Advertisment

କରୋନାରେ ଆକ୍ରାନ୍ତଙ୍କ ପାଇଁ କଣ କରିବେ ଭାରତୀୟ ବୀମା ନିୟାମକ?

ମୁମ୍ବାଇ: କରୋନା ଆଁରେ ଏବେ ସମଗ୍ର ବିଶ୍ୱ। ଥରେ କରୋନା ଆକ୍ରାନ୍ତ ହେବା ପରେ ସୁସ୍ଥ ହେବା ମୁସ୍କିଲ। ଏପରିକି ରୋଗୀର ଚିକିତ୍ସା ପାଇଁ ମାସେରୁ ଅଧିକ ସମୟ ଲାଗୁଛି। କେରଳରେ ୩ କରୋନା ରୋଗୀ ସୁସ୍ଥ ହୋଇଥିଲେବି ସାରା ଭାରତରେ ଏବେ କରୋନା ସତର୍କ କରାଯାଇଛି। ହେଲେ ଚୀନ ସମେତ ଅନେକ ଦେଶର ନାଗରିକ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କର ମୃତ୍ୟୁ ହୋଇଛି। ହେଲେ ଯେଉଁମାନେ ସ୍ୱାସ୍ଥ୍ୟବୀମା କରିଛନ୍ତି ସେମାନେ ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି, ତା’ହେଲେ […]

author-image
Abinash Pati
କରୋନାରେ ଆକ୍ରାନ୍ତଙ୍କ ପାଇଁ କଣ କରିବେ ଭାରତୀୟ ବୀମା ନିୟାମକ?

Coronavirus-India

ମୁମ୍ବାଇ: କରୋନା ଆଁରେ ଏବେ ସମଗ୍ର ବିଶ୍ୱ। ଥରେ କରୋନା ଆକ୍ରାନ୍ତ ହେବା ପରେ ସୁସ୍ଥ ହେବା ମୁସ୍କିଲ। ଏପରିକି ରୋଗୀର ଚିକିତ୍ସା ପାଇଁ ମାସେରୁ ଅଧିକ ସମୟ ଲାଗୁଛି। କେରଳରେ ୩ କରୋନା ରୋଗୀ ସୁସ୍ଥ ହୋଇଥିଲେବି ସାରା ଭାରତରେ ଏବେ କରୋନା ସତର୍କ କରାଯାଇଛି। ହେଲେ ଚୀନ ସମେତ ଅନେକ ଦେଶର ନାଗରିକ କରୋନାରେ ଆକ୍ରାନ୍ତ ହେବାପରେ ତାଙ୍କର ମୃତ୍ୟୁ ହୋଇଛି।

Advertisment

ହେଲେ ଯେଉଁମାନେ ସ୍ୱାସ୍ଥ୍ୟବୀମା କରିଛନ୍ତି ସେମାନେ ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି, ତା’ହେଲେ ସେହି ସ୍ୱାସ୍ଥ୍ୟ ବୀମା ପରିସରଭୁକ୍ତ କି? ଏହି ପ୍ରାଣଘାତୀ ଭାଇରସ ହେବ କି ନାହିଁ ତାହା ଏବେ ବିରାଟ ପ୍ରଶ୍ନବାଚୀ।

ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏ) ଗୁରୁବାର ଏ ନେଇ ସ୍ପଷ୍ଟ କରିଛି। କରୋନାଭାଇରସ୍ ସମେତ ସମସ୍ତ ସଂକ୍ରାମକ ରୋଗ ପ୍ରାୟ ସମସ୍ତ ସ୍ୱାସ୍ଥ୍ୟ ବୀମା ପଲିସି ଅଧୀନରେ ରହିଛି। ଆଇଆରଡିଏ ହେଉଛି ୪୪ଟି ସାଧାରଣ ବୀମା କମ୍ପାନୀର ସର୍ବୋଚ୍ଚ ସଂସ୍ଥା। ବୁଧବାର ବୀମା କମ୍ପାନୀମାନଙ୍କୁ କରୋନା ଭାଇରସକୁ ଏହାର ବର୍ତ୍ତମାନର ପଲିସିରେ ଅନ୍ତର୍ଭୁକ୍ତ କରିବାକୁ ଆଇଆରଡିଏ କହିଛି।

Advertisment

ସାଧାରଣ ବୀମା ନୀତି ଉପରେ ସଚେତନତା କାର୍ଯ୍ୟକ୍ରମ ସମୟରେ ଆଇଆରଡିଏର ଅଧ୍ୟକ୍ଷ ଏ.ଭି ଗିରିଜା କୁମାର କହିଛନ୍ତି, ସ୍ୱାସ୍ଥ୍ୟ ବୀମା ପଲିସି ସମସ୍ତ ପ୍ରକାରର ସଂକ୍ରାମକ ରୋଗକୁ ଅନ୍ତର୍ଭୁକ୍ତ କରିଥାଏ। ଏଥିରେ କରୋନା ଭାଇରସ ମଧ୍ୟ ରହିଛି। ନିୟାମକ ଆଇଆରଡିଏକୁ ଏକ ନୂତନ ନୀତି ପ୍ରସ୍ତୁତ କରିବାକୁ କହି ନାହାଁନ୍ତି।

Advertisment
Advertisment