Advertisment

ଅନଲକ୍-୩: ହୋଟେଲ୍ ଖୋଲିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦେଶରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ଦେଶରେ କିଛି କଟକଣା ଜାରି ରହିଥିବା ବେଳେ କିଛି କ୍ଷେତ୍ରରେ କୋହଳ ମଧ୍ୟ କରାଯାଇଛି। ଦେଶରେ ଏବେ ଅନଲକ୍-୩ ଚାଲିଥିବା ବେଳେ ଦିଲ୍ଲୀ ସରକାର ହୋଟେଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ରାଜ୍ୟରେ ଜିମ୍ ଖୋଲିବା ଉପରେ କଟକଣା ଜାରି ରହିବ। ସରକାର ଟ୍ରାଏଲ୍ ଆଧାରରେ ସାପ୍ତାହିକ ବଜାରକୁ ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି। ଦିଲ୍ଲୀର ଡିଜାଷ୍ଟର୍ ମ୍ୟାନେଜମେଣ୍ଟ ଅଥରିଟିର ବୈଠକରେ ଏହି […]

author-image
Ranjeet Kumar Jena
ଅନଲକ୍-୩: ହୋଟେଲ୍ ଖୋଲିବାକୁ ମିଳିଲା ଅନୁମତି

hotel

ନୂଆଦିଲ୍ଲୀ: ଦେଶରେ କରୋନା ତା'ର କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ଦେଶରେ କିଛି କଟକଣା ଜାରି ରହିଥିବା ବେଳେ କିଛି କ୍ଷେତ୍ରରେ କୋହଳ ମଧ୍ୟ କରାଯାଇଛି। ଦେଶରେ ଏବେ ଅନଲକ୍-୩ ଚାଲିଥିବା ବେଳେ ଦିଲ୍ଲୀ ସରକାର ହୋଟେଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ରାଜ୍ୟରେ ଜିମ୍ ଖୋଲିବା ଉପରେ କଟକଣା ଜାରି ରହିବ। ସରକାର ଟ୍ରାଏଲ୍ ଆଧାରରେ ସାପ୍ତାହିକ ବଜାରକୁ ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି। ଦିଲ୍ଲୀର ଡିଜାଷ୍ଟର୍ ମ୍ୟାନେଜମେଣ୍ଟ ଅଥରିଟିର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

କେନ୍ଦ୍ର ସରକାରଙ୍କ ଦ୍ୱାରା ଅନଲକ୍-୩ରେ କିଛି କୋହଳ କରାଯିବା ପରେ ଦିଲ୍ଲୀ କ୍ରେଜିୱାଲ୍ ସରକାରଙ୍କ ହୋଟେଲ ଓ ସାପ୍ତାହିକ ବଜାର ଖୋଲିବା ପ୍ରସ୍ତାବକୁ ଉପରାଜ୍ୟପାଳ ଅନୀଲ ବୈଜଲ ଖାରଜ କରିଦେଇଥିଲେ। ଏଥିପାଇଁ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ଚିଠି ଲେଖି ଉପରାଜ୍ୟପାଳଙ୍କୁ ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ।

ଏହି ଚିଠିରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଲେଖିଥିଲେ, ଦିଲ୍ଲୀରେ କରୋନା ଭାଇରସ୍ ମାମଲା ଲଗାତର ହ୍ରାସ ପାଇବାରେ ଲାଗିଛି। ଉତ୍ତର ପ୍ରଦେଶ ଓ କର୍ଣ୍ଣାଟକ ଭଳି ରାଜ୍ୟରେ ମାମଲା ବଢ଼ୁଥିଲେ ହେଁ, ସେଠାରେ ହୋଟେଲ୍ ଓ ସାପ୍ତାହିକ ବଜାର ଖୋଲା ରହିଛି। କିନ୍ତୁ ଯେଉଁ ରାଜ୍ୟରେ କରୋନା ନିୟନ୍ତ୍ରଣରେ ଅଛନ୍ତି, ସେଠାରେ କାହିଁକି କାରୋବାର ବନ୍ଦ ରଖିବାକୁ କୁହାଯାଉଛି। ସାପ୍ତାହିକ ବଜାର ବନ୍ଦ ରହିବାରୁ ଗତ ୪ମାସ ହେବ ୫ ଲକ୍ଷରୁ ଅଧିକ ପରିବାର ଘରେ ବସି ରହିଛନ୍ତି।

Advertisment

ଆର୍ଥିକ କ୍ଷତି ସହୁଥିବା ବ୍ୟବସାୟୀ ସଂଗଠନ ଏବଂ ହୋଟେଲ୍ ଆସୋସିଏସନ୍ ମଧ୍ୟ ଉପରାଜ୍ୟପାଳଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ଜାହିର୍ କରିଥିଲେ। ଏପରିକି ସଂଗଠନମାନେ ଉପରାଜ୍ୟପାଳଙ୍କୁ ଚିଠି ଲେଖି ଦିଲ୍ଲୀରେ ହୋଟେଲ ଓ ସାପ୍ତାହିକ ବଜାର ଖୋଲିବା ପାଇଁ ଦାବି କରିଥିଲେ।

Advertisment
Advertisment