Advertisment

କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ଙ୍କୁ କରୋନା; ଏମ୍ସରେ ଭର୍ତ୍ତି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଦିଲ୍ଲି ଏମ୍ସରେ ଭର୍ତ୍ତି କରାଯାଇଛି। ସେ ମୋଦି ସରକାରରେ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି। ଦେଶର ଚତୁର୍ଥ ମନ୍ତ୍ରୀ ଭାବେ ମେଘୱାଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କେବଳ ମେଘୱାଲ ନୁହଁନ୍ତି, କେନ୍ଦ୍ର କୃଷିମନ୍ତ୍ରୀ କୈଳାଶ ଚୌଧୁରି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବର୍ତ୍ତମାନ ଯୋଧପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କେନ୍ଦ୍ର ସରକାରରେ ଆଉ ଜଣେ […]

author-image
Abinash Pati
ଅଦ୍ୟତନ ହୋଇଛି
କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ଙ୍କୁ କରୋନା; ଏମ୍ସରେ ଭର୍ତ୍ତି

ram-jmehwal

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ତାଙ୍କୁ ଦିଲ୍ଲି ଏମ୍ସରେ ଭର୍ତ୍ତି କରାଯାଇଛି। ସେ ମୋଦି ସରକାରରେ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ର ମନ୍ତ୍ରୀ ଅଛନ୍ତି। ଦେଶର ଚତୁର୍ଥ ମନ୍ତ୍ରୀ ଭାବେ ମେଘୱାଲ୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Advertisment

କେବଳ ମେଘୱାଲ ନୁହଁନ୍ତି, କେନ୍ଦ୍ର କୃଷିମନ୍ତ୍ରୀ କୈଳାଶ ଚୌଧୁରି ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେ ବର୍ତ୍ତମାନ ଯୋଧପୁରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

କେନ୍ଦ୍ର ସରକାରରେ ଆଉ ଜଣେ ମନ୍ତ୍ରୀ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ ହରିୟାଣାର ଗୁରୁଗ୍ରାମର ମେଦାନ୍ତ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଶାହ ଅସୁରକ୍ଷିତ ଶ୍ରେଣୀରେ ଆସୁଥିବାରୁ ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖିଛନ୍ତି। ସେହିଭଳି ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ୍‌ ଚିହ୍ନଟ ହୋଇ ସେ ମଧ୍ୟ ମେଦାନ୍ତ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

Advertisment
Advertisment
Advertisment