/odishatv-khabar/media/post_attachments/uploadimage/library/16_9/16_9_0/rape_1625409078.jpg)
rape
କାଙ୍ଗ୍ରା: ଗାଡ଼ିରେ ଲିଫ୍ଟ ଦେବା ବାହାନାରେ ମହିଳାଙ୍କ ସହିତ ଦୁଷ୍କର୍ମ କଲେ ୭ ଅଭିଯୁକ୍ତ। ପ୍ରଥମେ ଏକ ଫାର୍ମରେ ଦୁଷ୍କର୍ମ କରିବା ପରେ ମହିଳାଙ୍କୁ ମେକ୍ଲୋଡ୍ଗଞ୍ଜର ଏକ ହୋଟେଲ୍କୁ ନେଇ ଯାଇ ପୁଣିଥରେ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ। ଗୁରୁବାର ଏଭଳି ଘଟଣା ଘଟିଛି ହିମାଚଳ ପ୍ରଦେଶର କାଙ୍ଗ୍ରାଠାରେ। ଘଟଣାରେ ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଗଗଲ ପୋଲିସ ଷ୍ଟେସନରେ ଏକ ମାମଲା ରୁଜ୍ଜୁ ହୋଇଛି।
ପୀଡ଼ିତା ପୁଲିସକୁ କହିବାନୁଯାୟୀ, ସେ ବନୋଇ ଠାରେ ଏକ ବସ୍କୁ ଅପେକ୍ଷା କରିଥିଲେ। ଏକ ଗ୍ୟାଙ୍ଗ୍ ଗାଡ଼ି ଧରି ଆସି ତାଙ୍କୁ ଲିଫ୍ଟ ଦେଇଥିଲେ। ପରେ ସେମାନେ ମହିଳାଙ୍କୁ ପ୍ରାୟ ସାଲୋର ଏକ ଫାର୍ମକୁ ନେଇଯାଇ ଦୁଷ୍କର୍ମ କରିଥିଲେ। ପୁଲିସର ସୂଚନାନୁସାରେ, ଫାର୍ମରୁ ପୀଡ଼ିତାଙ୍କୁ ମେକ୍ଲୋଡ୍ଗଞ୍ଜରେ ଥିବା ଏକ ହୋଟେଲ୍କୁ ନିଆଯାଇ ସେଠାରେ ପୁଣିଥରେ ତାଙ୍କ ସହିତ ଦୁଷ୍କର୍ମ କରାଯାଇଥିଲା।
ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାଙ୍ଗ୍ରା ପୁଲିସ ନିକଟସ୍ତ ଗାଁରୁ ସମସ୍ତ ୭ ଜଣଙ୍କୁ ଗିରଫ କରିଛି। ଆଜି ସେମାନଙ୍କୁ କୋର୍ଟ ଫର୍ୱାର୍ଡ କରାଯିବ। ତେବେ ମହିଲାଙ୍କ ଡାକ୍ତରୀମାଇନା ହୋଇଛି, ମେଡିକାଲ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି କାଙ୍ଗ୍ରା ଡିସିପି ସୁନିଲ ରାଣା କହିଛନ୍ତି। ଏହି ଘଟଣାର ପୁଲିସ ମେକ୍ଲୋଡ୍ଗଞ୍ଜରେ ଥିବା ସେହି ହୋଟେଲ୍ର ମାଲିକକୁ ମଧ୍ୟ ଗିରଫ କରିଛି।
ପୋଲିସର ସୂଚନାନୁସାରେ ମହିଳା ଜଣକ ବିବାହିତ ଅଛନ୍ତି। ସେ ତାଙ୍କର ତିନି ପିଲାଙ୍କ ସହିତ ୫ ବର୍ଷ ହେବ ସ୍ୱାମୀଙ୍କଠାରୁ ଅଲଗା ହୋଇ ରହୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)