/odishatv-khabar/media/post_attachments/uploadimage/library/16_9/16_9_0/1050_1623933132.jpg)
1050
ଅଷ୍ଟ୍ରେଲିଆ: ବିଶାଳ ବୁଢ଼ିଆଣୀ ଜାଲରେ ଆଚ୍ଛାଦିତ ହୋଇଛି ପଡ଼ିଆ । ଘାସ ଗାଲିଚା ସହ ପଡ଼ିଆର ଏକର ଏକର ଅଂଚଳ ବୁଢ଼ଇାଣୀ ଜାଲରେ ଢାଙ୍କି ହୋଇ ରହିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆର ଗିପ୍ସଲ୍ୟାଣ୍ଡ ଭିକ୍ଟୋରିଆ ଅଞ୍ଚଳରେ । ଗିପ୍ସଲ୍ୟାଣ୍ଡରେ ଥିବା ଏକ ହ୍ରଦ କୂଳରେ ବ୍ୟାପକ ଭାବେ ବୁଢ଼ଇାଣୀ ଜାଲ ଦେଖିବାକୁ ମିଳିଛି ।
ପବନରେ ବୁଢ଼ଇାଣୀ ଜାଲ ଉଡୁଥିବା ଦେଖାଯାଇଛି । ହ୍ରଦ ନିକଟରେ ଥିବା ଗଛ ସହ ଘାସ ଗାଲିଚା ଓ ମାଟି ସବୁଠି ବୁଢିଆଣୀ ଜାଲ ଢାଙ୍କି ହୋଇ ରହିଛି । ବୋଧହୁଏ ଏଭଳି ଦୃଶ୍ୟ ଆଗରୁ କେହି କେବେ ଦେଖିନଥିବେ । ଏତେ ବଡ଼ ବୁଢ଼ଇାଣୀ ଜାଲ ବ୍ୟାପକ ଅଞ୍ଚଳରେ ସୃଷ୍ଟି ହେବା ବିରଳ । ସ୍ଥାନୀୟ ଅଞ୍ଚଳରେ ପ୍ରବଳ ବର୍ଷା ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିବା କୁହାଯାଉଛି ।
/odishatv-khabar/media/post_attachments/wp-content/uploads/2021/06/webs.jpg)
ଏହି ବୁଢ଼ିଆଣି ଜାଲ ଗୁଡ଼ିକୁ ଦେଖିଲେ ଲାଗୁଛି ଯେମିତି ବରଫର ଚାଦର ଢ଼ାଙ୍କି ରହିଛି । ଖାଲି ପଡ଼ିଆ କି ଘାଷ ଗାଲିଚାରେ ନୁହେଁ, ବଡ଼ ବଡ଼ ଗଛକୁ ମଧ୍ୟ ଏହି ବୁଢ଼ିଆଣି ଜାଲ ଘରି ଯାଇଛି । ସେହି ବଡ଼ ବଡ଼ ଗଛଗୁଡ଼ିକୁ ଦେଖିଲେ ସହଜରେ ଅନୁମାନ କରି ହେବ ନାହିଁ ତାହା କେଉଁ ଗଛ ।
/odishatv-khabar/media/post_attachments/wp-content/uploads/2021/06/07c2941d4a1c6a9d6f172633c38740a3.jpg)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)