ ଅଂଶ ବିଶେଷ। ୧ କିଲୋମିଟର ୩୦୦ ମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ କାଶ୍ନୀର ଉପତ୍ୟକା ସହ ରାଜ୍ୟର ବିଭିନ୍ନ ବିଛିନ୍ନାଞ୍ଚଳକୁ ଯୋଗାଯୋଗ କରିବାରେ ସହାୟକ ହେବ। ସେତୁ ର୍ନିମାଣ ପାଇଁ ଇସ୍ପାତକୁ ବିଶେଷ ଭାବରେ ଚୟନ କରାଯାଇଥିଲା।

publive-imageଏଥିରେ ବ୍ୟବହୃତ ଧାତୁ ମାଇନସ୍ ୨୦ ଡିଗ୍ରୀ ସେଲସିୟସ୍ ତାପମାତ୍ରାକୁ ଏବଂ ଘଣ୍ଟା ପ୍ରତି ୨୦୦ କିଲୋମିଟରରୁ ଅଧିକ ପବନର ଗତିକୁ ପ୍ରତିରୋଧ କରିବାରେ ସକ୍ଷମ ହେବ।

Advertisment
Indian Railways Jammu And Kashmir
Advertisment
Advertisment