/odishatv-khabar/media/post_attachments/uploadimage/library/16_9/16_9_0/husband_1625404052.jpg)
husband
ଲକ୍ଷ୍ନୌ: କଥାରେ ଅଛି ଅତିରୁ ଇତି। ଅର୍ଥାତ ଆବଶ୍ୟକ ଠାରୁ ଅଧିକ ମିଳିବା ଖରାପ। ସମ୍ପର୍କରେ ବି ଠିକ୍ ସେମିତି ହୋଇଥାଏ। କୁହାଯାଏ, ପିଲାଙ୍କୁ ଆବଶ୍ୟକତା ଠାରୁ ଅଧିକ ଗେହ୍ଲା କଲେ ସେମାନେ ବିଗିଡ଼ିଯାଆନ୍ତି, କିନ୍ତୁ ଅତ୍ୟଧିକ ଭଲପାଇବା ଯେ କାହାକୁ ଅଣନିଶ୍ୱାସୀ କରିଦେବ, ଏକଥା ଅପଣ କେବେ ଶୁଣିନଥିବେ। କଥାଟା ବିଶ୍ୱାସ ହେଉନଥିଲେ ବି ସତ।
ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ଠିକ୍ ଏଭଳି ଏକ ଘଟଣା ଘଟିଛି। ସ୍ୱାମୀରେ ଅତ୍ୟଧିକ ଭଲ ପାଇବାରେ ଅତିଷ୍ଠ ହୋଇ ସ୍ତ୍ରୀ କୋର୍ଟରେ ଛାଡ଼ପତ୍ର ଅବେଦନ କରିଛି। ଖବରଟି ପଢ଼ି ସାରିବା ପରେ ଆପଣ ହୁଏତ କାବା ହୋଇଯିବେଣି।
/odishatv-khabar/media/post_attachments/wp-content/uploads/2020/05/backlit-couple-dawn-1759823-compressor-1024x682-1.jpg)
ଘଟଣାଟି ଏହିପରି...
ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରେ ଜଣେ ମହିଳା ତାଙ୍କ ସ୍ୱାମୀଠାରୁ ଛାଡ଼ପତ୍ର ଚାହିଁଛନ୍ତି। ଏଥିପାଇଁ ସେ ସରିୟା କୋର୍ଟରେ ଆବେଦନ କରିଛନ୍ତି। ତାଙ୍କର ଅଭିଯୋଗ ଯେ ତାଙ୍କ ସ୍ୱାମୀ ତାଙ୍କୁ ବହୁତ ଭଲ ପାଉଛନ୍ତି। କେବେ ବି ତାଙ୍କ କଥାରେ ରାଗୁ ନାହାଁନ୍ତି କି ଝଗଡ଼ା କରୁ ନାହାଁନ୍ତି। ବାହାଘରକୁ ମାତ୍ର ୧୮ ମାସ ହୋଇଛି। ଏହି ୧୮ ମାସ ମଧ୍ୟରେ ପତି ପତ୍ନିଙ୍କର ଥରେ ହେଲେ ବି କଥା କଟାକଟି ହୋଇନି। ସ୍ୱାମୀଙ୍କର ଏମିତି ଭଲପାଇବାରେ ସେ ବୋର୍ ହୋଇଗଲେଣି ବୋଲି ମହିଳା କହିଛନ୍ତି।
/odishatv-khabar/media/post_attachments/cache/data/Content/articles/Love-alone-not-enough-relationship-950x754.jpg)
ରୋଷେଇ ଠାରୁ ଆରମ୍ଭ କରି ଘରର ସବୁ କାମଦାମରେ ସ୍ୱାମୀ ତାଙ୍କୁ ସାହାଯ୍ୟ କରୁଛନ୍ତି। ସ୍ତ୍ରୀ ଭୁଲ୍ କଲେ ବି ସ୍ୱାମୀ ତାଙ୍କ ଉପରେ ଚିଡ଼ିବା ବଦଳରେ ସବୁବେଳେ କ୍ଷମା କରିଦେଉଛନ୍ତି। ଏଭଳି ପରିବେଶରେ ସେ ଅଣନିଶ୍ୱାସୀ ଅନୁଭବ କରୁଥିବା ଅଭିଯୋଗ କରିଛନ୍ତି ମହିଳା। ତାଙ୍କ ସ୍ୱାମୀ ତାଙ୍କର ସବୁ କଥାରେ ରାଜି ହୋଇ ଯାଆନ୍ତୁ, ଏଭଳି ଜୀବନ ସେ ଆଦୌ ଚାହାଁନ୍ତି ନାହିଁ ହୋଲି ମହିଳା ଜଣଙ୍କ ସରିୟା କୋର୍ଟରେ ଆବେଦନ କରିଛନ୍ତି।
କଣ ହେଲା ଘଟଣାର ଶେଷ ଦୃଶ୍ୟ ?
ମହିଳାଙ୍କଠାରୁ ତଲାକର କାରଣ ଶୁଣିବା ପରେ ପୂରା କାବା ହୋଇଯାଇଥିଲେ ସରିୟା କୋର୍ଟର ମୌଲବୀ। ଏହାପରେ ଆବେଦନକୁ ମୂଲ୍ୟହୀନ କହି ପରସ୍ପର ଭିତରେ ସମସ୍ୟାର ସମାଧାନ ପାଇଁ ଉପଦେଶ ଦେଇଥିଲେ। ତେବେ ମୌଲବୀଙ୍କଠାରୁ ନିରାଶ ହେବା ପରେ ଗାଁ ପଞ୍ଚାୟତର ଦ୍ୱାରସ୍ଥ ହୋଇଥିଲେ ମହିଳା। ସେଠାରେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।
/odishatv-khabar/media/post_attachments/originals/ae/36/74/ae36745db0a7198fa657fba3cebd1ffc.jpg)
ତେବେ ଏ ସମ୍ପର୍କରେ ମହିଳାଙ୍କ ସ୍ୱାମୀଙ୍କର କହିବା କଥାହେଲା, ସେ କିଛି ଭୁଲ୍ କରି ନାହାଁନ୍ତି ବଂର ଜଣେ ଭଲ ସ୍ୱାମୀ ହେବାର ଚେଷ୍ଟା କରିଛନ୍ତି। ଏଥିସହିତ ପତ୍ନୀକୁ ଛାଡ଼ପତ୍ର ଆବେଦନ ଫେରାଇ ନେବାକୁ କହିବା ପାଇଁ ସରିୟା କୋର୍ଟକୁ ନିବେଦନ କରିଛନ୍ତି ସ୍ୱାମୀ। ଘଟଣା ସମସ୍ତ ପକ୍ଷକୁ ଶୁଣିବା ପରେ ମୌଲବୀ ସ୍ୱାମୀ-ସ୍ତ୍ରୀ ବୁଝାମଣା କରି ସମସ୍ୟାର ସମାଧାନ କରିବା ପାଇଁ ଉପଦେଶ ଦେଇଛନ୍ତି।
/odishatv-khabar/media/post_attachments/images/hero/large/sad_love-breakup.jpg)
ଖବରଟି ପଢ଼ିବା ପରେ ଦିବଂଗତ ପ୍ରଖ୍ୟାତ ଶାୟର ରାହତ ଇନ୍ଦୋରୀଙ୍କ ଗୋଟେ ଶାୟରୀ ମନେ ପଡ଼ିବ ଆପଣଙ୍କର...
Bulati he magar jane ka nai
ye dunia hey idhar jane ka nai
mere bete kishishe ishq kar
magar hadse gujar janeka nai
ଗତ ବର୍ଷ ଅଗଷ୍ଟ ମାସରେ ୟୁଏଇରେ ମଧ୍ୟ ଠିକ୍ ଏମିତି ଜଣେ ମହିଳା ସ୍ୱାମୀଙ୍କର ଅନାବିଳ ଭଲପାଇବେରା ଅଣନିଶ୍ୱାସୀ ହୋଇ ଶରୀୟା କୋର୍ଟରେ ତଲାକ ପାଇଁ ଆବେଦନ କରିଥିଲେ। ଏହି ଖବରଟି ପଢ଼ିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
ସ୍ୱାମୀଙ୍କର ଅନାବିଳ ପ୍ରେମ ଓ ଭଲପାଇବାକୁ ବରଦାସ୍ତ କରିପାରିଲେନି ପତ୍ନୀ; ତଲାକ ଦେବାକୁ ନିଷ୍ପତ୍ତି ନେଲେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)