union-minister
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର। ଦେଶର ୩୦ ଲକ୍ଷ କର୍ମଚାରୀଙ୍କୁ ମିଳିବ ବୋନସ୍। ଏନେଇ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏନେଇ ଅନୁମତି ମିଳିଛି।
ଦଶହରା ପୂର୍ବରୁ ଏହି ବୋନସ୍ କର୍ମଚାରୀଙ୍କୁ ମିଳିବ। ଏଥିପାଇଁ କେନ୍ଦ୍ର ତହବିଲ୍ରୁ ଖର୍ଚ୍ଚ ହେବ ୩ ହଜାର ୭୩୭ କୋଟି ଟଙ୍କା। ରେଲ୍ୱେ, ପୋଷ୍ଟାଲ୍, ସେନା ସମେତ ଅଣଗଜେଟ୍ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏହି ଫାଇଦା ମିଳିବ। ବିଜୟା ଦଶମୀ ପୂର୍ବରୁ ଏକାଥରେ ବୋନସ୍ ସିଧାସଳଖ କର୍ମଚାରୀଙ୍କୁ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର୍ ସୂଚନା ଦେଇଛନ୍ତି।
ପ୍ରତ୍ୟେକ ବର୍ଷ ଦଶହରା ପୂର୍ବର କେନ୍ଦ୍ର କର୍ମଚାରୀଙ୍କ ବୋନସ୍ ନେଇ ସରକାର ଘୋଷଣା କରନ୍ତି। କିନ୍ତୁ ଏଥର ବୁଧବାର ସକାଳ ପର୍ଯ୍ୟନ୍ତ ବୋନସ ଘୋଷଣା ହୋଇନଥିବାରୁ ଏଥର ବୋନସ ମିଳିବ ନାହିଁ ବୋଲି କର୍ମଚାରୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଥିଲା। କିନ୍ତୁ ଆଜି ବୋନସ ଘୋଷଣା କରିଛନ୍ତି କେନ୍ଦ୍ର ସରକାର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/union-minister_1625202408.jpg)