Advertisment

ଉତ୍ତରାଖଣ୍ଡ ବିପତ୍ତି; ବର୍ଷା ନାହିଁ କି ବରଫ ତରଳିନି, ଏମିତି ବନ୍ୟା ଆସିଲା କେଉଁଠୁ ?

ନୂଆଦିଲ୍ଲୀ: ଦେବଭୂମୀ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମସ୍ଖଳନ ଘଟି ଅଳକାନନ୍ଦା ଏବଂ ଧଉଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ଭୟଙ୍କର ବନ୍ୟା ସ୍ଥିତି ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୧୭୦ ଜଣ ନିଖୋଜ ଥିବାବେଳେ ୧୪ଜଣଙ୍କ ମୃତ୍ୟୁ ଘଟିଛି।  ଗତକାଲିଠୁ ଏବେ ଯାଏ ଯୋଶୀମଠ ଓ ତପୋବନ ଅଞ୍ଚଳରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ବିଭିନ୍ନ ସ୍ଥାନରୁ ୧୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏହି ଅକସ୍ମାତ ହିମସ୍ଖଳନ ପରେ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। […]

author-image
Minati Mishra
ଉତ୍ତରାଖଣ୍ଡ ବିପତ୍ତି; ବର୍ଷା ନାହିଁ କି ବରଫ ତରଳିନି, ଏମିତି ବନ୍ୟା ଆସିଲା କେଉଁଠୁ ?

uttarakhand-1

ନୂଆଦିଲ୍ଲୀ: ଦେବଭୂମୀ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ହିମସ୍ଖଳନ ଘଟି ଅଳକାନନ୍ଦା ଏବଂ ଧଉଳିଗଙ୍ଗା(ଗଙ୍ଗା ନଦୀ ଶାଖା) ନଦୀରେ ଭୟଙ୍କର ବନ୍ୟା ସ୍ଥିତି ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୧୭୦ ଜଣ ନିଖୋଜ ଥିବାବେଳେ ୧୪ଜଣଙ୍କ ମୃତ୍ୟୁ ଘଟିଛି।  ଗତକାଲିଠୁ ଏବେ ଯାଏ ଯୋଶୀମଠ ଓ ତପୋବନ ଅଞ୍ଚଳରେ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ବିଭିନ୍ନ ସ୍ଥାନରୁ ୧୫ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

Advertisment

ଏହି ଅକସ୍ମାତ ହିମସ୍ଖଳନ ପରେ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। କାହିଁକି ଏମିତି ହେଲା ? ଏହା କ’ଣ ପ୍ରାକୃତିକ ବିପର୍ଯ୍ୟୟ ? ନା ମନୁଷ୍ୟକୃତ ? ୱାଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ ହିମାଲୟାନ ଜିଓଲଜିର ନିର୍ଦ୍ଦେଶକ କଳାଚନ୍ଦ ସେନଙ୍କ କହିବା ଅନୁଯାୟୀ, ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ନନ୍ଦା ଦେବୀ ଗ୍ଲାସିଅରର କିଛି ଅଂଶ ଭୁଶୁଡି ଯିବାରୁ ଭୟଙ୍କର ବନ୍ୟ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ପରେ ବନ୍ୟାର କାରଣ, ହିମସ୍ଖଳନର କାରଣ ଜାଣିବା ପାଇଁ, ଏହା ଉପରେ ଅଧିକ ଅଧ୍ୟୟନ ପାଇଁ ଗ୍ଲାସିଓଲଜିଷ୍ଟ (Glaciologist)ର ଦୁଇଟି ଟିମ୍‌ ଘଟଣାସ୍ଥଳକୁ ଯିବେ। ଗୋଟିଏ ଟିମ୍‌ରେ ୨ ଜଣ ସଦସ୍ୟ ଥିବାବେଳେ ଅନ୍ୟ ଟିମ୍‌ରେ ତିନି ଜଣ ସଦସ୍ୟ ଅଛନ୍ତି।

ବିଜ୍ଞାନ ଏବଂ ପ୍ରାଦ୍ୟୋଗିକ ବିଭାଗ ତତ୍ତ୍ୱାବଧାନରେ ପରିଚାଳିତ ଏହି ଅନୁଷ୍ଠାନ ବିଶେଷକରି ହିମନଦୀ, ଭୂକମ୍ପ ଗତିବିଧି ସହିତ ହିମାଳୟର ବିସ୍ମୟ ଉପରେ ଗବେଷଣା କରିଥାଏ। ଏହି ଅନୁଷ୍ଠାନ ଉତ୍ତରାଖଣ୍ଡରେ ୨୦୧୩ ମସିହାରେ ହୋଇଥିବା ବନ୍ୟା ଉପରେ ଅଧ୍ୟୟନ କରିଥିଲେ। ସୂଚନାଥାଉ କି, ଏହି ବନ୍ୟାରେ ୫୦୦୦ ଲୋକ ପ୍ରାଣ ହରାଇଥିଲେ।

Advertisment

ସେନଙ୍କ କହିବା ଅନୁଯାୟୀ, ଏହି ଟିମ୍‌ ଏପରି ବିପତ୍ତିର କାରଣ ଉପରେ ଅଧ୍ୟୟନ କରିବେ।  ସେ କହିଛନ୍ତି, ଉତ୍ତରାଖଣ୍ଡର ଚମୋଲି ଜିଲ୍ଲରେ ରବିବାର ନନ୍ଦା ଦେବୀ ଗ୍ଲାସିୟରର ଏକ ଅଂଶ ଭୁଶୁଡ଼ି ପଡ଼ିବା  ପରେ ଋଷିଗଙ୍ଗା ଘାଟିରେ ଅଚାନକ ବନ୍ୟା ଆସିଥିଲା। ଫଳରେ ସେଠାରେ କାମ କରୁଥିବା ପ୍ରାୟ ୧୭୦ ଶ୍ରମିକ ନିଖୋଜ ଅଛନ୍ତି। ତେବେ ରବିବାରର ଏହି ଘଟଣା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଥିଲା। କାରଣ ବର୍ଷା ନାହିଁ କିମ୍ବା ବରଫ ବି ତରଳି ନାହିଁ। ହଠାତ୍ ଏମିତି ହେଲା କାହଁକି ?

ଜାତୀୟ ଗଣମାଧ୍ୟମ ନିଉଜ ୧୮ରୁ ମିଳିଥିବା ତଥ୍ୟରୁ ଜଣାଯାଏ, ଉତ୍ତରାଖଣ୍ଡରେ ହିମସ୍ଖଳନ କିଛି ନୂଆ କଥା ନୁହେଁ। କିନ୍ତୁ ଏହା ଏତେ ବଡ଼ ବିପତ୍ତିର କାରଣ ହେବ ଏହା ଚିନ୍ତାର କାରଣ ହୋଇଛି। ଏହି ଘଟଣା ପଛରେ ଦୁଇଟି କାରଣ ଥାଇପାରେ। ପ୍ରଥମ କାରଣ ହେଉଛି, ନଦୀର ବନ୍ୟାଅଞ୍ଚଳରେ ନିର୍ମାଣ କାମ ଏବଂ ଦ୍ୱିତୀୟ କାରଣ ହେଉଛି, ୨୦୧୩ ବିପତ୍ତିରୁ କିଛି ଶିକ୍ଷା  ନ କରିବା।

Uttarakhand Glacial Burst
Advertisment
Advertisment