Advertisment

୮ ବର୍ଷ ତଳର କାଳ ମୁହୂର୍ତ୍ତ ମନେ ପକାଇଦେଲା ଚମୋଲି ବିପର୍ଯ୍ୟୟ

ଚାମୋଲି: ଆଜି ପୂର୍ବାହ୍ଣ ପ୍ରାୟ ୧୦ଟା ବେଳେ ହିମନଦୀ ବା ଗ୍ଲେସିଅର୍ ଫାଟି ଚମୋଲି ଜିଲ୍ଲା ଯୋଶୀମଠ ଅଞ୍ଚଳ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି। ଋଷିଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପ BRO ନିର୍ମିତ ଯୋଶୀମଠ-ମଲାରୀ ପୋଲ ବି ଧୋଇଯାଇଛି। ସବୁଠୁ ଚିନ୍ତାଜନକ କଥା ହେଉଛି, ଜାତୀୟ ରାଜପଥ ଓ ଟନେଲ୍ ନିର୍ମାଣରେ ନିୟୋଜିତ ଶହେରୁ ଦେଢ଼ଶହ ଶ୍ରମିକ ନିଖୋଜ ଅଛନ୍ତି। ତେଣୁ ମୃତାହତ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଗ୍ଲେସିଅର୍ ଫାଟି ଚମୋଲିରେ ୨ଟି ନଦୀବନ୍ଧ କ୍ଷତିଗ୍ରସ୍ତ ହେବା […]

author-image
Chandan Shishu
୮ ବର୍ଷ ତଳର କାଳ ମୁହୂର୍ତ୍ତ ମନେ ପକାଇଦେଲା ଚମୋଲି ବିପର୍ଯ୍ୟୟ

disaster

ଚାମୋଲି: ଆଜି ପୂର୍ବାହ୍ଣ ପ୍ରାୟ ୧୦ଟା ବେଳେ ହିମନଦୀ ବା ଗ୍ଲେସିଅର୍ ଫାଟି ଚମୋଲି ଜିଲ୍ଲା ଯୋଶୀମଠ ଅଞ୍ଚଳ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି। ଋଷିଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପ BRO ନିର୍ମିତ ଯୋଶୀମଠ-ମଲାରୀ ପୋଲ ବି ଧୋଇଯାଇଛି। ସବୁଠୁ ଚିନ୍ତାଜନକ କଥା ହେଉଛି, ଜାତୀୟ ରାଜପଥ ଓ ଟନେଲ୍ ନିର୍ମାଣରେ ନିୟୋଜିତ ଶହେରୁ ଦେଢ଼ଶହ ଶ୍ରମିକ ନିଖୋଜ ଅଛନ୍ତି। ତେଣୁ ମୃତାହତ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି।

Advertisment

ଗ୍ଲେସିଅର୍ ଫାଟି ଚମୋଲିରେ ୨ଟି ନଦୀବନ୍ଧ କ୍ଷତିଗ୍ରସ୍ତ ହେବା ଫଳରେ, ଧୌଳିଗଙ୍ଗା, ଋଷିଗଙ୍ଗା ଓ ଅଳକାନନ୍ଦାରେ ଜଳସ୍ତର ବଢ଼ି ବନ୍ୟା ଆଶଙ୍କା ଉପୁଜିଛି। ଫଳରେ ଏହିସବୁ ନଦୀର ତଳମୁଣ୍ଡରେ ରେଡ୍ ଆଲର୍ଟ ଜାରି କରାଯିବା ସହ, ତଳିଆ ଗାଁଗୁଡ଼ିକୁ ଖାଲି କରାଯାଇଛି। ଏପଟେ ଉତ୍ତରପ୍ରଦେଶ ଗଙ୍ଗା ନଦୀ ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତପୋବନ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବା ସହ ସୂଚନା ଦେଇଛନ୍ତି ଯେ, ନଦୀ ସ୍ତର ନିୟନ୍ତ୍ରଣ ପାଇଁ ତେହରି ଡ୍ୟାମ୍ ବନ୍ଦ କରାଯିବା ସହ ଶ୍ରୀନଗର ଡ୍ୟାମ୍ ପଟେ ଅଧିକରୁ ଅଧିକ ଜଳ ନିଷ୍କାସନ କରାଯାଉଛି। ନଦୀଗୁଡ଼ିକରେ ଆଉ ଜଳସ୍ତର ବଢ଼ୁନାହିଁ ଏବଂ ନନ୍ଦପ୍ରୟାଗ ପରେ ଜଳସ୍ରୋତ ସ୍ୱାଭାବିକ ଥିବା ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ରାଓ୍ୱତ୍ କହିଛନ୍ତି।

Advertisment

https://twitter.com/ANI/status/1358410796611432448?s=20

ଯୁଦ୍ଧକାଳୀନ ଭିତ୍ତିରେ ଉତ୍ତରାଖଣ୍ଡ ପୋଲିସ, ଅଗ୍ନିଶମ ବାହିନୀ, NDRF, SDRF, ITBP ଯବାନ ଓ ଭାରତୀୟ ସେନା ଉଦ୍ଧାରକାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଡେରାଡୁନ୍‌ର ବାୟୁସେନାର MI-17 ଓ ଧ୍ରୁବ ଚପ୍ପର୍ ବନ୍ୟା ପ୍ରଭାବିତ ଅଞ୍ଚଳରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରୁଛନ୍ତି। ସହାୟତା ପାଇଁ ୩ଟି ଏମର୍ଜେନ୍ସି ନମ୍ବର ଜାରି ହୋଇଛି( 1070, 1905 ଓ 95574-44486)। ରାଷ୍ଟ୍ରପତି ବିପର୍ଯ୍ୟୟକୁ ନେଇ ଚିନ୍ତାବ୍ୟକ୍ତ କରିଥିବା ବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, କେନ୍ଦ୍ର ସରକାର ସ୍ଥିତି ଉପରେ ଲଗାତାର ନଜର ରଖିଛନ୍ତି। ଜୀବନଯାତ୍ରା ସ୍ୱାଭାବିକ କରିବାକୁ ସମସ୍ତ ପ୍ରକାର ଆବଶ୍ୟକ ପଦକ୍ଷେପ ନିଆଯିବ।

style="text-align: center;">publive-image୨୦୧୩ ଜୁନ୍‌ରେ କେଦାରନାଥରେ ଭୟଙ୍କର ବନ୍ୟା ଆସିଥିଲା। ଦେଢ଼ଶହରୁ ଅଧିକ ମୃତଦେହ ଉଦ୍ଧାର ହୋଇଥିବା ବେଳେ, ପ୍ରାୟ ୪ହଜାର ଲୋକ ଏବେବି ନିଖୋଜ ଅଛନ୍ତି। ଆଜିର ଚମୋଲି ବିପର୍ଯ୍ୟୟ, ୮ ବର୍ଷ ତଳର ସେହି କାଳ ମୁହୂର୍ତ୍ତକୁ ପୁଣି ଉଜ୍ଜୀବିତ କରିଛି।

Uttarakhand Glacial Burst
Advertisment
Advertisment