Advertisment

Unlock 4.0 Guideline: ଶିକ୍ଷାନୁଷ୍ଠାନ ବନ୍ଦ; ପାଠ ବୁଝିବାକୁ ସ୍କୁଲ୍ ଯାଇପାରିବେ ୯ରୁ ୧୨ ଶ୍ରେଣୀ ପିଲା

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଅନ୍‌ଲକ୍‌-୪ ଗାଇଡ୍ ଲାଇନ୍‌ (Unlock 4.0 Guideline) ଜାରି କରାଯାଇଛି। ଗାଇଡ୍‌ଲାଇନ୍‌ରେ ସ୍କୁଲ୍‌, କଲେଜ ଓ ଶିକ୍ଷାନୁଷ୍ଠାନ ସହିତ ଶିକ୍ଷାଦାନ ପାଇଁ ମଧ୍ୟ ଗାଇଡ୍‌ଲାଇନ୍‌ରେ ନିୟମ କରାଯାଇଛି। ଏହି ଗାଇଡ୍‌ଲାଇନ୍ ଅନୁସାରେ, ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହିସବୁ ବନ୍ଦ ରହିବ। ସ୍କୁଲ୍ କଲେଜ୍ ବନ୍ଦ ରହିଲେ ମଧ୍ୟ ଅନଲାଇନ ଶିକ୍ଷାଦାନ ଜାରି ରହିବ। ତା ସହିତ ଅନ୍‌ଲାଇନ୍ ଶିକ୍ଷାଦାନକୁ ଅଧିକ […]

author-image
Abinash Pati
ଅଦ୍ୟତନ ହୋଇଛି
Unlock 4.0 Guideline: ଶିକ୍ଷାନୁଷ୍ଠାନ ବନ୍ଦ; ପାଠ ବୁଝିବାକୁ ସ୍କୁଲ୍ ଯାଇପାରିବେ ୯ରୁ ୧୨ ଶ୍ରେଣୀ ପିଲା

school

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଅନ୍‌ଲକ୍‌-୪ ଗାଇଡ୍ ଲାଇନ୍‌ (Unlock 4.0 Guideline) ଜାରି କରାଯାଇଛି। ଗାଇଡ୍‌ଲାଇନ୍‌ରେ ସ୍କୁଲ୍‌, କଲେଜ ଓ ଶିକ୍ଷାନୁଷ୍ଠାନ ସହିତ ଶିକ୍ଷାଦାନ ପାଇଁ ମଧ୍ୟ ଗାଇଡ୍‌ଲାଇନ୍‌ରେ ନିୟମ କରାଯାଇଛି। ଏହି ଗାଇଡ୍‌ଲାଇନ୍ ଅନୁସାରେ, ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହିସବୁ ବନ୍ଦ ରହିବ। ସ୍କୁଲ୍ କଲେଜ୍ ବନ୍ଦ ରହିଲେ ମଧ୍ୟ ଅନଲାଇନ ଶିକ୍ଷାଦାନ ଜାରି ରହିବ। ତା ସହିତ ଅନ୍‌ଲାଇନ୍ ଶିକ୍ଷାଦାନକୁ ଅଧିକ ପ୍ରୋତ୍ସାହିତ କରାଯିବ।

Advertisment

ଅନଲକ୍‌-୪ ଗାଇଡ୍‌ଲାଇନ ଅନୁସାରେ, ସ୍କୁଲକୁ ୫୦ ପ୍ରତିଶତ ଶିକ୍ଷକ ଆସିବେ। ଏହି ଶିକ୍ଷକମାନେ ଅନଲାଇନ ଶିକ୍ଷାଦାନ କରିବେ। ତେବେ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲ ଯିବାକୁ ଅନୁମତି ମିଳିବ। ଶିକ୍ଷକଙ୍କ ଠାରୁ ପାଠ ବୁଝିବା ପାଇଁ ସ୍କୁଲ ଯାଇପାରିବେ ୯ରୁ ୧୨ ଶ୍ରେଣୀ ପିଲା।

ତେବେ ସ୍କୁଲକୁ ଯିବା ପାଇଁ ପିଲାଙ୍କୁ ଅଭିଭାବକଙ୍କ ଲିଖିତ ଅନୁମତି ନେବାକୁ ପଡ଼ିବ। ଏଥିପାଇଁ ସେପ୍ଟେମ୍ବର ୨୧ରୁ ଅନୁମତି ମିଳିବ। ସରକାରଙ୍କ ଦ୍ୱାରା ଜାରି ହୋଇଥିବା SOP ଅନୁସାରେ ସ୍କୁଲ୍‌ ଯିବାକୁ ଅନୁମତି ମିଳିବ। ସେହିପରି ଆଇଟିଆଇ ଗୁଡ଼ିକରେ ଟ୍ରେନିଂ ଦେବାକୁ ୨୧ରୁ ଅନୁମତି ମିଳିଛି।

Advertisment
Unlock 4.0
Advertisment
Advertisment