/odishatv-khabar/media/post_attachments/uploadimage/library/16_9/16_9_0/sripad_1625438883.jpg)
sripad
ନୂଆଦିଲ୍ଲୀ: ଦେଶରେ କରୋନାଭାଇରସର ସଙ୍କଟ ଲଗାତର ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକେ ଏହି ମହାମାରୀରେ ଆକ୍ରାନ୍ତ ହେଉଛନ୍ତି। ଏବେ ମୋଦି ସରକାରଙ୍କ ମନ୍ତ୍ରୀ ମଧ୍ୟ କରୋନାରେ ସଂକ୍ରମିତ ହେବାରେ ଲାଗିଛନ୍ତି। କେନ୍ଦ୍ରୀୟ ଆୟୁଷ ମନ୍ତ୍ରୀ ଶ୍ରୀପଦ ନାଏକଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି।
ଖୋଦ୍ ଶ୍ରୀପଦ ନାଏକ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, 'ମୁଁ ଆଜି ନିଜର କୋଭିଡ୍-୧୯ ଟେଷ୍ଟ କରାଇଛି, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଛି। ମୁଁ ଏବେ ହୋମ୍ ଆଇସୋଲେସନରେ ଅଛି। ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ ନିଜର ଟେଷ୍ଟ କରାଇ ନେବା ସହ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ।'
ଶ୍ରୀପଦଙ୍କ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ୍ ମେଘୱାଲ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ। ତାଙ୍କ ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ମଧ୍ୟ କରୋନାରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହାବ୍ୟତୀତ କେନ୍ଦ୍ରମନ୍ତ୍ରୀ କୈଳାସ ଚୌଧୁରୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ମଧ୍ୟ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)