Advertisment

ଚନ୍ଦ୍ରଯାନ-୩ ପାଇଁ କାମ ଆରମ୍ଭ, ଖର୍ଚ୍ଚ ହେବ ୭୫ କୋଟି !

ନୂଆଦିଲ୍ଲୀ:ଚନ୍ଦ୍ରଯାନ-୩ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏଥିପାଇଁ ସଂସଦରେ ୭୫ କୋଟି ଟଙ୍କା ମଞ୍ଜୁରୀ ଦେବା ପାଇଁ ଦାବି ହୋଇଛି। ଏହି ଧନରାଶି ୨ଟି ପର୍ଯ୍ୟାୟରେ ଯୋଗାଇ ଦେବାକୁ ଦାବି ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କରାଯାଇଥିବା ଏହି ଅନୁଦାନ ଦାବିପତ୍ରରେ କୁହାଯାଇଛି ଯେ, ନୂଆ ପରିଯୋଜନା ଅର୍ଥାତ୍‌ ଚନ୍ଦ୍ରଯାନ-୩ ପାଇଁ ଆବଶ୍ୟକ ଖର୍ଚ୍ଚ ପୂରଣ କରିବାକୁ ପ୍ରାୟ ୧୫ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଉ। ଏଥିରେ ଆହୁରି କୁହାଯାଇଛି, ନୂଆ ପରିଯୋଜନା ଅର୍ଥାତ୍‌ […]

author-image
Minati Mishra
ଚନ୍ଦ୍ରଯାନ-୩ ପାଇଁ କାମ ଆରମ୍ଭ, ଖର୍ଚ୍ଚ ହେବ ୭୫ କୋଟି !

chandrayana

ନୂଆଦିଲ୍ଲୀ:ଚନ୍ଦ୍ରଯାନ-୩ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏଥିପାଇଁ ସଂସଦରେ ୭୫ କୋଟି ଟଙ୍କା ମଞ୍ଜୁରୀ ଦେବା ପାଇଁ ଦାବି ହୋଇଛି। ଏହି ଧନରାଶି ୨ଟି ପର୍ଯ୍ୟାୟରେ ଯୋଗାଇ ଦେବାକୁ ଦାବି ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କରାଯାଇଥିବା ଏହି ଅନୁଦାନ ଦାବିପତ୍ରରେ କୁହାଯାଇଛି ଯେ, ନୂଆ ପରିଯୋଜନା ଅର୍ଥାତ୍‌ ଚନ୍ଦ୍ରଯାନ-୩ ପାଇଁ ଆବଶ୍ୟକ ଖର୍ଚ୍ଚ ପୂରଣ କରିବାକୁ ପ୍ରାୟ ୧୫ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଉ। ଏଥିରେ ଆହୁରି କୁହାଯାଇଛି, ନୂଆ ପରିଯୋଜନା ଅର୍ଥାତ୍‌ ଚନ୍ଦ୍ରଯାନ-୩ ପାଇଁ ମେଶିନାରୀ ଏବଂ ଅନ୍ୟ ଉପକରଣ ତଥା ଅନ୍ୟାନ୍ୟ ଖର୍ଚ୍ଚ ବାବଦ ୬୦ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆଯାଉ।

Advertisment

ଏହା ପୂର୍ବରୁ ଅନ୍ତରୀକ୍ଷ ବିଭାଗ ପକ୍ଷରୁ ଏକ ବୟାନରେ କୁହାଯାଇଥିଲା ଯେ,ଚନ୍ଦ୍ରଯାନ-୩ ପାଇଁ ଆବଶ୍ୟକ ପ୍ରାଦ୍ୟୋଗିକ ଦକ୍ଷତା ଲାଗି ଇସ୍ରୋ ପକ୍ଷରୁ ଏକ ରୋଡ ମ୍ୟାପ ତିଆରି କରାଯାଇଛି। ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ଇସ୍ରୋ ବୈଜ୍ଞାନିକମାନେ ଏକ ବୈଠକରେ ଏ ସମ୍ପର୍କରେ ଚୂଡାନ୍ତ ଆଲୋଚନା କରିଛନ୍ତି।

ଇସ୍ରୋ ପ୍ରମୁଖ ସିବନଙ୍କୁ ଏ ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି, ଚନ୍ଦ୍ରର ଦକ୍ଷିଣ ପ୍ରାନ୍ତରେ ଲାଣ୍ଡିଂ କରିବା ପାଇଁ ପୁଣି ପ୍ରୟାସ କରାଯିବା। ଚନ୍ଦ୍ରଯାନ-୨ରେ ଏହି କାହାଣୀ  ଶେଷ ହୋଇନାହିଁ। ସେ ଆହୁରି କହିଥିଲେ ଯେ, ମଣିଷକୁ ମହାକାଶକୁ ପଠାଇବାର କାର୍ଯ୍ୟକ୍ରମ ଜାରି ରହିଛି।

Advertisment
Advertisment
Advertisment