Advertisment

ମୃତ୍ୟୁ ପୂର୍ବରୁ ୭ ଜଣଙ୍କୁ ଜୀବନ ଦେଇଗଲା କୁନି ୟଶ୍‌‌

ସୁରତ: ଛୋଟ, ହେଲେ ଦାନ ତାର କେତେ ମହାନ ସତେ ! ମରି ବି ହୋଇଗଲା ଅମର। ଖାଲି ଅମର ନୁହେଁ, ୭ ଜଣଙ୍କୁ ଦେଇଗଲା ନୂଆ ଜୀବନ । ସେ ଗୁଜରାଟ ସୁରତ ଜିଲ୍ଲାର ଏକ ଅଢେଇ ବର୍ଷର ଶିଶୁ। ନାଁ ତାର ୟଶ ଓଝା। ଏଇ ଅଢେଇ ବର୍ଷର ଶିଶୁ ନିଜ ଜୀବନ ବଦଳରେ  ୭ ଜଣଙ୍କୁ ନୂଆ ଜୀବନ ଦେଇ ଯାଇଛି। ଅଢେଇ ବର୍ଷର ଶିଶୁ ୟଶ। ଗୁଲୁଗୁଲୁ ସୁନ୍ଦର ଚେହେରାରେ ସମସ୍ତଙ୍କ […]

author-image
Minati Mishra
ମୃତ୍ୟୁ ପୂର୍ବରୁ ୭ ଜଣଙ୍କୁ ଜୀବନ ଦେଇଗଲା କୁନି ୟଶ୍‌‌

7am-GUJURAT

ସୁରତ: ଛୋଟ, ହେଲେ ଦାନ ତାର କେତେ ମହାନ ସତେ ! ମରି ବି ହୋଇଗଲା ଅମର। ଖାଲି ଅମର ନୁହେଁ, ୭ ଜଣଙ୍କୁ ଦେଇଗଲା ନୂଆ ଜୀବନ । ସେ ଗୁଜରାଟ ସୁରତ ଜିଲ୍ଲାର ଏକ ଅଢେଇ ବର୍ଷର ଶିଶୁ। ନାଁ ତାର ୟଶ ଓଝା। ଏଇ ଅଢେଇ ବର୍ଷର ଶିଶୁ ନିଜ ଜୀବନ ବଦଳରେ  ୭ ଜଣଙ୍କୁ ନୂଆ ଜୀବନ ଦେଇ ଯାଇଛି।

Advertisment

ଅଢେଇ ବର୍ଷର ଶିଶୁ ୟଶ। ଗୁଲୁଗୁଲୁ ସୁନ୍ଦର ଚେହେରାରେ ସମସ୍ତଙ୍କ ମନ କିଣି ନେଉଥିଲା। ଗେହ୍ଲାରେ ସମସ୍ତେ ଡାକନ୍ତି ବାବୁ। ସେଦିନ ପଡୋଶୀଙ୍କ ଘରକୁ ଯାଇଥିଲା ଖେଳିବାକୁ। ହେଲେ  ସେଠି କାଳ ଛକି ବସିଛି ବୋଲି କିଏ ଜାଣିଥିଲା ? ଖେଳୁ ଖେଳୁ  ୟଶ ଦ୍ୱିତୀୟ ମହଲା ବାଲକୋନିରୁ ଖସି ପଡିଥିଲା । ଏହି ସମୟରେ ୟଶର ମସ୍ତିଷ୍କରେ ଆଘାତ ଲାଗିଥିଲା । ସୁରତରେ ଚିକିତ୍ସା ବେଳେ ଡିସେମ୍ବର ୧୪ରେ ଡାକ୍ତରମାନେ ତାକୁ ବ୍ରେନ୍ ଡେଡ୍ ଘୋଷଣା କରିଥିଲେ। ଏହାପରେ ବାପା (ସଞ୍ଜୀବ ଓଝା), ମା (ଅର୍ଚ୍ଚନା) ୟଶର ଅଙ୍ଗଦାନ କରିବା ପାଇଁ  ଚାହିଁ ଥିଲେ ।

ୟଶ ସର୍ବକନିଷ୍ଠ ଶିଶୁ ଭାବେ ନିଜର ହାର୍ଟ, ଲିଭର, ଫୁସ୍‌ଫୁସ୍, କିଡ୍‌ନୀ ଓ ଆଖି ଦାନ କରିଛି । ୟଶର ହୃତ୍‌ପିଣ୍ଡ ଓ ଫୁସ୍‌ଫୁସ୍ ବିମାନରେ ଚେନ୍ନାଇ ପଠାଯାଇଥିଲା । ମାତ୍ର ୧୬୦ ମିନିଟ୍‌ରେ ବିମାନରେ ହୃତପିଣ୍ଡ ଓ ଫୁସ୍‌ଫୁସ୍‌ ଚେନ୍ନାଇରେ ପହଞ୍ଚା ଯାଇଥିଲା।  ଋଷର ଜଣେ ୪ ବର୍ଷର ଶିଶୁ ଶରୀରରେ ୟଶ୍‌ର ହୃତ୍‌ପିଣ୍ଡ ପ୍ରତିରୋପଣ କରାଯାଇଥିଲା ।ସେହିପରି ଫୁସ୍‌ଫୁସ୍ ୟୁକ୍ରେନ୍ର ଜଣେ ୪ ବର୍ଷର ଶିଶୁ ଶରୀରରେ ପ୍ରତିରୋପଣ କରାଯାଇଛି । ୨ଟିଯାକ ପ୍ରତିରୋପଣ ଚେନ୍ନାଇର ଏମଜିଏମ୍ ହସ୍ପିଟାଲରେ କରାଯାଇଛି। ଏଠାରେ ବର୍ଷେ ହେଲା ଚିକିତ୍ସିତ ହେଉଥିଲେ ଏହି ଦୁଇ ବିଦେଶୀ ଶିଶୁ।

Advertisment

ସେହିପରି ୟଶ୍‌ର ୨ଟିଯାକ କିଡ୍‌ନୀ ଜଣେ ୧୩ ବଷର ଝିଅ ଓ ଆଉ ଜଣେ ୧୭ ବର୍ଷର ଝିଅ ଶରୀରରେ ପ୍ରତିରୋପଣ କରାଯାଇଛି। ଆଉ ୟଶର  ଲିଭର ଜଣେ ୨ ବର୍ଷ ଝିଅର ଜୀବନ ବଞ୍ଚାଇ ଦେଇଛି।

କୀଡ୍‌ନି ରୋଡରେ ଅହମ୍ମଦାବାଦ ଇନ୍‌ଷ୍ଟିଚ୍ୟୁଟ ଅଫ କୀଡନି ଡିଜିଜ ଆଣ୍ଡ ରିସର୍ଚ୍ଚ ସେଣ୍ଟରକୁ ନିଆଯାଇଥିଲା। ଗୋଟିଏ କୀଡ୍‌ନି ସୁରେନ୍ଦ୍ର ନଗରର ଜଣେ ଝିଅକୁ ଦିଆଯାଇଥିଲା। ଅନ୍ୟ ଗୋଟିଏ କୀଡ୍‌ନି ସୁରଟର ଗୋଟିଏ ଝିଅକୁ ଦିଆଯାଇଥିଲା।

Oza's lungs were transplanted to another 4-year-old child from Ukraine in MGM Hospital, Chennai. Nilesh Mandlewala, the founder of Donate Life, an NGO that encourages organ donation, said that Oza's family was shattered after his death.

Advertisment
Advertisment