Advertisment

ଦେଶରେ କୋଭିଡ୍‌ ଆକ୍ଟିଭ କେସ୍ ତଳ ମୁହାଁ; ଦେଢ଼ ମାସ ପରେ ସଂଖ୍ୟା ୮ ଲକ୍ଷ ତଳେ

ନୂଆଦିଲ୍ଲୀ: ଏବେ ତଳ ମୁହାଁ ହୋଇଛି ଦେଶରେ କୋଭିଡ ଆକ୍ଟିଭ କେସ୍। ଦୀର୍ଘ ଦେଢ଼ ମାସ ପରେ କୋଭିଡ ଆକ୍ଟିଭ ସଂଖ୍ୟା ଖସି ୮ ଲକ୍ଷ ତଳେ ରହିଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଦେଶରେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦.୭୦ ପ୍ରତିଶତ ଆକ୍ଟିଭ୍ କେସ ରହିଛି। ସେପ୍ଟେମ୍ବର ୧ ତାରିଖରେ ଦେଶରେ ୭ ଲକ୍ଷ ୮୫ ହଜାର ୯୯୬ କରୋନା ଆକ୍ଟିଭ କେସ […]

ଅଦ୍ୟତନ ହୋଇଛି
ଦେଶରେ କୋଭିଡ୍‌ ଆକ୍ଟିଭ କେସ୍ ତଳ ମୁହାଁ; ଦେଢ଼ ମାସ ପରେ ସଂଖ୍ୟା ୮ ଲକ୍ଷ ତଳେ

coronavirus

Advertisment

ନୂଆଦିଲ୍ଲୀ: ଏବେ ତଳ ମୁହାଁ ହୋଇଛି ଦେଶରେ କୋଭିଡ ଆକ୍ଟିଭ କେସ୍। ଦୀର୍ଘ ଦେଢ଼ ମାସ ପରେ କୋଭିଡ ଆକ୍ଟିଭ ସଂଖ୍ୟା ଖସି ୮ ଲକ୍ଷ ତଳେ ରହିଛି। ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Advertisment

ଦେଶରେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୧୦.୭୦ ପ୍ରତିଶତ ଆକ୍ଟିଭ୍ କେସ ରହିଛି। ସେପ୍ଟେମ୍ବର ୧ ତାରିଖରେ ଦେଶରେ ୭ ଲକ୍ଷ ୮୫ ହଜାର ୯୯୬ କରୋନା ଆକ୍ଟିଭ କେସ ରହିଥିଲା। ଏହାପରଠୁ ସେପ୍ଟେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ୧୦ ଲକ୍ଷ ଉପରେ ରହୁଥିଲା ଆକ୍ଟିଭ କେସ ସଂଖ୍ୟା।

କିନ୍ତୁ ସେପ୍ଟେମ୍ବର ୨୮ତାରିଖରୁ ତଳ ମୁହାଁ ହୋଇଥିଲା। ୯ ଲକ୍ଷ ତଳକୁ ରହୁଥିଲା ଆକ୍ଟିଭ କେସ୍। ହେଲେ ଦୀର୍ଘ ଦେଢ଼ ମାସ ପରେ ଏହାର ସୁଧାର ଆସିଛି। ଏବେ ଏହି ସଂଖ୍ୟା ୮ ଲକ୍ଷ ତଳ ମୁହାଁ ହୋଇଛି। ଆଜି ସୁଦ୍ଧା ଦେଶରେ କରୋନା ଆକ୍ଟିଭ କେସ୍ ୭ ଲକ୍ଷ ୯୫ ହଜାର ୮୭ରେ ରହିଛି। ବର୍ତ୍ତମାନ ଆମ ଦେଶରେ କୋଭିଡରୁ ସୁସ୍ଥ ହାର ୮୭.୭୮ ପ୍ରତିଶତ ରହିଥିବା ନେଇ ସୂଚନା ମିଳିଛି। ଯାହା କରୋନା ମହାମାରୀ ସମୟରେ ଏହା ଶୁଭ ସଙ୍କେତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ