Advertisment

ଝିଅ ବାହାଘରରେ ବ୍ୟସ୍ତ ଥିଲେ ରିକ୍ସା ଚାଳକ; ପହଞ୍ଚିଲା ମୋଦିଙ୍କ ଚିଠି

ବାରାଣାସୀ:ବାରାଣାସୀର ଜଣେ ରିକ୍ସା ଚାଳକ। ନାଁ ମଙ୍ଗଳ କେୱଟ। ମଙ୍ଗଳ ତାଙ୍କ ଝିଅ ବାହାଘରକୁ ନେଇ ବହୁତ ବ୍ୟସ୍ତ । ତେବେ ଆପଣ ଭାବୁଥିବେ ଜଣେ ରିକ୍ସା ଚାଳକ ତାଙ୍କ ଝିଅର ବାହାଘର କରୁଛନ୍ତି, ଏଥିରେ କି ରୋଚକ ‌ଖବର ଅଛି ? ଖବରଟି ରୋଚକ ଏଥିପାଇଁ ଯେ, ଏହି ରିକ୍ସାବାଲାଙ୍କ ଝିଅ ବାହାଘର ପାଇଁ ମୋଦି ପଠାଇଛନ୍ତି ଚିଠି। ଚିଠିରେ ଝିଅ-ଜ୍ୱାଇଁଙ୍କ ପାଇଁ ପଠାଇଛନ୍ତି ଅନେକ ଆଶୀର୍ବାଦ, ଶୁଭେଚ୍ଛା। ପ୍ରଧାନମନ୍ତ୍ରୀଙ୍କ ଚିଠି ପାଇ ଖୁସିରେ ଫାଟି […]

author-image
Minati Mishra
ଝିଅ ବାହାଘରରେ ବ୍ୟସ୍ତ ଥିଲେ ରିକ୍ସା ଚାଳକ; ପହଞ୍ଚିଲା ମୋଦିଙ୍କ ଚିଠି

rikshawpuller

ବାରାଣାସୀ:ବାରାଣାସୀର ଜଣେ ରିକ୍ସା ଚାଳକ। ନାଁ ମଙ୍ଗଳ କେୱଟ। ମଙ୍ଗଳ ତାଙ୍କ ଝିଅ ବାହାଘରକୁ ନେଇ ବହୁତ ବ୍ୟସ୍ତ । ତେବେ ଆପଣ ଭାବୁଥିବେ ଜଣେ ରିକ୍ସା ଚାଳକ ତାଙ୍କ ଝିଅର ବାହାଘର କରୁଛନ୍ତି, ଏଥିରେ କି ରୋଚକ ‌ଖବର ଅଛି ?

Advertisment

publive-image

ଖବରଟି ରୋଚକ ଏଥିପାଇଁ ଯେ, ଏହି ରିକ୍ସାବାଲାଙ୍କ ଝିଅ ବାହାଘର ପାଇଁ ମୋଦି ପଠାଇଛନ୍ତି ଚିଠି। ଚିଠିରେ ଝିଅ-ଜ୍ୱାଇଁଙ୍କ ପାଇଁ ପଠାଇଛନ୍ତି ଅନେକ ଆଶୀର୍ବାଦ, ଶୁଭେଚ୍ଛା। ପ୍ରଧାନମନ୍ତ୍ରୀଙ୍କ ଚିଠି ପାଇ ଖୁସିରେ ଫାଟି ପଡ଼ୁଛନ୍ତି ପରିବାର ଲୋକେ। ବାହାଘରର ଖୁସିର ମାହୋଲ ଯେମିତି ଦୁଇଗୁଣା ହୋଇପଡ଼ିଛି।

କଥା ହେଉଛି, ମଙ୍ଗଳ ତାଙ୍କ ଝିଅ ବାହାଘର କରୁଥିଲେ। ଝିଅ ବାହାଘରକୁ ନେଇ ମଙ୍ଗଳ ଖୁବ୍‌ ଖୁସିଥିଲେ। ସେ ଝିଅ ବାହାଘରକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ। ଦିଲ୍ଲୀସ୍ଥିତ ପିଏମ୍‌ଓ ଯାଇ ସେଠାରେ ନିଜ ହାତରେ ଝିଅ ବାହାଘରରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ଦେଇ ଆସିଥିଲେ। ତେବେ ଫେବ୍ରୁଆରୀ ୮ ତାରିଖ ଦିନ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଏହି ଶୁଭେଚ୍ଛା ବାର୍ତ୍ତା ମିଳିଥିଲା। ପ୍ରଧାନମନ୍ତ୍ରୀଙ୍କ ପତ୍ର ପାଇବା ପରେ ମଙ୍ଗଳଙ୍କ ଖୁସି କହିଲେ ନ ସରେ।

Advertisment

publive-image

ସେ କହିଛନ୍ତି,  ପ୍ରଧାନମନ୍ତ୍ରୀ ମୋଦି ଏପରି ଜଣେ ବ୍ୟକ୍ତି ଯିଏ ସମାଜର ଅତି ନିମ୍ନବର୍ଗର ଲୋକଙ୍କ କଥାକୁ ମଧ୍ୟ ଧ୍ୟାନ ଦେଇଥାନ୍ତି। ସେଥିପାଇଁ ସେ ତାଙ୍କୁ ଝିଅ ବାହାଘରରେ ନିମନ୍ତ୍ରଣ ଦେବା ପାଇଁ ସାହାସ ଜୁଟାଇ ପାରିଲେ। ପ୍ରଧାନମନ୍ତ୍ରୀ ନ ଆସିଲେ ବି ତାଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ବାର୍ତ୍ତା ପାଇ ସାରା ପରିବାର ଖୁସି।

Advertisment
Advertisment