Advertisment

ମହାରାଣୀ ଏଲିଜାବେଥଙ୍କୁ ସାକ୍ଷାତ କଲେ ବାଇଡେନ, କହିଲେ ମୋ ମା’....

ଲଣ୍ଡନ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିକଟରେ ବ୍ରିଟେନ ମହାରାଣୀ ଏଲିଜାବେଥ -II ଙ୍କ ସହ ସାକ୍ଷାତ କରିଛନ୍ତି। ଏଲିଜାବେଥ -IIଙ୍କୁ ଦେଖିବା ପରେ ନିଜ ମା’ କଥା ମନେ ପଡି ଯାଇଥିବା ବାଇଡେନ କହିଛନ୍ତି। ସେ ଆହୁରି କହିଚନ୍ତି, ୱିଣ୍ଡସର କାସଲ୍‌ରେ…

author-image
Minati Mishra
ଅଦ୍ୟତନ ହୋଇଛି
ମହାରାଣୀ ଏଲିଜାବେଥଙ୍କୁ ସାକ୍ଷାତ କଲେ ବାଇଡେନ, କହିଲେ ମୋ ମା’....

jo biden

ଲଣ୍ଡନ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନିକଟରେ ବ୍ରିଟେନ ମହାରାଣୀ ଏଲିଜାବେଥ -II ଙ୍କ ସହ ସାକ୍ଷାତ କରିଛନ୍ତି। ଏଲିଜାବେଥ -IIଙ୍କୁ ଦେଖିବା ପରେ ନିଜ ମା’ କଥା ମନେ ପଡି ଯାଇଥିବା ବାଇଡେନ କହିଛନ୍ତି। ସେ ଆହୁରି କହିଚନ୍ତି, ୱିଣ୍ଡସର କାସଲ୍‌ରେ ଚା’ ପାନ ସମୟରେ ମହାରାଣୀ ଏଲିଜାବେଥ ତାଙ୍କୁ ଚୀନ୍‌ ରାଷ୍ଟ୍ରପତି ଜିନପିଙ୍ଗ ଏବଂ ରୁସ୍‌ ରାଷ୍ଟ୍ରପତି ଭ୍ଲାଦିମାର ପୁଟିନଙ୍କ ବିଷୟରେ ମଧ୍ୟ ପଚାରିଥିଲେ।

ବାଇଡେନ G-7 ସମ୍ମିନଳୀ ଶେଷ ହେବା ପରେ ମହାରାଣୀ ଏଲିଜାବେଥଙ୍କୁ ସାକ୍ଷାତ କରିଥିଲେ। ଲଣ୍ଡନ ଛାଡ଼ିବା ପୂର୍ବରୁ ବାଇଡେନ କହିଥିଲେ, ‘ଏହା ତାଙ୍କର ଅପମାନ ହୋଇପାରେ, ମାତ୍ର ତାଙ୍କୁ ଦେଖିବା କ୍ଷଣି ମୋର ମା’ ମନେ ପଡି ଯାଇଥିଲେ। ସେ  ଦେଖିବାକୁ ଯେମିତି , ଉଦାର ବି ସେମିତି।  ସେ ବହୁତ ନମ୍ର। ଆମର ଆଲୋଚନା ବହୁତ ଭଲ ଥିଲା’ ବୋଲି ସେ କହିଥିଲେ।

ଆଲୋଚନା ସମୟରେ ରାଣୀ ଏଲିଜାବେଥ ଆଉ ଦୁଇ ନେତାଙ୍କ ବିଷୟରେ ରାଷ୍ଟ୍ରପତି ବାଇଡେନଙ୍କୁ ପଚାରିଥିଲେ, ଯେଉଁ ଦୁଇ ନେତାଙ୍କୁ ନିକଟରେ ବାଇଡେନ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଦୁଇ ନେତା ହେଉଛନ୍ତି ମିଷ୍ଟର ପୁଟିନ ଏବଂ ଜିନିପିଙ୍ଗ। ଉଭୟେ ଦୀର୍ଘ ସମୟ ଧରି କଥାବାର୍ତ୍ତା କଲେ। ସେ ଆହୁରି ଅଧିକ ସମୟରେ ରହିବାକୁ ଚାହୁଁଥିଲେ। ସାକ୍ଷାତ ପରେ ବାଇଡେନ ମଧ୍ୟ ରାଣୀ ଏଲିଜାବେଥଙ୍କୁ ହ୍ୱଇଟ ହାଉସ୍‌ ନିମନ୍ତ୍ରଣ କରିଥିଲେ।

ଆମେରିକାର ପ୍ରଥମ ମହିଳା ଜିଲ୍‌ ବାଇଡେନ ଆରମ୍ଭରୁ ମହାରାଣୀଙ୍କୁ ସାକ୍ଷାତ କରିବାକୁ ଚାହୁଁଥିଲେ। ବାଇଡେନଙ୍କ ପୂର୍ବରୁ ୨୦୧୮ରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ, ୨୦୧୬ରେ ଓବାମା, ୨୦୦୮ରେ ଜଜ ଡବ୍ଲୁ ବୁଶ୍‌ ଏବଂ ୧୯୮୨ ରାନ୍‌ଲଡ ରିଗନ ମହାରାଣୀଙ୍କୁ ସାକ୍ଷାତ କରିଥିଲେ।

ସୂଚନାଥାଉ କି, ନିକଟରେ ଜି-୭ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ସମ୍ମିଳନୀରେ  କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ୟୁକେ, ୟୁଏସ ନେତାଙ୍କ ସହ ନିମନ୍ତ୍ରିତ ଦେଶ ଭାବେ ଯାଇଥିବା ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକାର ନେତୃବୃନ୍ଦ ମଧ୍ୟ ସାମିଲ ହୋଇଥିଲେ।  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଗ୍ଲାବାଲ ଇନ୍‌ଫ୍ରାଷ୍ଟକ୍‌ଚର ପ୍ରୋଜେକ୍ଟ  ’ବିଲ୍‌ଡ ବେକ୍‌ ବେଟର’ ପ୍ଲାନ୍‌ର ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରୋଜେକ୍ଟ  ଚୀନ୍‌ର ବେଲ୍‌ଟ ଆଣ୍ଡ ରୋଡ ପ୍ରୋଜେକ୍ଟରକୁ କାଉଣ୍ଟର କରିବା ପାଇଁ ବୋଲି କୁହାଯାଉଛି।

Advertisment
Advertisment
Advertisment