/odishatv-khabar/media/post_attachments/uploadimage/library/16_9/16_9_0/terrorist_1621243833.jpg)
terrorist
ଜମ୍ମୁ: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ସୋମବାର ସକାଳେ ସୁରକ୍ଷାକର୍ମୀ- ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ନିହତ ହୋଇଛନ୍ତି। କାଶ୍ମୀର ପୋଲିସ ଆଇଜି ବିଜୟ କୁମାର ଏ ବିଷୟରେ ସୂଚନା ଦେଇ କହିଛନ୍ତି, ଏହି ଆତଙ୍କୀମାନେ ଅଲ ବଦ୍ର ଆତଙ୍କୀ ସଂଗଠନର। ଏନକାଉଣ୍ଟର ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଗୋଇନ୍ଦା ସୂତ୍ରରୁ ସୁରକ୍ଷାକର୍ମୀମାନେ ଜାଣିବାକୁ ପାଇଥିଲେ ଯେ, ଖାନମୋହ ଇଲାକାରେ ଆତଙ୍କବାଦୀମାନେ ଲୁଚି ରହିଛନ୍ତି। ଏମାନ ଏକ ବଡ ଧରଣର ଆକ୍ରମଣ ଯୋଜନା କରୁଥିବା ସୂଚନା ମିଳିଥିଲା। ସୂଚନା ଆଧାରରେ ସୁରକ୍ଷାକର୍ମୀମାନେ ଉକ୍ତ ଇଲାକାକୁ ଘେରି ଯାଇଥିଲେ। ପରେ ଆତଙ୍କୀମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ଚାରିପଟୁ ସୁରକ୍ଷାକମୀମାନେ ଘେରିଥିବା ଜାଣି ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ।
ଏହା ପରେ ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳିର ଜବାବ ଦେଇଥିଲେ। କିଛି ସମୟ ଗୁଳି ବିନିମୟ ଚାଲିବା ପରେ ୨ ଜଣ ଆତଙ୍କୀ ନିହତ ହୋଇଥିଲେ। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଏବେ ବି ଜାରି ରହିଛି। ସୂଚନାଥାଉ କି, ଗତ ମଙ୍ଗଳବାର ଦିନ ସୋପିଆନ୍ରେ ସୁରକ୍ଷାକମୀ ଲସ୍କର-ଇ-ତୋଇବାର ତିନି ଜଣ ଆତଙ୍କୀଙ୍କୁ ନିପାତ କରିଥିଲେ। ଏହା ପୂର୍ବରୁ ରବିବାର ଦିନ ପୁଁଛ ଜିଲ୍ଲାରେ ପୋଲିସ ଏବଂ ସେନା ମିଳିତ ଚଢାଉ କରି ଆତଙ୍କୀ ଆଡ୍ଡା ଉପରେ ଚଢାଉ କରି ବିପୁଳ ଅସ୍ତଶସ୍ତ୍ର ଜବତ କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)