/odishatv-khabar/media/post_attachments/uploadimage/library/16_9/16_9_0/urmila-matondkar_1627367444.jpg)
urmila-matondkar
ମୁମ୍ବାଇ: ଦେଶରେ ବଢ଼ୁଥିବା ତୈଳ ଦରକୁ ନେଇ ଚାରିଆଡ଼େ ହଙ୍ଗାମା ହେଉଥିବା ବେଳେ ବିରୋଧୀ ଦଳଗୁଡ଼ିକ ମଧ୍ୟ ଶାସକ ବିଜେପି ଉପରେ ଶାଣିତ ଆକ୍ରମଣ କରୁଛନ୍ତି। ଏପରି ସ୍ଥଳେ ଅଭିନେତ୍ରୀରୁ ରାଜନେତ୍ରୀ ହୋଇଥିବା ଶିବସେନା ନେତ୍ରୀ ଉର୍ମିଲା ମାତୋଣ୍ଡକର ମଧ୍ୟ ବିଜେପିକୁ କଟାକ୍ଷ କରିଛନ୍ତି। ଦେଶର କେତେକ ରାଜ୍ୟରେ ପେଟ୍ରୋଲ ଦର ଶହେ ଛୁଇଁବାକୁ ନେଇ ମୋଦି ସରକାରଙ୍କୁ ବ୍ୟାଙ୍ଗ କରିଛନ୍ତି ଉର୍ମିଲା।
ତୈଳ ଦର ବୃଦ୍ଧି ଘଟଣାରେ ଉର୍ମିଲା କେନ୍ଦ୍ର ସରକାରଙ୍କୁ ବ୍ୟଙ୍ଗ କରିବା ପାଇଁ ଟ୍ୱିଟ୍ କରି ଏକ ରାଇମ୍ ଲେଖିଛନ୍ତି। ସେ ଟ୍ୱିଟ୍ରେ ଲେଖିଛନ୍ତି “ଅକ୍କଡ୍ ବକ୍କଡ୍ ବମ୍ବେ ବୋ ଡିଜେଲ୍ ନବେ ପେଟ୍ରୋଲ ଶୋ, ଶୋ ମେ ଲଗା ଧାଗା, ସିଲିଣ୍ଡର ଉଚ୍ଛଲକର ଭାଗା।”
ଗୁରୁବାର ରାଜସ୍ଥାନ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର୍ କରିଛି। ଲଗାତର ୧୦ ଦିନ ଧରି ତୈଳ ଦର ବୃଦ୍ଧି ହୋଇଛି। ଏହାକୁ ନେଇ କଟାକ୍ଷ କରିଛନ୍ତି ଉର୍ମିଲା। ପିଲାମାନଙ୍କ ମଧ୍ୟରେ ଖୁବ୍ ଲୋକପ୍ରିୟ ଗୀତ ଅକ୍କଡ ବକ୍କଡ ବମ୍ବେ ବୋକୁ ପେଟ୍ରୋଲ ଓ ଡିଜେଲ୍ ଦର ସହିତ ମିଶାଇ ମଜାଳିଆ ଢଙ୍ଗରେ ଲେଖି କଟାକ୍ଷ କରିଛନ୍ତି।
ଉର୍ମିଲାଙ୍କ ଟ୍ୱିଟ୍କୁ ଅନେକ ଟୁଇଟାଳୀ(ଟୁଇଟର ବ୍ୟବହାରକାରୀ) ରି-ଟ୍ୱିଟ୍ କରିବା ସହିତ ରିପ୍ଲାଏ ମଧ୍ୟ କହିଛନ୍ତି। ଉର୍ମିଲାଙ୍କ ଟ୍ୱିଟ୍ରେ ରିପ୍ଲାଏ ଦେଇ ଜିତେନ୍ଦ୍ର ପଣ୍ଡିତ ନାମକ ଜଣେ ବ୍ୟକ୍ତି ତୈଳ ଦର ବୃଦ୍ଧିର ପୂରା କାରଣ ସହିତ କିଏ କେତେ ମୂଲ୍ୟ ନେଉଛି ତାହା ଲେଖିଛନ୍ତି।
अक्कड़ बक्कड़ बंबे बो
डीजल नब्बे पेट्रोल सौ
सौ मे लगा धागा
सिलेंडर ऊछल के भागा ??— Urmila Matondkar (@UrmilaMatondkar) February 18, 2021
ଜିତେନ୍ଦ୍ର ଲେଖିଛନ୍ତି ଯେ ମୂଳ ଦର- ୩୦.୫୦ ଟଙ୍କା, ସେଥିରେ କେନ୍ଦ୍ର ସରକାର ୧୬.୫୦ ଟଙ୍କା ଆଦାୟ କରୁଥିବା ବେଳେ ରାଜ୍ୟ ସରକାର ୩୮.୫୫ ନେଉଛନ୍ତି। ସେହିଭଳି ତୈଳ ବିତରଣ କର୍ତ୍ତା ବା ଡିଲର ୬.୫୦ ଟଙ୍କା ନେଉଥିବା ବେଳେ ମୋଟ ୯୨.୫ ଟଙ୍କା ହୋଇଛି। ପ୍ରତ୍ୟେକ ପେଟ୍ରୋଲ ପମ୍ପରେ ଏମିତି ପୋଷ୍ଟର ଲାଗିଲେ ପ୍ରକୃତରେ କିଏ ଲୁଟୁଛି ତାହା ଜଣାପଡ଼ିବ ବୋଲି ଜିତେନ୍ଦ୍ର ପଣ୍ଡିତ ଟ୍ୱିଟ୍ କରିଛନ୍ତି।
ଗୁରୁବାର ପେଟ୍ରୋଲ ମୂଲ୍ୟରେ ଲିଟର ପ୍ରତି ୩୪ ପଇଶା ବୃଦ୍ଧି ହୋଇଛି। ସେହିପରି ଡିଜେଲ୍ ୩୨ ପଇଶା ବଢ଼ିଛି। ଏହି ମୂଲ୍ୟ ବୃଦ୍ଧି ପରେ ସମସ୍ତ ଟେକ୍ସ ଓ କମିଶନ ଲଗାଇ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ତେଲ ଦର ୧୦୦ ପାର କରିଛି।
ବୁଧବାର ରାଜସ୍ଥାନର ଶ୍ରୀଗଙ୍ଗନଗରରେ ରେଗୁଲାର ପେଟ୍ରୋଲର ଦାମ ଲିଟର ପ୍ରତି ୧୦୦ ଟଙ୍କା ପାର୍ କରିଛି। ଗୁରୁବାର ମଧ୍ୟପ୍ରଦେଶର ପେଟ୍ରୋଲ ଦର ୧୦୦ ଟଙ୍କା ୨୫ ପଇସା ହୋଇଛି। ଏବଂ ଡିଜେଲ୍ ଦାମ ୯୦.୩୫ ହୋଇଛି। ତେବେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପ୍ରତି ୮୯.୮୮ ହୋଇଥିବା ବେଳେ ଡିଜେଲ୍ ମୂଲ୍ୟ ୮୦.୨୭ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)