/odishatv-khabar/media/post_attachments/uploadimage/library/16_9/16_9_0/hatharash_1625268693.jpg)
hatharash
ଲକ୍ଷ୍ନୌ: ହାଥରସ ପୀଡ଼ିତା ପରିବାରକୁ ଭେଟିବାକୁ ଅନୁମତି ମଳିବା ପରେ ରାଜନୀତି ଜୋର୍ ଧରିଛି। ବିଭିନ୍ନ ଦଳର ନେତା, ଆଇନିଜୀବୀ ଓ ଅନ୍ୟମାନେ ପୀଡ଼ିତାଙ୍କ ପରିବାରକୁ ଭେଟିବାକୁ ଯାଇ ନ୍ୟାୟ ଦାବି କରୁଛନ୍ତି। ଏମିତି ସ୍ଥିତିରେ ହାଥରସ ପୀଡ଼ିତାଙ୍କ ଭାଇ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ଘଟଣାର ତଦନ୍ତ ହେଉ ବୋଲି ପୀଡ଼ିତାଙ୍କ ଭାଇ ଦାବି କରିବା ସହିତ ହାଥରସ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ନିଲମ୍ବିତ କରାଯାଉ ବୋଲି ସେ କହିଛନ୍ତି।
ଏପଟେ ଭୀମ ଆର୍ମୀର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍ ଆଜି ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ଭେଟିବାର ଥିଲା। ତେବେ ଯାଉଥିବା ରାସ୍ତାରେ ପୀଡ଼ିତାଙ୍କ ଘରଠାରୁ ୨୦ କିମି ଦୂରରୁ ହିଁ ଭୀମ ଆର୍ମୀକୁ ଅଟକାଇଥିଲା ପୋଲିସ। ସେଠାରେ ଭୀମ ଆର୍ମୀ ଓ ପୋଲିସ ମଧ୍ୟରେ ତର୍କବିତର୍କ ହେବା ପରେ ଶେଷରେ ପରିବାରକୁ ଭେଟିବା ପାଇଁ ଅନୁମତି ଦେଇଛି ପ୍ରଶାସନ।
ଅନ୍ୟପଟେ ସମାଜବାଦୀ ପାର୍ଟିର ପ୍ରତିନିଧି ଦଳ ଆଜି ହାଥରସ ପୀଡ଼ିତାଙ୍କ ଘରକୁ ଯାଇଥିଲେ। ଏସ୍ପି ନେତା ଧର୍ମେନ୍ଦ୍ର ଯାଦବଙ୍କ ସହିତ କେତେ ବିଧାୟକ ପୀଡ଼ିତାଙ୍କ ଘରେ ପହଞ୍ଚିଥିଲେ। ଦଳର କର୍ମୀମାନେ ମଧ୍ୟ ନ୍ୟାୟ ଦାବି କରି ପୀଡ଼ିତାଙ୍କ ଗାଁରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ପୋଲିସ ଲାଠି ଚାର୍ଜ କରିଥିଲା। ତେବେ ଏହା ଉପୂର୍ବରୁ ଏସ୍ଆଇଟି ଟିମ୍ ମଧ୍ୟ ପହଞ୍ଚି ପୀଡ଼ିତାଙ୍କ ବାପାଙ୍କ ସହିତ ପରିବାରର ବୟାନ ରେକର୍ଡ କରିଥିଲେ। ଯଦି ଆଗକୁ ଆଉ କିଛି ବୟାନ ଦରକାର ପଡ଼େ ତେବେ ଟିମ୍ ପୁଣିଥରେ ଆସିବ ବୋଲି ଏସ୍ଆଇଟି ସୂଚନା ଦେଇଛି।
ସେପଟେ ନିର୍ଭୟା ଓକିଲ ସୀମା ସସ୍ମୃଦ୍ଧି ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ହାଥରସ ବାହାରିଛନ୍ତି। ସୀମା ଏହି ଘଟଣାର ଆଇନଗତ ଲଢ଼େଇ ଲଢ଼ନ୍ତୁ ବୋଲି ପରିବାର ଚାହୁଁଥିବାରୁ ସୀମା ହାଥରସ ଅଭିମୁଖେ ବାହାରିଛନ୍ତି। ତେବେ ଘଟଣାର ନ୍ୟାୟପୂର୍ଣ୍ଣ ବିଚାର ପାଇଁ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ କୋର୍ଟରେ ଆବେଦନ କରାଯିବ ବୋଲି ସୀମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ଖବର ଅନୁସାରେ, ସୀମାଙ୍କୁ ଗାଁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ।
ବାମ ଦଳ ମହିଳା ମୋର୍ଚ୍ଚା ଓ ଅଖିଳଭାରତୀ ଲୋକତନ୍ତ୍ର ମହିଳା ସଂଘ(ଏଆଇଡିଡବ୍ଲୁଏ) ମଧ୍ୟ ପୀଡ଼ିତାଙ୍କ ପରିବାରକୁ ଭେଟିବା ପାଇଁ ହାଥରସର ସେହି ଗାଁରେ ପହଞ୍ଚିଛି। ଏଆଇଡିଡବ୍ଲୁଏର କେବଳ ୫ ଜଣଙ୍କୁ ପରିବାରକୁ ଭେଟିବାକୁ ଅନୁମତି ମିଳିବ ବୋଲି ନିର୍ଦ୍ଦେଶ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)