/odishatv-khabar/media/post_attachments/uploadimage/library/16_9/16_9_0/Marriage_1622987755.jpg)
Marriage
ନିଲୋର: ସାରା ଦେଶରେ କରୋନା ଓ ଲକଡାଉନ୍ ଚାଲିଥିବା ବେଳେ ଏକ ନିଆରା ବାହାଘର। ଏହି ବାହାଘରରେ ଖର୍ଚ୍ଚ ହୋଇଛି ମାତ୍ର ୬୫ ହଜାର ଟଙ୍କା। କୌଣସି ଆଡ଼ମ୍ବରପୂର୍ଣ୍ଣ ମଣ୍ଡପ କି ରିସୋର୍ଟରେ ବାହାଘର ହୋଇନାହିଁ। ଏହି ଆଦର୍ଶ ବାହାଘର ହୋଇଥିଲା ଏକ ଗୋଶାଳାରେ ଏବଂ ଗୋରୁଙ୍କୁ ହିଁ ଭୁରି ଭୋଜନ ଦେଇଛନ୍ତି ବର-କନ୍ୟା। ଆନ୍ଧ୍ରପ୍ରଦେଶର ନିଲୋରରେ ହୋଇଛି ଏହି ବାହାଘର। ବରର ନାଁ ହେଲା ନିଖିଲ ଓ କନ୍ୟାର ନାଁ ହେଲା ରକ୍ଷା।
ନିଜ ବାହାଘରକୁ ସ୍ମରଣୀୟ କରିବାକୁ ସେମାନେ ଏକ ଅଭିନବ ପଦକ୍ଷେପ ନେବାକୁ ସ୍ଥିର କରିଥିଲେ। କରୋନା ଓ ଲକଡାଉନ୍ ଚାଲିଥିବାରୁ ଅଧିକ ଅତିଥିଙ୍କୁ ଡାକିବା ତ ସମ୍ଭବ ହେବନାହିଁ ଅଯଥା ଖର୍ଚ୍ଚ କରିବାକୁ ମଧ୍ୟ ଚାହିଁଲେ ନାହିଁ। ତେଣୁ ଗୋଶାଳାରେ ଏହି ବାହାଘର ଆୟୋଜନ ହୋଇଥିଲା ପରିବାରର ଅଳ୍ପ କେତେ ଜଣ ଏଥିରେ ଯୋଗ ଦେଇଥିଲେ।
ଗାଈଗୋରୁଙ୍କ ପାଇଁ ଭୁରି ଭୋଜନ ହୋଇଥିଲା ଛନଛନିଆ ସବୁଜ ଘାସ ସହିତ ତରଭୁଜ, କଦଳୀ, ଅମୃତଭଣ୍ଡା, ଆଳୁ, ଟମାଟୋ ପରି ଫଳ ଓ ପନିପରିବା ଦିଆଯାଇଥିଲା ଏସବୁ ଖୁସିରେ ଗାଈଗୋରୁ ଖାଇବାର ଦେଖି ବର ବନ୍ୟା ମଧ୍ୟ ବହୁତ ଆନନ୍ଦିତ ଠେକୁଆମାନଙ୍କ ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା।
" frameborder="0" allow="accelerometer; autoplay; clipboard-write; encrypted-media; gyroscope; picture-in-picture" allowfullscreen>
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)