Advertisment

କରୋନା ଭାଇରାସର ଉତ୍ପତ୍ତିକୁ ନେଇ ପୁଣି ଚୀନ-ଆମେରିକା ମୁହାଁମୁହିିଁ

ନୂଆଦିଲ୍ଲୀ: କରୋନା ଭାଇରାସର ଉପତ୍ତି ସ୍ଥଳକୁ ନେଇ ପୁଣି ଥରେ ମୁହାଁମୁହିିଁ ହୋଇଛନ୍ତି ଚୀନ ଓ ଆମେରିକା। ଉହାନ୍ ଲ୍ୟାବରୁ ମହାମାରୀର ଉତ୍ପତ୍ତି ହୋଇଛି କି ନା ନାହିଁ ସେ ନେଇ ତଦନ୍ତ ଆରମ୍ଭ କରିଛି ଆମେରିକା। ତେବେ ଆମେରିକାର ଏହି…

author-image
Minati Mishra
ଅଦ୍ୟତନ ହୋଇଛି
କରୋନା ଭାଇରାସର ଉତ୍ପତ୍ତିକୁ ନେଇ ପୁଣି ଚୀନ-ଆମେରିକା ମୁହାଁମୁହିିଁ

virus

ନୂଆଦିଲ୍ଲୀ: କରୋନା ଭାଇରାସର ଉପତ୍ତି ସ୍ଥଳକୁ ନେଇ ପୁଣି ଥରେ ମୁହାଁମୁହିିଁ ହୋଇଛନ୍ତି ଚୀନ ଓ ଆମେରିକା। ଉହାନ୍ ଲ୍ୟାବରୁ ମହାମାରୀର ଉତ୍ପତ୍ତି ହୋଇଛି କି ନା ନାହିଁ ସେ ନେଇ ତଦନ୍ତ ଆରମ୍ଭ କରିଛି ଆମେରିକା। ତେବେ ଆମେରିକାର ଏହି ପଦକ୍ଷେପ ପରେ ପ୍ରତିକ୍ରିୟାଶୀଳ ହୋଇଛି ଚୀନ ।

Advertisment

ଗତ ଦେଢ଼ ବର୍ଷରୁ ଅଧିକ ସମୟ ଧରି ଚୀନକୁ ବାରମ୍ବାର ଆକ୍ଷେପ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଟିମ୍ ଆସି ମାମଲାରେ ଅନେକ ଥର ତଦନ୍ତ କରିଛି। ତଥାପି କାହିଁକି ମହାମାରୀ ସହ ଉହାନ ସହ ଲିଙ୍କ୍ କରାଯାଉଛି ବୋଲି ଚୀନ ପ୍ରଶ୍ନ ଉଠାଇଛି। ଦୁଇ ଦିନ ତଳେ ରାଷ୍ଟ୍ରପତି ବିଡେନ୍ ଆମେରିକା ଗୁଇନ୍ଦା ବିଭାଗକୁ କରୋନା ଭାଇରାସର ଉତ୍ପତି ସ୍ଥଳକୁ ନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଉହାନ୍ ଲ୍ୟାବରେ ଏହି ପ୍ରସ୍ତୁତ କିମ୍ବା ଏହି ମହାମାରୀ ବ୍ୟାପିଛି ତାକୁ ନେଇ ତଦନ୍ତ ହେବ। ଆସନ୍ତା ୯୦ ଦିନରେ ଏହାର ରିପୋର୍ଟ ଦେବାକୁ କୁହାଯାଇଛି । ଏହାପୂର୍ବରୁ ଟ୍ରମ୍ପ ସରକାରଙ୍କ ଅମଳରେ ବି ଉହାନ୍ ଲ୍ୟାବ ଥିଓରୀକୁ ନେଇ ପ୍ରଶ୍ନ ଉଠାଯାଇଥିଲା । ତିନିରୁ ଅଧିକ ଥର WHO ଟିମ୍ ଉହାନ୍ ଯାଇ ତଦନ୍ତ ବି କରିଛନ୍ତି । ତେବେ ବି ଉହାନରୁ କରୋନା ବ୍ୟାପିଛି କି ନାହିଁ ତାହା ସ୍ପଷ୍ଟ ହୋଇନି ।

Advertisment

ସୂଚନା ଥାଉ କି, କରୋନା ଭୁତାଣୁ କେଉଁଠୁ ଆସିଲା ତାହାର ଅନୁସନ୍ଧାନ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗୁପ୍ତଚର ଏଜେନ୍ସିକୁ ଦାଇତ୍ୱ ଦେଇଛନ୍ତି । ପ୍ରକୃତରେ କୋଭିଡ-୧୯ ସଂକ୍ରମିତ ପ୍ରାଣୀଙ୍କଠାରୁ ଆସିଛି ନା ଲ୍ୟାବରେ ହେଉଥିବା ପରୀକ୍ଷଣ କିମ୍ବା ଦୁର୍ଘଟଣା ଫଳାଫଳ ତାହା ଜାଣିବାକୁ ଚେଷ୍ଟା କରୁଛି । ଆମେରିକାର ଗୁପ୍ତଚର ସଂସ୍ଥା  ସହିତ ଜଡିତ ଅଧିକାରୀ ଅମନ୍ଦ ଶୋଖ କହିଛନ୍ତି, କୋଭିଡ କେଉଁଠାରେ, କିପରି ଏବଂ  କାହା  ମାଧ୍ୟମରେ ବିସ୍ତାର ହୋଇଛି ତାହା ଆମେରିକାର ଗୁପ୍ତଚର ବିଭାଗ ଜାଣେ ନାହିଁ । କିନ୍ତୁ ଏହା ପଶୁଙ୍କ ଦ୍ୱାରା ସଂକ୍ରମିତ ହେଉଛି କିମ୍ବା ଲ୍ୟାବରେ ଦୁର୍ଘଟଣା ହେତୁ ବ୍ୟାପିଛି- ଏଇ ଦୁଇଟି ପରିସ୍ଥିତି ବିଷୟରେ ଚିନ୍ତା କରାଯାଉଛି ।

ତେବେ କୌଣସି ଗୋଟିଏ ଜିନିଷକୁ ଅଧିକ ବିଶ୍ୱାସ କରିବାକୁ ଯଥେଷ୍ଟ ପ୍ରମାଣ ନଥିବା କହିଛନ୍ତି ସମ୍ପୃକ୍ତ ଅଧିକାରୀ । କୁହାଯାଉଛି, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଗୁପ୍ତଚର ଏଜେନ୍ସିମାନଙ୍କୁ କୋଭିଡ ଭୁତାଣୁର ଉତ୍ପତ୍ତି ବିଷୟରେ ଅନୁସନ୍ଧାନ କରିବାକୁ ଏବଂ ୯୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି ।

ସୂଚନା ଥାଉ କି, ୨୦୧୯ ରେ ଚୀନର ଉଛନ ଲାବରୁ କରୋନା ଭୂତାଣୁ ଆସିଥିବା ସନ୍ଦେହ କରାଯାଉଥିଲା ଏହାକୁ ନେଇ ୧୦ କୋଟିରୁ ଅଧିକ ମାମଲା ଆସିଲାଣି` ଏବଂ ଏଥିଯୋଗୁ ଅତି କମରେ ୩୦ ଲକ୍ଷରୁ ଅଧିକ ଲୋକ ମଲେଣି`

Advertisment
Advertisment