Advertisment

ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

ନୂଆଦିଲ୍ଲୀ: ଭାରତ ସରକାର ଦେଶବାସୀଙ୍କ ପାଖରେ କରୋନା ଭ୍ୟାକ୍ସିନ୍ ପହଞ୍ଚାଇବା କଥା କହୁଥିବା ବେଳେ ଭ୍ୟାକ୍ସିନ ଉତ୍ପାଦନରେ ଲାଗିଥିବା ପୁନେ ସ୍ଥିତ ‌ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସଆଇଆଇ)ର ଅଧ୍ୟକ୍ଷ ଅଦର ପୁନାୱାଲା ସରକାରଙ୍କୁ ଏକ ପ୍ରଶ୍ନ କରିଛନ୍ତି। ‌କରୋନା ଭାଇରସ ପାଇଁ ଦେଶବାସୀଙ୍କୁ ଭ୍ୟାକ୍‌ସିନ ବିତରଣ କରିବା ପାଇଁ ଭାରତ ସରକାରଙ୍କ ପାଖରେ ୮୦ ହଜାର କୋଟି ଟଙ୍କା ଅଛି ତ ? ଟ୍ୱିଟ୍ କରି ଏଭଳି କେନ୍ଦ୍ର ସ୍ୱସ୍ଥ୍ୟାମନ୍ତ୍ରାଳୟକୁ ଏହିଭଳି ପ୍ରଶ୍ନ କରିଛନ୍ତି ଅଦର। ସିଆଇଆଇ […]

author-image
Abinash Pati
ଅଦ୍ୟତନ ହୋଇଛି
ସରକାରଙ୍କୁ ଏସଆଇଆଇ ଅଧ୍ୟକ୍ଷକଙ୍କ ପ୍ରଶ୍ନ; କରୋନା ଭ୍ୟାକ୍ସିନ୍ ପାଇଁ‌ ୮୦ ହଜାର କୋଟି ଅଛି ତ ?

adr-punawala

ନୂଆଦିଲ୍ଲୀ: ଭାରତ ସରକାର ଦେଶବାସୀଙ୍କ ପାଖରେ କରୋନା ଭ୍ୟାକ୍ସିନ୍ ପହଞ୍ଚାଇବା କଥା କହୁଥିବା ବେଳେ ଭ୍ୟାକ୍ସିନ ଉତ୍ପାଦନରେ ଲାଗିଥିବା ପୁନେ ସ୍ଥିତ ‌ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସଆଇଆଇ)ର ଅଧ୍ୟକ୍ଷ ଅଦର ପୁନାୱାଲା ସରକାରଙ୍କୁ ଏକ ପ୍ରଶ୍ନ କରିଛନ୍ତି। ‌କରୋନା ଭାଇରସ ପାଇଁ ଦେଶବାସୀଙ୍କୁ ଭ୍ୟାକ୍‌ସିନ ବିତରଣ କରିବା ପାଇଁ ଭାରତ ସରକାରଙ୍କ ପାଖରେ ୮୦ ହଜାର କୋଟି ଟଙ୍କା ଅଛି ତ ? ଟ୍ୱିଟ୍ କରି ଏଭଳି କେନ୍ଦ୍ର ସ୍ୱସ୍ଥ୍ୟାମନ୍ତ୍ରାଳୟକୁ ଏହିଭଳି ପ୍ରଶ୍ନ କରିଛନ୍ତି ଅଦର।

Advertisment

ସିଆଇଆଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଓ AstraZeneca ପକ୍ଷରୁ ପ୍ରସ୍ତୁତ ହେଉଥିବା କରୋନା ଟିକାର ଉତ୍ପାଦନ ଏବଂ ବିତରଣ ଦାୟିତ୍ୱ ନେଇଛି ସେରମ ଇନଷ୍ଟିଟ୍ୟୁଟ୍। ଭାରତରେ ଏହାର ଉତ୍ପାଦନ ହେବାକୁ ଥିବାରୁ ଅଦର ପୁନାୱାଲା ଟ୍ୱିଟ କରି ଭାରତ ସରକାରଙ୍କୁ ବଡ଼ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, “ମୁ ଶୀଘ୍ର ଗୋଟିଏ ପ୍ରଶ୍ନ ପଚାରିବାକୁ ଚାହୁଁଛି। କ’ଣ ଭାରତ ସରକାରଙ୍କ ପାଖରେ କରୋନା ଟିକା ପାଇଁ ଆସନ୍ତା ଗୋଟିଏ ବର୍ଷ ମଧ୍ୟରେ ୮୦ ହଜାର କୋଟି ଟଙ୍କା ଅଛି କି? କାରଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଅର୍ଥରେ କରୋନା ଟିକା କିଣିବ ଓ ସମସ୍ତ ଭାରତୀୟଙ୍କ ପାଖରେ ଟିକା ପହଞ୍ଚାଇବ। ଏହା ଆମ ପାଇଁ ଆଗାମୀ ଦିନରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେବ। ଏହାକୁ ମୁକାବିଲା କରିବାକୁ ପଡ଼ିବ।”

Advertisment

ସେ ଏହି ଟ୍ୱିଟକୁ ପିଏମଓ ଇଣ୍ଡିଆକୁ ମଧ୍ୟ ଟ୍ୟାଗ କରିଛନ୍ତି। ଦ୍ୱିତୀୟ ଟ୍ୱିଟରେ ସେ କହିଛନ୍ତି, “ମୁଁ ଏହି ପ୍ରଶ୍ନର ପଚାରିବା ପଛରେ କାରଣ ରହିଛି। ଆମକୁ କରୋନା ଟିକା ଉତ୍ପାଦନ କରିବା ଓ ଏହାରକୁ ବିତରଣ କରିବା ପାଇଁ ଏବେ ଠାରୁ ଯୋଜନା ପ୍ରସ୍ତୁତ କରିବା ଦରକାର। ଭାରତ ଓ ବିଦେଶରେ ବି ଏହାର ଉତ୍ପାଦନ ଏବଂ ବଣ୍ଟନ ହେବ।”

ଅନ୍ୟପକ୍ଷରେ ଆଜି ଠାରୁ ଅକ୍ସଫୋର୍ଡ ଟିକାର କ୍ଲିନିକାଲ ଟ୍ରାଏଲ ମୁମ୍ବାଇର କେଇଏମ ହସ୍ପିଟାଲରେ ଆରମ୍ଭ ହୋଇଛି। ଆସନ୍ତା ସପ୍ତାହରେ ପୁଣେର କିଛି ହସ୍ପିଟାଲରେ ବି ଏହାର ଟ୍ରାଏଲ ଆରମ୍ଭ ହେବ।

Advertisment
Advertisment